Biriyani: 'ବିରିୟାନି' ଖାଇ ଚାଲିଗଲା ୨୦ ବର୍ଷୀୟ ଯୁବତୀର ଜୀବନ! ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1518196

Biriyani: 'ବିରିୟାନି' ଖାଇ ଚାଲିଗଲା ୨୦ ବର୍ଷୀୟ ଯୁବତୀର ଜୀବନ! ଜାଣନ୍ତୁ ପୂରା ମାମଲା

Girl Dead after Biriyani: ପୋଲିସ କହିଛି ଯେ ପେରୁମ୍ବାଲା ନିବାସୀ ଅଞ୍ଜୁ ଶ୍ରୀପର୍ବତୀ ଡିସେମ୍ବର ୩୧ ରେ କାସରଗୋଡର ରୋମାନ୍ସିୟା ନାମକ ଏକ ରେସ୍ତୋରାଁରୁ ଅନଲାଇନରେ ଅର୍ଡର କରିଥିବା ବିରିୟାନି ଖାଇଥିଲେ ଓ ଯାହାଫଳରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ।

ସୌ: ସୋସିଆଲ ମିଡିଆ

Girl Dead after Biriyani: କେରଳରେ (Kerala) ଖାଦ୍ୟ ବିଷାକ୍ତ ମାମଲାରେ ଜଣେ ୨୦ ବର୍ଷାୟା ମହିଳାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମହିଳା ଜଣକ 'କୁଜିମନ୍ତୀ' ବିରିୟାନି (Biriyani) ଖାଇବା ପରେ ଅସୁସ୍ଥ ହୋଇ ପଡିଥିଲେ । ଶନିବାର ଦିନ ପୋଲିସର କହିବାନୁସାରେ ପେରୁମ୍ବାଲା ନିବାସୀ ଅଞ୍ଜୁ ଶ୍ରୀପର୍ବତୀ ଡିସେମ୍ବର ୩୧ ରେ କାସରଗୋଡର ରୋମାନ୍ସିୟା ନାମକ ଏକ ରେସ୍ତୋରାଁରୁ ଅନ୍ଲାଇନରେ ଅର୍ଡର କରି 'କୁଜିମନ୍ତୀ' ବିରିୟାନୀ ଖାଇଥିଲେ ଓ ଏହାପରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ନ୍ୟୁଜ୍ ଏଜେନ୍ସି ପିଟିଆଇ ଭାଷାକୁ ପୋଲିସ କହିଛି, 'ନାବାଳିକାଙ୍କ ପିତାମାତା ଏ ସମ୍ପର୍କରେ ଅଭିଯୋଗ କରିଥିଲେ, ଯାହା ପରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା।  ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ଏହି ଝିଅଟି କାସରାଗୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଯେଉଁଠାରୁ ତାଙ୍କୁ କର୍ଣ୍ଣାଟକର ମାଙ୍ଗାଲୁରୁର ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଚଛି । ସେପଟେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜର୍ଜ ପଠାନାମଥୀତାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଏହି ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ନିରାପତ୍ତା ଅଭିଯୋଗରେ ହୋଟେଲଗୁଡିକର ଲାଇସେନ୍ସ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ (FSSA) ଅନୁଯାୟୀ ବାତିଲ କରାଯିବ ବୋଲି ସେ କହିଛନ୍ତି ।

ଏହି ସପ୍ତାହ ପୂର୍ବରୁ, କୋଟିକୋଡାମର ଏକ ଭୋଜନଳୟରୁ ଖାଦ୍ୟ ଖାଇବା ପରେ କୋଟାୟାମ ମେଡିକାଲ କଲେଜର ଜଣେ ନର୍ସଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ନର୍ସ ରେଶମୀ ରାଜ (୩୩) ଏଠାରେ ହୋଟେଲ ପାର୍କରୁ ଆରବୀୟ ଚିକେନ୍ ଡିସ୍ 'ଅଲ୍ ଫହମ୍' ଅର୍ଡର କରିଥିଲେ । ଖାଦ୍ୟ ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ, ସମାନ ହୋଟେଲରେ ଖାଦ୍ୟ ଥିବା ଅନ୍ୟ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଯେଉଁମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ଘଟଣା ପରେ କେରଳର ଖାଦ୍ୟ ସୁରକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪୦ ଟି ହୋଟେଲ ବନ୍ଦ କରିବା ସମେତ ୬୨ ଟି ହୋଟେଲ ଉପରେ ଜରିମାନା ଲଗାଇଛି ଓ ସାରା ରାଜ୍ୟରେ ଚଢାଉ ପରେ ୨୮ ଟି ହୋଟେଲକୁ ଚେତାବନୀ ଦେଇଛି ।

ଏହା ବି ପଢନ୍ତୁ: Crime News: ସାଂଘାତିକ ଲଜ୍ଜ୍ୟା: ବାପା କଲା ଝିଅର ଦୁଷ୍କର୍ମ, ମାଆ କଲା ସହଯୋଗ

ଏହା ବି ପଢନ୍ତୁ: Shocking News: ବସରେ ଯୁବତୀଙ୍କ ସାମ୍ନାରେ ହସ୍ତମୈଥୁନ କରୁଥିଲେ ବ୍ୟକ୍ତି, ଧରାପଡ଼ିଯିବାରୁ କଲେ ଏହି କାମ