Jharkhand Crime: ୧୪ ଦିନ ପରେ ଭୟଙ୍କର ଅବସ୍ଥାରେ ମିଳିଲା କଟାମୁଣ୍ଡ, ନୃସଂଶ ସ୍ୱାମୀ କରିଥିଲା ହତ୍ୟା
Advertisement
Article Detail0/zeeodisha/odisha1510183

Jharkhand Crime: ୧୪ ଦିନ ପରେ ଭୟଙ୍କର ଅବସ୍ଥାରେ ମିଳିଲା କଟାମୁଣ୍ଡ, ନୃସଂଶ ସ୍ୱାମୀ କରିଥିଲା ହତ୍ୟା

Jharkhand Crime: ୧୪ ଦିନ ପୂର୍ବରୁ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଏକ ଘଟଣା ଘଟିଥିଲା ଝାଡ଼ଖଣ୍ଡରେ । ଯାହାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ନୃସଂଶ ସ୍ୱାମୀ ହତ୍ୟା କରିବା ପରେ ଶାଶୁ ଘରର ପରିବାର ସଦସ୍ୟମାନେ ତାଙ୍କ ମୃତଦେହକୁ କାଟି ଖଣ୍ଡଖଣ୍ଡ କରିଦେଥିଲେ। ୨୦ ଖଣ୍ଡ ମୃତଦେହକୁ ଏଣେତେଣେ ଫିଙ୍ଗି ଦେଇଥିଲେ। ତେବେ ପୂର୍ବରୁ ୧୮ ଖଣ୍ଡ ମିଳିଥିବା ବେଳେ ଆଜି ମୁଣ୍ଡ ମିଳିଛି। ପଢନ୍ତୁ ପୁରା ରିପୋର୍ଟ....

Jharkhand Crime: ୧୪ ଦିନ ପରେ ଭୟଙ୍କର ଅବସ୍ଥାରେ ମିଳିଲା କଟାମୁଣ୍ଡ, ନୃସଂଶ ସ୍ୱାମୀ କରିଥିଲା ହତ୍ୟା

Jharkhand Crime: ରାଞ୍ଚି: ଝାଡ଼ଖଣ୍ଡର (jharkhand Crime) ବହୁ ଚର୍ଚ୍ଚିତ ରୁବିକା ପହାଡିନ ହତ୍ୟାକାଣ୍ଡରେ (Rubika Pahadin Murder) ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ୧୪ ପୂର୍ବରୁ ରୁବିକାଙ୍କୁ (Rubika Pahadin) ତାଙ୍କ ସ୍ୱାମୀ ହତ୍ୟା କରିଥିବା ବେଳେ ପରିବାର ସଦସ୍ୟମାନେ ମୃତଦେହକୁ ଖଣ୍ଡଖଣ୍ଡ କରିଦେଇଥିଲେ। ଏହା ସହିତ ମୃତଦେହର (Deadbody) ଅଂଶବିଶେଷକୁ ଏଣେତେଣେ ଫିଙ୍ଗି ଦେଇଥିଲେ। ତେବେ ଘଟଣା ଦିନ ମୃତଦେହର କିଛି ଅଂଶ ମିଳିଥିବା ବେଳେ ଅନ୍ୟ କିଛି ଅଂଶ ମିଳିନଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ସାହିବଗଞ୍ଜ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାଟି ସାହିବଗଞ୍ଜ (Sahibganja) ଥାନା ଅନ୍ତର୍ଗତ ବୋରିଆଅଞ୍ଚଳରେ ଘଟିଥିଲା। ତେବେ ଝାଡ଼ଖଣ୍ଡର ଏହି ଚର୍ଚ୍ଚାରେ ରହିଥିବା ହତ୍ୟାକାଣ୍ଡରେ ପୋଲିସ ମୃତକ ରୁବିକାଙ୍କ ମୁଣ୍ଡକୁ (Rubika Pahadin Head) ଜବତ କରିଛି। ଏହା ପୂର୍ବରୁ ପୋଲିସ ମୃତଦେହର ୧୮ ଖଣ୍ଡ ଅଂଶ ବିଶେଷକୁ ଜବତ କରିନେଇଥିଲା। 

ପୋଲିସ ସୂଚନା ଦେଇ କହିଛି କି ରବିବାର କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ପୋଖରୀ ମଧ୍ୟକୁ ଯାଇଥିଲେ। ଏହି ସମୟରେ ପୋଖରୀ ମଧ୍ୟରୁ ଏକ କଟାମୁଣ୍ଡ ମିଳିଥିଲା। ଏହି ମୁଣ୍ଡକୁ ସେମାନେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଏହି ମୁଣ୍ଡ ପାଇବା ପରେ ତାକୁ ଫରେନସିକ ଯାଞ୍ଚ ପାଇଁ ଲାବୋରେଟୋରିକୁ ପଠାଇ ଦେଇଥିଲା। ସାହିବଗଞ୍ଜ ବୋରିଆ ସାନ୍ତାଳି ମୌଜାର ପୁରୁଣା ଶିବମନ୍ଦିର ନିକଟରେ ଥିବା ପୋଖରୀରୁ ଏହି ମୁଣ୍ଡ ମିଳିଥିଲା। ତେବେ ପୋଲିସ ଏହା ରୁବିକା ପାହାଡିନଙ୍କ ମୁଣ୍ଡ ବୋଲି ଚିହ୍ନଟ କରି ସୂଚନା ଦେଇଛି। ରୁବିକାଙ୍କ ବଡ଼ ଭଉଣୀ ଶିଲା ପାହାଡ଼ିନ ଜବତ ହୋଇଥିବା ମୁଣ୍ଡକୁ ଚିହ୍ନଟ କରିଛନ୍ତି। ଯଦିଓ ପୋଲିସ ବର୍ତ୍ତମାନ ସୁଦ୍ଧା ଡିଏନଏ ଟେଷ୍ଟ ପାଇଁ ମୁଣ୍ଡକୁ ଲାବୋରେଟୋରିକୁ ପଠାଇ ଦେଇଛି। ଏଥିପାଇଁ ରୁବିକାଙ୍କ ମା ଚାନ୍ଦୀ ପାହାଡ଼ିନ ଓ ବାପା ସୁରଜ ପାହାଡ଼ିଆଙ୍କ ରକ୍ତ ନମୂନା ସଂଗ୍ରହ କରିଛି। 

ପୋଲିସ ଅନୁଯାୟୀ ଜବତ ହୋଇଥିବା ମହିଲାଙ୍କର ବୋଲି ସୂଚନା ଦେଇଛି। କିନ୍ତୁ ସ୍ପଷ୍ଟ ଭାବେ ଏହା ରୁବିକାଙ୍କର ବୋଲି ସୂଚନା ଦେଇ ନାହିଁ। ଏଥିପାଇଁ ଡିଏନଏ ପରୀକ୍ଷା ପାଇଁ ରୁବିକାଙ୍କ ବାପା ଓ ମାଙ୍କର ରକ୍ତ ନମୂନା ସଂଗ୍ରହ କରିଛି। ସୂଚନାନୁସାରେ, ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ପାଇଥିବା ଖପୁରୀର କାନରେ କାନଫୁଲ ଅଛି। ରୁବିକାଙ୍କ ଭଉଣୀ ସୂଚନା ପାଇବା ପରେ ପହଞ୍ଚି ଏହି କାନଫୁଲଗୁଡ଼ିକୁ ଦେଖିବା ପରେ ତାହା ରୁବିକାଙ୍କ ମୁଣ୍ଡ ବୋଲି ଚିହ୍ନଟ କରିଥିଲେ। କହିଥିଲେ ଯେ ଏହି ଖପୁରୀ କେବଳ ତାଙ୍କ ଭଉଣୀଙ୍କର ଅଟେ। ଏଠାରେ କହି ରଖୁ ଯେ ରୁବିକା ନାମକ ଜଣେ ଆଦିବାସୀ ପାହାଡ଼ିଅକୁ ତାଙ୍କ ସ୍ୱାମୀ ଦିଲଦାର ଅନସାରୀ ହତ୍ୟା କରିଥିଲେ। ହତ୍ୟା ପରେ ସେ ତାଙ୍କ ପିତା ମୁସ୍ତାକିମ, ମା ମରିୟମ ଖାତୁନ, ପ୍ରଥମ ପତ୍ନୀ ଗୁଲେରା ଅନସାରୀ, ଭାଇ ଆମୀର ଅନସାରୀ, ମହତବ ଅନସାରୀ, ଭଉଣୀ ସରେଜା ଖାତୁନଙ୍କ ସହ ତାଙ୍କ ମୃତଦେହକୁ ୨୦ ଖଣ୍ଡରେ କାଟି ଏଠାରେ ପକାଇ ଦେଇଥିଲେ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଛି।