Crime News: ଚାରି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମାଆ, କାରଣ କରିଦେବ ଆଶ୍ଚର୍ଯ୍ୟ
Advertisement

Crime News: ଚାରି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମାଆ, କାରଣ କରିଦେବ ଆଶ୍ଚର୍ଯ୍ୟ

Burhanpur News: ମାଆ (Mother) ହୋଇଗଲା ନିଷ୍ଠର । ହୋଇଗଲା ସେ ମମତାହୀନ ,ଭୁଲିଗଲା ସ୍ନେହ ମମତା । ନିଜ ଜନ୍ମକଲା ଚାରୋଟି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡିଲା (Mother Jumped Into Well With 4 Children)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ତେବେ, ମହିଳାଙ୍କ ପ୍ରେମ ଜନିତ ବ୍ୟାପାରରୁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାର ପ୍ରକୃତ କାରଣ ଜଣାପଡି ନାହିଁ ।

Crime News: ଚାରି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମାଆ, କାରଣ କରିଦେବ ଆଶ୍ଚର୍ଯ୍ୟ

Burhanpur News: ମାଆ (Mother) ହୋଇଗଲା ନିଷ୍ଠର ।  ହୋଇଗଲା ସେ ମମତାହୀନ ,ଭୁଲିଗଲା ସ୍ନେହ ମମତା । ନିଜ ଜନ୍ମକଲା ଚାରୋଟି ଛୁଆଙ୍କୁ ଧରି କୂଅକୁ ଡେଇଁ ପଡିଲା (Mother Jumped Into Well With 4 Children)। ତେବେ, ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର (Burhanpur district) ବୁରହାନପୁର ଜିଲ୍ଲାରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ତେବେ, ମହିଳାଙ୍କ ପ୍ରେମ ଜନିତ ବ୍ୟାପାରରୁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାର ପ୍ରକୃତ କାରଣ ଜଣାପଡି ନାହିଁ । 

କଣ ଥିଲା ପୁରା ଘଟଣାକ୍ରମ: ମଧ୍ୟପ୍ରଦେଶର (Madhya Pradesh) ଟିକାବରାଡି ଅଞ୍ଚଳରେ ରୁହନ୍ତି ରମେଶ ଓ ତାଙ୍କ ସ୍ତ୍ରୀ ପ୍ରମିଳା ।  ୪ ସନ୍ତାନଙ୍କୁ ନେଇ ଠିକଠାକ୍ ଚାଲିଥିଲା ତେଲେ ଲୁଣର ସଂସାର । କିନ୍ତୁ କୌଣସି କାରଣବସତଃ । ରବିବାର ଦିନ ଉଭୟ ସ୍ବାମୀ -ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ରମେଶ ଜଣେ କୃଷକ । ସେ ଚାଷ କାମ କରୁଥିବାରୁ ଅଧିକାଂଶ ସମୟ ସେ ବିଲରେ ରୁହନ୍ତି । କିନ୍ତୁ ଗତକାଲି ସେ ନିଜ ପତ୍ନୀଙ୍କୁ ଚାଷକାମରେ ସହଯୋଗ କରିବା ପାଇଁ କହିଥିଲେ। କିନ୍ତୁ ଏଥିରେ ରାଜି ହୋଇ ନ ଥିଲେ ପ୍ରମିଳା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା । ପରେ ଚାଷ କାମକୁ ବାହାରି ଯାଇଥିଲେ ରମେଶ । ଆଉ ନିଜ ରାଗ ସମ୍ଭାଳି ନପାରି ଚାରି ଛୁଆଙ୍କୁ ସାଙ୍ଗରେ ନେଇ ଘର ନିକଟରେ ଥିବା ଏକ କୂଅକୁ ଡେଇଁ ପଡିଥିଲେ ମହିଳା । 

Also Read : Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର

Also Read : Ollywood Producer Arrested: ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୂନ ଲଗାଇ ଗିରଫ ହେଲେ ପ୍ରଡ୍ୟୁସର

ଯାହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ରଶି ସାହାର୍ଯ୍ୟରେ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ବଡ଼ ଝିଅକୁ ମଧ୍ୟ ଉଦ୍ଧାର କରାଯାଇଥିଲା । କିନ୍ତୁ କୂଅ ଭିତରେ ବାକି ତିନି ଛୁଆଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୧୮ ମାସର ଶିଶୁ ଥିବା ଜଣାପଡିଛି । ପୋଲିସ୍ ଉପସ୍ଥିତିରେ ତିନୋଟି ମୃତଦେହକୁ କୂଅରୁ କଢାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମହିଳା ଓ ତାଙ୍କ ବଡ ଝିଅର ଅବସ୍ଥା ଖରାପ ଥିବାରୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ,ସ୍ଥାନୀୟ ଲୋକେ କହୁଛନ୍ତି ମହିଳାଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରହିଛି ।  ପ୍ରେମିକ ଯୋଗୁଁ ମହିଳା ଏଭଳି କାଣ୍ତ ଘଟାଇଥିବା କୁହାଯାଉଛି । 

ନିକଟରେ ଏଭଳି ଏକ ସମାନ ଘଟଣା ରାଜସ୍ଥାନରେ ମଧ୍ୟ ଘଟିଛି । ପାରିବାରିକ କଳହ ଯୋଗୁ ଜଣେ ମା’ ନିଜର ୪ ଛୁଆଙ୍କୁ ସାଙ୍ଗରେ ଧରି କୂଅକୁ ଡେଇଁ ପଡ଼ିଛି। ଏହି ଘଟଣାରେ ୪ ଜଣ ଯାକ ପିଲା ପ୍ରାଣ ହରାଇଥିବା ବେଳେ ମା’କୁ ଗାଁ ଲୋକ ଗୁରୁତର ଅବସ୍ଥାରେ କୂଅରୁ ଉଦ୍ଧାର କରିଛନ୍ତି। ରାଜସ୍ଥାନର ଆଜମେର ଠାରେ ଘଟିଥିବା ଏହି ଘଟଣେ ପୂରା ରାଜ୍ୟରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ,ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରି ମାତିଆ(୩୨) ନାମକ ଜଣେ ମହିଳା ଏପରି କାଣ୍ଡ ଘଟାଇଛନ୍ତି। ମାତିଆଙ୍କ ଚତୁର୍ଥ ସନ୍ତାନ ବୟସ ମାତ୍ର ୧ ମାସ ହୋଇଥିଲା। ଘଟଣାରେ କୋମଲ(୪ ବର୍ଷ), ରିଙ୍କୁ (୩ ବର୍ଷ), ରାଜବୀର(୨୨ ମାସ) ଓ ଦେବରାଜ(୧ ମାସ) ପ୍ରାଣ ହରାଇଛନ୍ତି। ସମସ୍ତଙ୍କୁ ସାଙ୍ଗରେ ଧରି ମାତିଆ କୂଅକୁ ଡେଇଁଥିଲେ। ଏହି ଖବର ଜଣାପଡ଼ିବା ପରେ ଗାଁ ଲୋକମାନେ ବେଶ ସାହାସ ଦେଖାଇ ମାତିଆଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାଙ୍କ ବୟାନ ରେକର୍ଡ କରାଯାଇ ପାରି ନଥିବା ପୋଲିସ୍‌ କହିଛି। କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ, ସେକଥା ସ୍ପଷ୍ଟ ହୋଇନି। କେବଳ ପାରିବାରିକ ବିବାଦ କାରଣରୁ ଏହା ଘଟିଥିବା କୁହାଯାଉଛି।