କୋର୍ଟରେ କଲେ ଏକାଠି ରହିବାର ପ୍ରତିଜ୍ଞା; ବାହାରକୁ ଆସିବା ମାତ୍ରେ ପତ୍ନୀଙ୍କ ଗଳା କାଟି ଦେଲେ ସ୍ୱାମୀ
Advertisement
Article Detail0/zeeodisha/odisha1302174

କୋର୍ଟରେ କଲେ ଏକାଠି ରହିବାର ପ୍ରତିଜ୍ଞା; ବାହାରକୁ ଆସିବା ମାତ୍ରେ ପତ୍ନୀଙ୍କ ଗଳା କାଟି ଦେଲେ ସ୍ୱାମୀ

Karnataka Family Court: ଶିବକୁମାରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ପୋଲିସ ଅଧିକାରୀମାନେ ବର୍ତ୍ତମାନ ଏହା ତଦନ୍ତ କରୁଛନ୍ତି ଯେ ସେ କିପରି ଛୁରୀ ସହ କୋର୍ଟରେ ପ୍ରବେଶ କରିଥିଲେ । ଯେଉଁ ଅସ୍ତ୍ରରେ ଅଭିଯୁକ୍ତ ଅପରାଧ କରିଥିଲା, ​​ସେହି ଅସ୍ତ୍ରକୁ ମଧ୍ୟ ଉଦ୍ଧାର କରାଯାଇଛି ।

ସୌ: ସୋସିଆଲ ମିଡିଆ

ବେଙ୍ଗାଳୁରୁ: କର୍ଣ୍ଣାଟକର (Karnataka ) ଏକ ପାରିବାରିକ କୋର୍ଟରେ (Family Court) ଜଣେ ବ୍ୟକ୍ତି ଛୁରୀରେ ନିଜ ପତ୍ନୀଙ୍କ ଗଳା କାଟି ଦେଇଛନ୍ତି । ଉଭୟ ଛାଡପତ୍ର ପାଇଁ ଆବେଦନ କରିବା ପରେ କାଉନସେଲିଂ ସେସନରେ ହଜାର ହେବାକୁ ଏଠାକୁ ଆସିଥିଲେ । ଏହି ଅପରାଧ ଘଟାଇବା ପରେ ସ୍ୱାମୀ ଜଣକ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ଧରି ପକାଇଥିଲେ ।

ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଆକ୍ରମଣ ପରେ ମହିଳାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଉଲ୍ଲେଖନୀୟ ବିଷୟ ହେଉଛି, କାଉନସେଲିଂ ସେସନରେ ଉଭୟେ ସହମତ ହୋଇଥିଲେ ଯେ ସେମାନେ ସେମାନଙ୍କର ମତଭେଦକୁ ଭୁଲିଯିବେ ଓ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ଅଲଗା ହେବାକୁ ଦେବେନାହିଁ ।

ଅଭିଯୁକ୍ତ ସ୍ୱାମୀ ଶିବକୁମାର ବୋଲି ଜଣାପଡିଛି, ଯାହାର ପତ୍ନୀଙ୍କ ନାମ ଚୈତ୍ରା ଅଟେ । ଏହି ମାମଲା ହାସନ ଜିଲ୍ଲାର ହୋଲେନରସିପୁରା ଫେମିଲି କୋର୍ଟର ଅଟେ । ଏକ ଘଣ୍ଟା କୌନସିଲିଂ ପରେ ଯେତେବେଳ ମହିଳା ଜଣକ ବାହାରକୁ ଆସିଥିଲେ, ସେତବେଳେ ଶିବକୁମାର ତାଙ୍କ ପଛେ ପଛେ ୱାସରୁମ୍ ପର୍ଯ୍ୟନ୍ତ ଯାଇଥିଲେ । ଏଠାରେ ତାଙ୍କୁ ଏକୁଟିଆ ଦେଖି ସେ ଏକ ଛୁରୀରେ ତାଙ୍କ ଗଳାକୁ କାଟି ଦେଇଥିଲେ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଛାଡି ଫେରାର ହେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଶିବକୁମାରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ସେ କିପରି ଛୁରୀ ସହ କୋର୍ଟରେ ପ୍ରବେଶ କଲେ, ତାକୁ ନେଇ ପୋଲିସ ଅଧିକାରୀମାନେ ତଦନ୍ତ କରୁଛନ୍ତି । ଯେଉଁ ଅସ୍ତ୍ରରେ ଅଭିଯୁକ୍ତ ଅପରାଧ କରିଥିଲା, ​​ସେହି ଅସ୍ତ୍ରକୁ ଉଦ୍ଧାର କରାଯାଇଛି । ଅଧିକାରୀ କହିଛନ୍ତି ଯେ ପଚରାଉଚରା ପରେ ମାମଲା ସହ ଜଡିତ ଅନ୍ୟ ତଥ୍ୟ ପ୍ରକାଶ ପାଇବ । ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ମଧ୍ୟ ଏହି ଘଟଣାକୁ ନେଇ ପଚରାଉଚୁରା କରାଯାଉଛି । ଏହା ବି ପଢ଼ନ୍ତୁ: ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ପ୍ରଶଂସକ ଇମ୍ରାନ ଖାନ, ଏପରି କଲେ ପ୍ରଶଂସା

ହାସନର ଜଣେ ବରିଷ୍ଠ ପୋଲିସ ଅଧିକାରୀ ହରିରାମ ଶଙ୍କର କହିଛନ୍ତି, “ଏହି ଘଟଣା କୋର୍ଟ ପରିସରରେ ଘଟିଥିଲା । ଅଭିଯୁକ୍ତ ଆମ ଜେଲରେ ଅଛନ୍ତି । ସେହିଁ ଅସ୍ତ୍ର ଜବତ କରିଛୁ, ଯାହାକୁ ସେ ଅପରାଧ କରିବା ପାଇଁ ବ୍ୟବହାର କରୁଥିଲେ । କାଉନସେଲିଂ ସେସନ ପରେ କ’ଣ ହେଲା ଓ ସେ କିପରି ଅସ୍ତ୍ରକୁ କୋର୍ଟ ଭିତରକୁ ନେବାରେ ସଫଳ ହେଲେ ଆମେ ଯାଞ୍ଚ କରିବୁ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଯାଞ୍ଚ ପରେ ହିଁ, ସବିଶେଷ ତଥ୍ୟ ଆମ ପାଇଁ ଉପଲବ୍ଧ ହେବ ।" ଏହା ବି ପଢ଼ନ୍ତୁ: ଭାରତର ଅପରାଧୀଙ୍କୁ କାହିଁକି ରକ୍ଷା କରୁଛି ଡ୍ରାଗନ୍? ଚୀନ୍ ରାଷ୍ଟ୍ରଦୂତ ଦେଲେ ଆଶ୍ଚର୍ଯ୍ୟଜନକ ଜବାବ