Jharkhand: ଯୌନ ଉତ୍ପୀଡନ ପଡ଼ିଲା ମହଙ୍ଗା; ନିଲମ୍ୱିତ ହେଲେ IAS ଅଧିକାରୀ
Advertisement

Jharkhand: ଯୌନ ଉତ୍ପୀଡନ ପଡ଼ିଲା ମହଙ୍ଗା; ନିଲମ୍ୱିତ ହେଲେ IAS ଅଧିକାରୀ

Sexually Harassing Case: ଝାଡ଼ଖଣ୍ଡ ସରକାରଙ୍କ କଠୋର ନିଷ୍ପତ୍ତି। ଯୌନ ଉତ୍ପୀଡନ ମାମଲାରେ ନିଲମ୍ୱିତ ହେଲେ IAS ଅଧିକାରୀ। ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଯୌନଶୋଷଣ କରିବାର ଅଭିଯୋଗ ଆସିଛି।

 

 Jharkhand: ଯୌନ ଉତ୍ପୀଡନ ପଡ଼ିଲା ମହଙ୍ଗା; ନିଲମ୍ୱିତ ହେଲେ IAS ଅଧିକାରୀ

Jharkhand IAS Officer: ଯୌନ ଉତ୍ପୀଡନ ମାମଲାରେ ନିଲମ୍ୱିତ ହେଲେ ଆଇଏଏସ୍ (IAS)ଅଧିକାରୀ। ଜଣେ ଆଇଆଇଟିଆନଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ନିଲମ୍ୱନ କରାଯାଇଛି। ଆଇଏଏସ୍ ଅଧିକାରୀ ସୟଦ ରିଆଜ ଅହମ୍ମଦଙ୍କୁ ଜଣେ ଟ୍ରେନି ଆଇଆଇଟିଆନଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗରେ ଝାଡ଼ଖଣ୍ଡ ସରକାର ଶୁକ୍ରବାର ନିଲମ୍ବିତ କରିଛନ୍ତି।

ସୟଦ ରିଆଜ ଅହମ୍ମଦ ଖୁଣ୍ଟିର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (Sub Divisional Magistrate of Khunti) ଥିଲେ। ତାଙ୍କ ବିରୋଧରେ ଇଞ୍ଜିନିୟରିଂ ଛାତ୍ରୀ (Engineering Student) ଜଣକ ପୋଲିସରେ ଅଭିଯୋଗ କରିବା ପରେ ତାଙ୍କୁ ୫ ଜୁଲାଇରେ ଗିରଫ କରାଯାଇଥିଲା । ଏହାପରେ  ତାଙ୍କୁ ଦୁଇ ସପ୍ତାହ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

ପୋଲିସ୍ କହିଛି ଯେ ଅହମ୍ମଦଙ୍କ ଉପରେ ଅଭିଯୋଗ ଅନୁଯାୟୀ ଆଇପିସିର ଧାରା ୩୫୪ (outrage her modesty କିମ୍ବା ଅପରାଧିକ ବଳ ପ୍ରୟୋଗ),୩୫୪(କ) (ଯୌନ ଉତ୍ପୀଡ଼ନ) ଏବଂ ୫୦୯ (ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଦଫା ଲଗାଯାଇଛି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, "ଖୁଣ୍ଟି ର ଏସଡିଏମ ଭାବରେ ଦାୟିତ୍ୱରେ ଥିବା ସୟଦ ରିଆଜ ଅହମ୍ମଦଙ୍କୁ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Chief Minister Hemant Soren) ନିର୍ଦ୍ଦେଶ ଦେଇଛନ୍ତି। ଏସଡିଏମଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ରହିଥିଲା। ଅଦାଲତ ଜୁଲାଇ ୫ ତାରିଖରେ ଉକ୍ତ ଅଧିକାରୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ (Judicial Custody) ପଠାଇ ଦେଇଥିଲେ।

ଅଧିକାରୀଙ୍କ ଅନୁସାରେ, ଅନ୍ୟ ରାଜ୍ୟରୁ ପୀଡିତାଙ୍କ ସମେତ ଆଇଆଇଟିର ଆଠ ଜଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ତାଲିମ ପାଇଁ ଖୁଣ୍ଟି ଆସିଥିଲେ। ଶନିବାର ଦିନ ଡେପୁଟି ଡେଭଲପମେଣ୍ଟ କମିଶନରଙ୍କ ବାସଭବନରେ ଆୟୋଜିତ ଏକ ରାତ୍ରୀ ଭୋଜନରେ ସେମାନେ ଯୋଗ ଦେଇଥିଲେ। ପାର୍ଟିରେ ଯେତେବେଳେ ଏସଡିଏମ ପୀଡିତାଙ୍କୁ ଏକୁଟିଆ ପାଇଥଲେ ସେତେବେଳେ ସେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା। ଯାହାକି ପୀଡିତା ପୋଲିସ ଆଗରେ ବୟାନ ରଖିଥିଲେ।

ତେବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି। ଘଟଣାକୁ ନେଇ ବିଜେପି ରାସ୍ତାକୁ ଓହ୍ଲାଇ ନାରାବାଜି କରିଛି। ଏହାସହିତ ଗିରଫ ହୋଇଥିବା ଖୁଣ୍ଟି ସଏସଡିଏମ ଅହମ୍ମଦଙ୍କ ବିରୋଧରେ ଯାଇ ଝାଡ଼ଖଣ୍ଡ ନାମ ଖରାପ କରିଥିବାରୁ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଦାବି କରିଥିଲା। ବିଜେପି ରାଜ୍ୟ ସଭାପତି ତଥା ସାଂସଦ ଦୀପକ ପ୍ରକାଶ (Jharkhand BJP President and MP Deepak Prakash) ଗଣମାଧ୍ୟମକୁ କହିଛନ୍ତି ଯେ,ଏହା ଲଜ୍ଜାଜନକ, ଘୃଣ୍ୟ ଏବଂ ଅକଳ୍ପନୀୟ ଘଟଣା। ଆମେ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ଯାହା ଦ୍ୱାରା ଅନ୍ୟ କୌଣସି ଅଧିକାରୀ ଏଭଳି ସ୍ତରକୁ ଯିବାକୁ ସାହସ କରିବେ ନାହିଁ।