Romance On Road: ଖୁଲମଖୁଲା ରୋମାନ୍ସ ,ରାସ୍ତା ଉପରେ କିସ୍ କରି ଫସିଲେ,ବାନ୍ଧିଲା ପୋଲିସ
Advertisement

Romance On Road: ଖୁଲମଖୁଲା ରୋମାନ୍ସ ,ରାସ୍ତା ଉପରେ କିସ୍ କରି ଫସିଲେ,ବାନ୍ଧିଲା ପୋଲିସ

Lucknow Romance On Road Case: ସୀମା ଟପିଲା ଅଶ୍ଲିଳତା । ଖୁଲମ ଖୁଲା କଲେ ରୋମାନ୍ସ ତାହା ପୁଣି ରାସ୍ତା ଉପରେ । ଯାହାକୁ ନେଇ ଅଡୁଆରେ ପଡିଲେ ପ୍ରେମୀ ଯୁଗଳ । ଏ-ନେଇ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ଯୁବତୀଙ୍କୁ ଖୋଜାଖୋଜି କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ଆଇପିସିର ଧାରା ୨୭୯ ଏବଂ ୨୪୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ଯୁବକ ସ୍କୁଟି ଚଲାଉଛନ୍ତି । ଏବଂ ଜଣେ ଯୁବତୀ ସ୍କୁଟି ଆଗରେ ବସି ଅର୍ଥାତ ଯୁବକଙ୍କ କୋଳରେ ବସି ଯାବୁଡି ଧରି ଫିଲ୍ମ ଷ୍ଟାଇଲେ ରୋମାନ୍ସ କରୁଛନ୍ତି । ଏବଂ ଖୁଲମଖୁଲା,ଉଭୟ କିସ ମଧ୍ୟ କରୁଥିଲେ  ଡ୍ରାଇଭିଂ ସମୟରେ ,ତାହା ପୁଣି ବିଚ ରାସ୍ତାରେ। ତେବେ, ଏହି ଭିଡିଓଟି(Hazratganj area of Lucknow) ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳର ବୋଲି ଅଭିଯୋଗ ହୋଇଥିଲା । ପରେ ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।  କେହି ଜଣେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆର ଛାଡିଥିଲା । ଏବଂ ଏ ଘଟଣା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଦାବି କରିଥିଲା । ଏ ସମ୍ପର୍କରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବକଙ୍କୁ ଖୋଜିବା ପରେ ଗିରଫ କରିଥିଲା। ସୂଚନାନୁସାରେ,ପୋଲିସ ସ୍କୁଟିକୁ ମଧ୍ୟ ଜବତ କରିଛି । 

Also Read: Crime News: ଏ କେମିତିକା ପ୍ରେମିକା ? ବିଛଣାରେ ପ୍ରେମିକ ପରିସ୍ରା କରିଦେଲା ବୋଲି...

Also Read: Crime: କ୍ରୁରତାର ସବୁ ସୀମା ପାର! ୧୫ ବର୍ଷର 'ଝିଅ'କୁ ୪୧ ବର୍ଷୀୟ ପିତା କଲା ଦୁଷ୍କର୍ମ, ଗର୍ଭବତୀ ପରେ...

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଇପିସି ଧାରା ୨୭୯ ଏବଂ ୨୪୯ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି। ସେଥିମଧ୍ୟରୁ ଧାରା ୨୭୯ ଏକ ସାଧାରଣ ରାସ୍ତାରେ ଦ୍ରୁତ ଗତିରେ ଗାଡି ଚଳାଇବା ସହ ମାନବ ଜୀବନ ପ୍ରତି ବିପଦ ସୃଷ୍ଟି କରିବା । ଏହି ବିଭାଗ ଅଧୀନରେ ଦୋଷୀ ସାବ୍ୟସ୍ତ ହେଲେ,୬ ମାସ ପର୍ଯ୍ୟନ୍ତ ଜେଲ ଭୋଗିବାକୁ ପଡିପାରେ ଏବଂ ଜୋରିମାନା ଦେବାକୁ ପଡିପାରେ ।  ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଉଭୟ (ଜେଲ ଏବଂ ଜରିମାନା) ସହିତ ଦଣ୍ଡିତ ହେବାର ମଧ୍ୟ ନିୟମ ରହିଛି । 

ଅନ୍ୟମାନଙ୍କୁ ବିରକ୍ତ କରିବା ଉଦ୍ଦେଶ୍ୟରେ ଆଇପିସିର ଧାରା ୨୯୪ ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ କାର୍ଯ୍ୟ କରିବା ସହିତ କାର୍ଯ୍ୟ କରିଥାଏ | ଯଦି ଜଣେ ବ୍ୟକ୍ତି ଅଶ୍ଳୀଳ କାର୍ଯ୍ୟ କରେ, ଅଶ୍ଳୀଳ ଗୀତ ଗାଇଥାଏ, ଅଶ୍ଳୀଳତା ସର୍ବସାଧାରଣ ସ୍ଥାନରେ ପରିପ୍ରକାଶ କରେ, ଅନ୍ୟମାନଙ୍କୁ ଥଟ୍ଟା କରିବା ଉଦ୍ଦେଶ୍ୟରେ ସର୍ବସାଧାରଣ ସ୍ଥାନରେ ଗୀତ ଗାଇଥାଏ କିମ୍ବା ଉଚ୍ଚସ୍ବରରେ କଥା ହେବା ତେବେ ତାଙ୍କୁ ଅଭିଯୁକ୍ତ ଭାବରେ ବିବେଚନା କରାଯିବ ।  ଏହି ଧାରା ଅନୁସାରେ, ଆପଣଙ୍କୁ ଦଣ୍ତ ସହିତ ଜରିମାନା ମଧ୍ୟ ଭରିବାକୁ ପଡିପାରେ ।