Kendujhar News: ବାଃ ବାଃ ରେ ପ୍ରେମିକ! ପ୍ରେମିକା ଗର୍ଭବତୀ ହେବାରୁ ମାଡିବସି ଖୁଆଇ ଦେଲା ଗର୍ଭପାତ ଔଷଧ , ଆଉ ତା' ପରେ...
Advertisement

Kendujhar News: ବାଃ ବାଃ ରେ ପ୍ରେମିକ! ପ୍ରେମିକା ଗର୍ଭବତୀ ହେବାରୁ ମାଡିବସି ଖୁଆଇ ଦେଲା ଗର୍ଭପାତ ଔଷଧ , ଆଉ ତା' ପରେ...

Kendujhar News: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲା ପ୍ରେମିକ (girl friend )। ଭଲ ପାଇ ଠକି ଦେଲା ।  ଶାରିରୀକ ସୁଖ ପାଇବା ପରେ ଧୋକା ଦେଲା ଦଗାଦିଆ ପ୍ରେମିକ। ପ୍ରେମିକା ଗର୍ଭବତୀ ( pregnant) ହେବାର ଖବର ଶୁଣି ଛଳନା କରି ନିଜ ପାଖକୁ ଡାକି ଗୋଡି ହାତ ବାନ୍ଧି ଗର୍ଭପାତ ଔଷଧ ଜବରଦସ୍ତ ମାଡିବସି ଖୁଆଇ ଦେଲା ପ୍ରମିକ । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Kendujhar News:  ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲା ପ୍ରେମିକ (girl friend )। ଭଲ ପାଇ ଠକି ଦେଲା । କିଛି ଦିନରେ ଦେଖା ସାକ୍ଷାତ ପରେ ଯୁବକକୁ ମନ ଦେଇ ବସିଥିଲେ ନାବାଳିକା । ଭାବିଥିଲେ ପ୍ରେମିକାରୁ ଜୀବନସାଥୀ କରିବ ପ୍ରେମିକ । ଏହା ଭାବି ନିଜର ସର୍ବସ୍ବ ଦେଇ ଦେଇଥିଲେ ପ୍ରେମିକକୁ । କିନ୍ତୁ ଶାରିରୀକ ସୁଖ ପାଇବା ପରେ ଧୋକା ଦେଲା ଦଗାଦିଆ ପ୍ରେମିକ। ପ୍ରେମିକା ଗର୍ଭବତୀ ( pregnant) ହେବାର ଖବର ଶୁଣି ଛଳନା କରି ନିଜ ପାଖକୁ ଡାକି ଗୋଡି ହାତ ବାନ୍ଧି ଗର୍ଭପାତ ଔଷଧ ଜବରଦସ୍ତ ମାଡିବସି ଖୁଆଇ ଦେଲା ପ୍ରମିକ । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ। ମାମଲା ଯାଇ ଏବେ ଥାନାରେ ପହଞ୍ଚିଛି । ସେପଟେ ଏଭଳି ଘଟଣା ଘଟାଇ ଚମ୍ପଟ ମାରିଛି ଦଗାଦିଆ ପ୍ରେମିକ ଆଉ ଏପଟେ ମୃତ୍ୟୁ ଶର୍ଯ୍ୟାରେ ମରଣ ସହ ସଂଘର୍ସ କରୁଛି  ପ୍ରେମିକା । 

କ'ଣ ଥିଲା ପୂରା ଘଟଣାକ୍ରମ?

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଜ ପରିବାର ସହ ରୁହନ୍ତି । ଗତ କିଛି ବର୍ଷ ହେବା ମାଆଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବଡ଼ ଭଉଣୀର ବିବାହ ନିକଟରେ ଶେଷ ହୋଇଛି । ୧୬ ବର୍ଷିୟ ନାବାଳିକା ନିଜ ବାପାଙ୍କ ସହ ଘରେ ଏକାକୀ ଘରେ ରୁହନ୍ତି । ବାପା ମୂଲ ଲାଗି ଯାହା ଆଣନ୍ତି ସେଥିରେ ଦୁଇ ପ୍ରାଣୀ ଚଳନ୍ତି । ଗତ ଦୁଇ ବର୍ଷ ହେବ ଡ଼ିମିରିଆ ଗାଁର ଚିନ୍ମୟ ମହନ୍ତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନାବାଳିକାଙ୍କ ବାପା ମୂଲ ଲାଗିବା ପାଇଁ ବାହାରକୁ ଯିବା ପରେ ଚିନ୍ମୟ  ନାବାଳିକାଙ୍କ ପାଖକୁ ଆସନ୍ତି । ଆଉ ବିବାହ କରିବାର ପ୍ରତିଶ୍ରୃତି ଦେଇ ରଖନ୍ତି ଶାରିରୀକ ସମ୍ପର୍କ । 

Also Read: Rath Yatra 2023: ରଥ ଯାତ୍ରା ବେଳେ ପୁରୀକୁ ବୁଲି ଯାଉଥିଲେ ସାବଧାନ୍! ଆପଣଙ୍କ ସହ ହୋଇପାରେ କିଛି ଏମିତି...

Also Read: Cuttack News: ଅଜଣା ଯୁବତୀଙ୍କ ସହ ଚାର୍ଟିଂ କରି ସର୍ବସ୍ବାନ୍ତ ହେଲେ ବୃଦ୍ଧ, ଆକାଉଣ୍ଟରୁ ବାଏଁ ବାଏଁ ଉଡି଼ଗଲା ୨୦ ଲକ୍ଷରୁ ଅଧିକ ଟଙ୍କା

ତେବେ, ଏହାରି ଭିତରେ ଗର୍ଭବତୀ ହୋଇଯାଇଥିଲେ ନାବାଳିକା । ପରେ ଗର୍ଭବତୀ ଥିବା ନେଇ ଚିନ୍ମୟଙ୍କ ପାଖରେ ବାହାଘର ପାଇଁ ଜିଦ୍ କରନ୍ତି । ପ୍ରେମିକା ଗର୍ଭବତୀ ଥିବା ଜାଣି ଗର୍ଭ ନଷ୍ଟ କରିବା ପାଇଁ ଯୋଜନା କରନ୍ତି ଚିନ୍ମୟ । ସେପଟେ ଚିନ୍ମୟଙ୍କ ଘର ଲୋକେ ପୁଅର ଅନ୍ୟ ଜାଗାରେ ବାହାଘର ଠିକ୍ କରନ୍ତି । ଏହାରି ଭିତରେ ଚିନ୍ମୟଙ୍କର ଅନ୍ୟ ଜାଗାରେ ବାହାଘର ସ୍ଥିର ହୁଏ ।  ଏହି ଖବର ପାଇ ପ୍ରେମିକାର ମୁଣ୍ତ କାମ କରେନି । ପରେ  ପ୍ରେମିକା ଜଣକ ପ୍ରେମିକ ଘରେ ପହଞ୍ଚି ଯାଆନ୍ତି । ଏବଂ ବିବାହ ପାଇଁ କୁହନ୍ତି । ବିବାହ ପାଇଁ ରୋକଠୋକ୍ ମନା କରିଦିଅନ୍ତି ପ୍ରେମିକର ଘର ଲୋକେ। 

ପରେ ପ୍ରେମିକା ନିଜ ଘରକୁ ମନ ଦୁଃଖରେ ଫେରି ଆସିଥିଲା । ଏହି ସମୟରେ ପ୍ରେମିକାଙ୍କ ନିକଟରେ ପହଞ୍ଚନ୍ତି ପ୍ରେମିକ  ଚିନ୍ମୟ । ଆଉ ମିଛି ମିଛିକା ଭଲ ପାଇବା ଦେଖାଇ ପ୍ରେମିକାକୁ ଛାବୁଡି ଧରନ୍ତି । ଆଉ ସାଙ୍ଗରେ ଆଣିଥିବା ଗର୍ଭପାତ ଔଷଧକୁ ପ୍ରେମିକାର ଗୋଡହାତ ବାନ୍ଧି ଖୁଆଇ ଦିଅନ୍ତି (abortion pill) । ପରେ ଘଟଣାସ୍ଥଳରୁ ଚମ୍ପଟ ମାରେ ପ୍ରେମିକ । ପରେ ଯେତେବେଳ ନିଜ ବାପା କାମରୁ ଘରକୁ ଫେରନ୍ତି । ସେତେବେଳେ ଗୋଟି ଗୋଟି କରି ସମସ୍ତ କଥା ନିଜ ବାପାଙ୍କ ଆଗରେ କୁହେ ନାବାଳିକା । ପରେ ଏନେଇ ନାବାଳିକାଙ୍କ ବାପା ଥାନାର ଦ୍ବାରସ୍ତ ହୁଅନ୍ତି । ଏବଂ ଲିଖତ ଅଭିଯୋଗ କରନ୍ତି । ସେପଟେ ଗର୍ଭପାତ ଔଷଧ ଖାଇଥିବାରୁ ନାବାଳିକା ପେଟରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।