ମମିତା ମୃତ୍ୟୁର ନୂଆ ମୋଡ଼: ନବୀନଙ୍କ 'ଶେଷର ଆରମ୍ଭ ?'
Advertisement
Article Detail0/zeeodisha/odisha1024127

ମମିତା ମୃତ୍ୟୁର ନୂଆ ମୋଡ଼: ନବୀନଙ୍କ 'ଶେଷର ଆରମ୍ଭ ?'

କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିବା କିମ୍ବା ନିଜ ଦେହରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଭବାନୀପାଟଣାରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ନିଜ ସହ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । 

ମମିତା ମୃତ୍ୟୁର ନୂଆ ମୋଡ଼: ନବୀନଙ୍କ 'ଶେଷର ଆରମ୍ଭ ?'

ମଳୟ ମହାନ୍ତି, ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ଶାସନ ଭିତରେ ନିଜକୁ କ୍ଲିନ୍ ରଖିଥିବା ନବୀନ ଏବେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଞ୍ଚରେ ନିଜସହ ବସାଇ ନିଜ ପାଇଁ ଛିଡ଼ା କରି ଦେଇଛନ୍ତି ବଡ଼ ପ୍ରଶ୍ନବାଚୀ। ଏ ଅଭିଯୋଗ ହେଉଛି ବିରୋଧୀମାନଙ୍କର । କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିବା କିମ୍ବା ନିଜ ଦେହରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଭବାନୀପାଟଣାରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ନିଜ ସହ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ଏହା ନବୀନଙ୍କ 'ଶେଷର ଆରମ୍ଭ' ବୋଲି କହିଛନ୍ତି ବିରୋଧୀ । ନବୀନ ଏବେ ଆଗଭଳି ନାହାଁନ୍ତି, ବଦଳି ଯାଇଛନ୍ତି ବୋଲି କହିଛନ୍ତି ବିରୋଧୀ । ସେପଟେ ବିଜେଡି ବି ରଖିଛି କଡ଼ା ଜବାବ।  

ନୂଆ ମୋଡ଼ ନେଇଛି ମମିତା ମେହେର ହତ୍ୟା (Mamita Murder Case) ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି କାର୍ଯ୍ୟକ୍ରମରେ ମଞ୍ଚରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବସାଇବା ପରେ ଭିନ୍ନ ମୋଡ଼ ନେଇଛି ରାଜ୍ୟ ରାଜନୀତି । ବିରୋଧୀ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ହେଉଥିବା ବେଳେ ଓଲଟି ତାଙ୍କୁ ନିଜ ମଞ୍ଚରେ ବସାଇ ନବୀନ ବଡ଼ ଭୁଲ କରିଥିବା କହିଛନ୍ତି ବିରୋଧୀ ।

Also Read: କାନ୍ଧକୁ କାନ୍ଧ ମିଶିବ, ସବୁ ସମସ୍ୟାର ସମାଧାନ ହେବ...

ଯାହାକୁ ତାଙ୍କ ନିରଙ୍କୁଶ ଶାସନର 'ଶେଷର ଆରମ୍ଭ' ବୋଲି କହିଛନ୍ତି ବିରୋଧୀ କଂଗ୍ରେସ (Congress) ଓ ବିଜେପି । ବଦଳି ଯାଇଥିବା ନବୀନଙ୍କୁ ଖୁବଶୀଘ୍ର ରାଜ୍ୟବାସୀ ଜବାବ ଦେବେ ବୋଲି ମଧ୍ୟ କହିଛନ୍ତି ସେମାନେ । ମମିତାଙ୍କୁ ନ୍ୟାୟ ଓ ମହଲିଙ୍ଗ ଘଟଣାରେ ସତର ପର୍ଦ୍ଦାଫାଶ ନ ହେବାଯାଏଁ ଆନ୍ଦୋଳନ ଜାରି ରହିବ ଦେଇଛନ୍ତି ଚେତାବନୀ । ସେପଟେ ବିଜେଡି (BJD) ମଧ୍ୟ ଏ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛି । ନବୀନ କେବେହେଲେ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହାନ୍ତି କି ଆଜି ବି ଦେଉନାହାନ୍ତି ବୋଲି କହିଛି ବିଜେଡି । 

Also Read: କୋରୋନାର କଳା ନଜର: ଏ ବର୍ଷ ବି ବାଲିଯାତ୍ରା ବନ୍ଦ...

ଆଜି ବି ନବୀନ ସେମିତି ଅଛନ୍ତି, ଯେମିତି ପୂର୍ବରୁ ଥିଲେ । ସେ କିଛି ବଦଳି ନାହାନ୍ତି ବୋଲି କହିଛି ବିଜେଡି । ଏହା ନବୀନଙ୍କ 'ଶେଷର ଆରମ୍ଭ' ନା ବିରୋଧୀଙ୍କ ପାଇଁ ଏହା ଶେଷ ତା'କୁ ଅପେକ୍ଷା କରନ୍ତୁ ବୋଲି କଟାକ୍ଷ କରିଛି ବିଜେଡି। ମମିତା ମେହେର ପ୍ରସଙ୍ଗରେ ରାଜ୍ୟରେ ଜୋରଦାର ବିରୋଧ ପରେ ମଧ୍ୟ ଯେଉଁ ମନ୍ତ୍ରୀଙ୍କ ବହିଷ୍କାର ପ୍ରସଙ୍ଗ ନେଇ ବିରୋଧୀ ଅଡ଼ି ବସିଥିଲେ ଖୋଦ ମୁଖ୍ୟମନ୍ତ୍ରୀ (Odisha Chief Minister) ତାଙ୍କୁ ମଞ୍ଚରେ ବସାଇ କଡ଼ା ବାର୍ତ୍ତା ଦେଇ ସାରିଛନ୍ତି । ଏଭଳି ସ୍ଥିତିରେ ବିରୋଧୀ  ଆଗକୁ ବିରୋଧକୁ ଆହୁରି ଶାଣିତ କରିବା ନେଇ ଘୋଷଣା କରି ସାରିଛନ୍ତି ।  ଏହାରି ମଧ୍ୟରେ ରାଜ୍ୟବାସୀ ନବୀନଙ୍କୁ ବିଶ୍ୱାସକୁ ନେଉଛନ୍ତି ନା ବିରୋଧୀଙ୍କୁ ତାହା ସମୟ କହିବ ।