Asaram Bapu Gets Life Prison: କାରାଗାରରେ କଟିବ ଆଧ୍ୟାତ୍ମିକ ଗୁରୁଙ୍କ ଜୀବନ, ଆଶାରାମ ବାପୁଙ୍କୁ ମିଳିଲା ଆଜବୀନ କାରାଦଣ୍ଡ
Advertisement
Article Detail0/zeeodisha/odisha1551990

Asaram Bapu Gets Life Prison: କାରାଗାରରେ କଟିବ ଆଧ୍ୟାତ୍ମିକ ଗୁରୁଙ୍କ ଜୀବନ, ଆଶାରାମ ବାପୁଙ୍କୁ ମିଳିଲା ଆଜବୀନ କାରାଦଣ୍ଡ

Asaram Bapu Rape Case: ଜାନୁଆରୀ ୩୦ ତାରିଖ ସୋମବାର କୋର୍ଟ ଜଣେ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଜାନୁଆରୀ ୩୧ ତାରିଖ ମଙ୍ଗଳବାର ଗାନ୍ଧୀନଗରସ୍ଥିତ ସେସନ୍ସ କୋର୍ଟ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Asaram Bapu Gets Life Prison: କାରାଗାରରେ କଟିବ ଆଧ୍ୟାତ୍ମିକ ଗୁରୁଙ୍କ ଜୀବନ, ଆଶାରାମ ବାପୁଙ୍କୁ ମିଳିଲା ଆଜବୀନ କାରାଦଣ୍ଡ

Asaram Bapu Gets Life Prison in Rape Case: ଗତ ୨୦୧୩ ବର୍ଷରେ ଘଟିଥିବା ଦୁଷ୍କର୍ମ ମାମଲାରେ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜବୀନ କାରାଦଣ୍ଡ ଦଣ୍ଡିତ କରିଛନ୍ତି କୋର୍ଟ। ଗୁଜୁରାଟ ରାଜଧାନୀ ଗାନ୍ଧୀନଗରସ୍ଥିତ ସେସନ୍ସ କୋର୍ଟ ଜାନୁଆରୀ ୩୧ ତାରିଖ ମଙ୍ଗଳବାର ଜଣେ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହିତ କୋର୍ଟ ତାଙ୍କ ଉପରେ ୨୩ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ।

ଜାନୁଆରୀ ୩୦ ତାରିଖ ସୋମବାର କୋର୍ଟ ଜଣେ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ଏକ ବଳାତ୍କାର ମାମଲାରେ ଆଶାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣ ସାଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ଗତ ୨୦୧୩ ବର୍ଷରେ ପଞ୍ଜୀକୃତ ହୋଇଥିଲା। ହେଲେ ପ୍ରମାଣ ଅଭାବରୁ ଆଶାରାମ ବାପୁଙ୍କ ପତ୍ନୀଙ୍କ ସମେତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ପ୍ରାୟ ୧୦ ବର୍ଷ ତଳେ ଏହି ଦୁଷ୍କର୍ମ ମାମଲାରେ ଅହମ୍ମଦାବାଦସ୍ଥିତ ଚାନ୍ଦଖେଡା ଥାନାରେ ଦାଏର ହୋଇଥିବା ଏଫଆଇଆର ଅନୁଯାୟୀ, ଗତ ୨୦୦୧-୦୬ ମଧ୍ୟରେ ଆଶାରାମ ବାପୁ ମହିଳ ଶିଷ୍ୟଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ଯେତେବେଳେ ପୀଡ଼ିତା ସହର ଉପକଣ୍ଠରେ ଅବସ୍ଥିତ ତାଙ୍କ ଆଶ୍ରମରେ ରହୁଥିଲେ।

ସୁରଟ ଅଞ୍ଚଳର ମହିଳା ୨୦୧୩ ଅକ୍ଟୋବରରେ ଦୁଷ୍କର୍ମ ଏବଂ ବେଆଇନ ଭାବେ ବନ୍ଧକ ରଖିବା ଅଭିଯୋଗରେ ଆଶାରାମ ବାପୁ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଏହି ମାମଲାର ବିଚାର ଚାଲିଥିବା ସମୟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଗତ ୨୦୧୪ ଜୁଲାଇରେ ଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଅନ୍ୟ ଏକ ବଳାତ୍କାର ମାମଲାରେ ଆଶାରାମ ବାପୁ ବର୍ତ୍ତମାନ ରାଜସ୍ଥାନସ୍ଥିତ ଯୋଧପୁର କାରାଗାରରେ ଅଛନ୍ତି।

Also Read: Rape Case: ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ବଡ଼ ଝଟକା, ଆସନ୍ତାକାଲି ହେବ ଦଣ୍ଡ ଘୋଷଣା
 
ପୀଡିତାଙ୍କ ସାନ ଭଉଣୀ ସହ ଅଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୁଷ୍କର୍ମ କରିବା ସହ ତାଙ୍କୁ ବେଆଇନ ଭାବେ ବନ୍ଧକ ରଖିଥିବାର ଅଭିଯୋଗ ହୋଇଥିଲେ। ଗତ ୨୦୧୯ ଅପ୍ରେଲରେ ନାରାୟଣ ସାଇଙ୍କୁ ସୁରଟ ସେସନ୍ସ କୋର୍ଟ ୨୦୧୩ ବର୍ଷରେ ପଞ୍ଜୀକୃତ ହୋଇଥିବା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୩ ଅଗଷ୍ଟରେ ଆଶାରାମ ବାପୁଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିବା ପରେ ପୀଡିତା ଏବଂ ତାଙ୍କ ଭଉଣୀ ଏହି ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ ଏବଂ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧ ସାମ୍ନାକୁ ଆସିବାକୁ ସାହସ ଜୁଟାଇଥିଲେ। 

୨୦୧୮ଅପ୍ରେଲରେ ଯୋଧପୁର କୋର୍ଟ ଆଶାରାମଙ୍କୁ ୨୦୧୩ ବର୍ଷରେ ନିଜ ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୨୧ ଡିସେମ୍ବରରେ ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରି ଦେଇଥିଲେ। ଯାହାକୁ ସେ ସୁପ୍ରିମକୋର୍ଟ ଠାରେ ଚ୍ୟାଲେଞ୍ଜ କରିଥିଲେ।