Uttar Pradesh: ଗର୍ଲଫ୍ରେଣ୍ତକୁ ଲଦାଖ ଟ୍ରିପରେ ନେବା ଲାଗି ଟଙ୍କା ନଦେବାରୁ ମାରିଦେଲା ପୁତୁରା
Advertisement

Uttar Pradesh: ଗର୍ଲଫ୍ରେଣ୍ତକୁ ଲଦାଖ ଟ୍ରିପରେ ନେବା ଲାଗି ଟଙ୍କା ନଦେବାରୁ ମାରିଦେଲା ପୁତୁରା

Uttar Pradesh: ଫିଲ୍ମ ଷ୍ଟାଇଲରେ ହତ୍ୟାକାରୀକୁ ଧରିଲା ସନ୍ଧାନୀ କୁକୁର । ଜଘନ୍ୟ ହତ୍ୟାକଣ୍ତ ଘଟାଇଥିବା ଏହି ୨୨ ବର୍ଷୀୟ ଯୁବକଙ୍କ ହତ୍ୟାର କାରଣ ଜାଣିଲେ ଆପଣ ମାନେ ତାଜୁବ ହେବେ ।

ସୌ(ସୋସିଆଲ ମିଡିଆ)

Uttar Pradesh: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅକବର ରାଇନା ଗାଁରେ ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା । ଯାହା ଆପଣଙ୍କୁ କୌଣସି ଫିଲ୍ମ କାହାଣୀ ପରି ମନେ ହେବ । ସ୍ନିଫର ଡ଼ଗ (Sniffer Dog) ସାହାଯ୍ୟରେ ଏକ ବଡ଼ ହତ୍ୟାକଣ୍ତର ପର୍ଦ୍ଦାଫାଶ କରିଛି ୟୁପି ପୋଲିସ (UP Police) । କେଇଟା ଟଙ୍କା ପାଇଁ ସାବିତ୍ରୀ ଦେବୀଙ୍କୁ (୬୨) ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରିଛି ପୁତୁରା (Nephew) ସାଗର ସିଂ । ହତ୍ଯାକାଣ୍ତ ନେଇ ସୂଚନା ମିଳିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା, ସନ୍ଧାନୀ କୁକୁର ସାହାଯ୍ୟରେ ହତ୍ୟାକାରୀ ସାଗର ସିଂକୁ (୨୨) ଗିରଫ କରିଥିଲା ପୋଲିସ ।

ସାଗର ସିଂଙ୍କୁ ପଚରାଉଚରା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥି୍ଲା ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ସାଗର ସିଂ ନିଜ ଗର୍ଲଫ୍ରେଣ୍ତକୁ ଲଦାଖ (Ladakh Trip) ଟ୍ରିପରେ ନେବା ଲାଗି ସାବିତ୍ରୀ ଦେବୀଙ୍କୁ ଟଙ୍କା ଓ କାର ଚାବି ମାଗିଥିଲେ । ସାବିତ୍ରୀ ଦେବୀ ଏଥିରେ ରାଜି ନ ହେବାରୁ ସାଗର ଉତ୍‌କ୍ଷିପ୍ତ ହୋଇ ହାତୁଡ଼ି ସାହାଯ୍ୟରେ ସାବିତ୍ରୀ ଦେବୀଙ୍କ ମୁଣ୍ତକୁ ଆଘାତ ଦେଇଥିଲା । ଆଉ ଘଟଣାସ୍ଥଳରେ ଟଳି ପଡି଼ଥିଲେ ସାବିତ୍ରୀ ଦେବୀ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚମ୍ପଟ୍ ମାରିଥିଲା ହତ୍ଯାକାରୀ ସାଗର ସିଂ ।

ସାବିତ୍ରୀ ଦେବୀଙ୍କ ସ୍ୱାମୀ ଗଜବୀର ସିଂ( ୬୫) ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋଦିନଗର ଯାଇଥିଲେ ।  ସେ ଘରକୁ ଫେରିବା ପରେ ଦେଖିଥିଲେ ଯେ ପୁଲ ଭିତରେ ରକ୍ତ ଜୁଡୁବୁଡୁ ଆବସ୍ଥାରେ ସାବିତ୍ରୀ ଦେବୀଙ୍କ ମର ଶରୀର ପଡି଼ଥିଲା ଓ ତାଙ୍କ ମୁଣ୍ତରେ ଗଭୀର ଆଘାତ ଚିହ୍ନ ରହିଥିଲା । ଏନେଇ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ୍ଯୁଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଥିଲା । ହତ୍ଯାକାଣ୍ତ ଘଟାଇ ଫେରାର ଥିବା ସାଗର ସିଂର ଖୋଜ ଖବର ପାଇ ନଥିଲା ପୋଲିସ । ପରେ ସ୍ନିଫର ଡ଼ଗ ସହାୟତାରେ ଛାନଭିନ୍ (Investigation) ଆରମ୍ଭ କରିଥିଲା । ହତ୍ଯାକାରୀ ସାଗର ନିଜ ଘରର ଛାତ ଉପରେ ତାର ସାଙ୍ଗ ମାନଙ୍କ ସହିତ ଥିବା ବେଳେ ସନ୍ଧାନୀ କୁକୁର ତାକୁ ଦେଖି ଭୁକିବାକୁ ଲାଗିଥିଲା ତାପରେ ପୋଲିସର ସନ୍ଦେହ ସାଗର ଉପରକୁ ଯାଇଥିଲା । ପରେ ପଚରାଉଚରା କରିବା ପାଇଁ ପୋଲିସ ତାକୁ ଥାନାକୁ ନେଇଥିଲା । 

Also Read-Naba Kishore Das Death Case: ଏ କ'ଣ କହିଗଲେ ପଶୁପାଳନ ମନ୍ତ୍ରୀ, ଓଡ଼ିଶାକୁ କହିଲେ ଅଲଗା ଦେଶ; ନବ ଦାସଙ୍କୁ ନେଇ ପ୍ରଶ୍ନ ଉପରେ କହିଲେ-ଆମେ ଅନ୍ୟ ଦେଶ ବିଷୟରେ...

ପୋଲିସର କହିବା ଅନୁଯାୟୀ, ପ୍ରଥମେ ଜଣେ ସ୍ଥାନୀୟ ଲୋକଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲା ସାଗର ସିଂ । କିନ୍ତୁ ତାର ଡ୍ରେସରେ ଥିବା ରକ୍ତ ଛିଟାରୁ ସେ ସନ୍ଦେହ ଘେରକୁ ଆସିଥିଲା । ଏହାପରେ ପଚରାଉଚରା ସମୟରେ ସେ ହତ୍ୟା କରିଥିବା ପୋଲିସ ଆଗରେ ମାନିଥିଲା ।