ଭୁବନେଶ୍ୱର AIIMS ନିକଟରୁ ଦୁଇ କୋଟିର ବ୍ରାଉନସୁଗାର ଜବତ, ତିନି ବେପାରୀ ଗିରଫ
Advertisement

ଭୁବନେଶ୍ୱର AIIMS ନିକଟରୁ ଦୁଇ କୋଟିର ବ୍ରାଉନସୁଗାର ଜବତ, ତିନି ବେପାରୀ ଗିରଫ

ଜେରା ବେଳେ ଅଭିଯୁକ୍ତମାନେ ନିଶା କାରବାର ବାବଦରେ କୌଣସି ବୈଧ କାଗଜପତ୍ର ଦେଖାବାରେ ଅସଫଳ ହୋଇଥିଲେ। ସେମାନଙ୍କୁ ଏନଡିପିଏସ ଆକ୍ଟ ୧୯୮୫ର ଦଫା ୨୧(ସି)/୨୯ ଅନୁସାରେ ଗିରଫ କରାଯାଇଛି। 

ଭୁବନେଶ୍ୱର AIIMS ନିକଟରୁ ଦୁଇ କୋଟିର ବ୍ରାଉନସୁଗାର ଜବତ, ତିନି ବେପାରୀ ଗିରଫ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ରାଜଧାନୀରେ ଧଳା ଜହର କାରବାରର ପର୍ଦ୍ଦାଫାସ ହୋଇଛି। ଏଥର ବଡ ବଡ ହସ୍ପିଟାଲ ପରିସର ବେପାରୀଙ୍କ ଆଡ୍ଡା ପାଲଟିଛି। ରବିବାର ଏସଟିଏଫ୍ ଟିମ୍ AIIMS ନିକଟରୁ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ତିନି ଜଣ ମାଫିଆଙ୍କୁ ଗିରଫ କରିଛି। ବ୍ରାଉନସୁଗାର ସହ ଅନ୍ୟ ବେଆଇନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। 

ମିଳିଥିବା ସୂଚନାନୁସାରେ, କୌଣସି ସୂତ୍ରରୁ ଖବର ପାଇ ରବିବାର କ୍ରାଇମ ବ୍ରାଞ୍ଚର ଏସଟିଏଫ ଟିମ୍, ଭୁବନେଶ୍ୱର ଏମ୍ସ ନିକଟରେ ଚଢାଉ କରିଥିଲା। ଡିଲ ବେଳେ ଏସଟିଏଫ୍ ୨.୫୮ କିଲୋଗ୍ରାମ ଜବତ କରିବା ସହ ତିନି ଜଣ ବେପାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଗିରଫ ବେପାରୀମାନେ ଖୋର୍ଦ୍ଧା ଜିଲ୍ଲା ରଣସିଂହପୁରର ଭାଗିରଥି ଭଟ୍ଟ ଓରଫ ବାଘା, ବାଲିପାଟଣାର ବିଶ୍ୱଜିତ ନାୟକ, ଡୁମଡୁମାର ଚନ୍ଦନ ମଲ୍ଲିକ ବୋଲି ସୂଚନା ମିଳିଛି।

Also Read: 'ବାପା-ମାଆଙ୍କୁ ଗାଳି କଲେ ଚଳିବ, କିନ୍ତୁ ମହମ୍ମଦଙ୍କୁ ଅପମାନିତ କଲେ ରକ୍ତପାତ ହେବ'

କ୍ରାଇମ ବ୍ରାଞ୍ଚର କହିଛି ଯେ, ଜେରା ବେଳେ ଅଭିଯୁକ୍ତମାନେ ନିଶା କାରବାର ବାବଦରେ କୌଣସି ବୈଧ କାଗଜପତ୍ର ଦେଖାବାରେ ଅସଫଳ ହୋଇଥିଲେ। ସେମାନଙ୍କୁ ଏନଡିପିଏସ ଆକ୍ଟ ୧୯୮୫ର ଦଫା ୨୧(ସି)/୨୯ ଅନୁସାରେ ଗିରଫ କରାଯାଇଛି। ସୋମବାର ତିନି ଜଣ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଜିଲ୍ଲା ଏବଂ ସେସନ ତଥା ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।

ସୂଚନାଯୋଗ୍ୟ, ୨୦୨୦ରୁ ଓଡିଶା କ୍ରାଇମ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୫୪ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ୨୦୨ ଗ୍ରାମ କୋକେନ, ୭୫୦ ଗ୍ରାମ ଅଫିମ ଓ ୧୦୩ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଧରିଛି। ଏହି ସବୁ ମାମଲାରେ ୧୫୦ରୁ ଊର୍ଦ୍ଧ୍ୱ ମାଫିଆ ଓ ବେପାରୀଙ୍କୁ ଗିରଫ କରାଯାଇଛି।