Delhi Minor Gang Rape: ଦିଲ୍ଲୀରେ ଲଜ୍ଜା! ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ସ୍କୁଲ ପିଅନ ଗିରଫ
Advertisement

Delhi Minor Gang Rape: ଦିଲ୍ଲୀରେ ଲଜ୍ଜା! ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ସ୍କୁଲ ପିଅନ ଗିରଫ

Minor Gang Rape: ଦିଲ୍ଲୀରେ ସାମ୍ନାକୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ଘଟଣା । ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ । ଏମସିଡ଼ି ସ୍କୁଲ ପିଅନ୍ ତାର ଅନ୍ୟ ୩ ଜଣ ସହଯୋଗୀଙ୍କ ସହ ମିଶି ଏହି ନାରକୀୟ କାଣ୍ତ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ସ୍କୁଲ ପିଅନ ଅଜୟକୁ ଗିରଫ କରିଛି । 

ସୌ(ସୋସିଆଲ ମିଡିଆ)

Delhi Minor Gang Rape: ରାଜଧାନୀ ଦିଲ୍ଲୀରେ(Delhi) ଲଜ୍ଜା । ସାମ୍ନାକୁ ଆସିଲା ଆଉ ଏକ ଲୋମହର୍ଷଣକାରୀ ଘଟଣା । ଗଣଦୁଷ୍କର୍ମର(Gang rape) ଶିକାର ହୋଇଛନ୍ତି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ । ଏମସିଡ଼ି ସ୍କୁଲ ପିଅନ୍ ତାର ଅନ୍ୟ ୩ ଜଣ ସହଯୋଗୀଙ୍କ ସହ ମିଶି ଏହି ନାରକୀୟ କାଣ୍ତ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ସ୍କୁଲ ପିଅନ ଅଜୟକୁ ଗିରଫ କରିଛି । ସେପଟେ ଏହି ଗଣଦୁଷ୍କର୍ମରେ ସଂମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ଅନୁସନ୍ଧାନ ଜାରି ରଖିଛି ପୋଲିସ । ଏହି ଗଣଦୁଷ୍କର୍ମ ଗତ ମାର୍ଚ୍ଚ ୧୪ ତାରିଖରେ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଏମସିଡ଼ି ସ୍କୁଲ ପିଅନ୍(Peon) ଅଜୟ ପରୀକ୍ଷା ପରେ ଛାତ୍ର ମାନଙ୍କୁ ସ୍କୁଲ ବାହାରକୁ ନେଇଥିଲା । ଏହି ସମୟରେ ଛାତ୍ରୀକୁ ନିଶାଦ୍ରବ୍ୟ ପିଇବାକୁ ଦେବା ପରେ ଛାତ୍ରୀ ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିଲେ । ଏହା ପରେ ଅଜୟ ତାର ୩ ଜଣ ସହଯୋଗୀଙ୍କ ସହ ମିଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ମାର୍ଚ୍ଚ ୨୨ ତାରିଖ ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାଜିପୁର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଗଣଦୁଷ୍କର୍ମ, ଅପହରଣ ଓ ପୋସ୍କୋ(Pocso) ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଏନେଇ ପିଅନ୍ ଅଜୟକୁ ସ୍କୁଲରୁ ବହିଷ୍କାର କରାଯାଇଥିବା ବେଳେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କ୍ଲାସ ଟିଚରଙ୍କୁ କାରଣ ଦର୍ଶାଏ ନୋଟିସ ଜାରି କରାଯାଇଛି । ତେବେ ଏହି ଘଟଣାରେ ସଂମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶ୍ରୀଘ୍ର ଗିରଫ କରାଯିବ ନେଇ ପୂର୍ବ ଦିଲ୍ଲୀ ଡ଼ିସିପି ସୂଚନା ଦେଇଛନ୍ତି । ପ୍ରକାଶଥାଉ କି, ପୀଡ଼ିତା ନାବାଳିକାଙ୍କ ବୟସ ମାତ୍ର ୧୦ ବର୍ଷ ଅଟେ । ସେ ବାପା, ମାଆ ଓ ବଡ଼ ଭାଇ ସହ ଗଜିପୁର ଅଞ୍ଚଳରେ ରୁହନ୍ତି । ନାବାଳିକାଙ୍କ ଜଣଙ୍କ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ବେଳେ ମାର୍ଚ୍ଚ ୧୪ରେ ପୀଡିତା ସ୍କୁଲରେ ଶେଷ ପରୀକ୍ଷା ଥିଲା । ଏଥିରେ ନାବାଳିକା ଜଣଙ୍କ ଅନୁପସ୍ଥିତ ଥିଲେ। ଏନେଇ ଶିକ୍ଷକ ଅଭିଭାବକଙ୍କ ସହ ଯୋଗାଯୋଗ କରିଥିଲେ । ପୀଡିତାଙ୍କ ଭାଇ ଫୋନ୍ ଯୋଗେ ସ୍କୁଲ ପିଅନ୍ ତା ସହକର୍ମୀ ମିଶି ତାଙ୍କ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ କହିଥିଲେ।

Also Read-Weird News: ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତ ଅନ୍ଧ, ପଛରେ ରହିଛି ଏହି କାରଣ

ଏହି ଘଟଣା ପ୍ରକାଶ ପାଇବା ପରେ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ପ୍ରଧାନଶିକ୍ଷକ ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପୀଡିତାଙ୍କ ପରିବାର ପୋଲିସ ପାଖକୁ ଯିବାକୁ ରାଜି ହୋଇନଥିଲେ । ଏହାପରେ ପୂରା ପରିବାର କାହାକୁ କିଛି ନକହି କୁଆଡେ ଚାଲିଯାଇଥିଲେ । ପରେ ସ୍କୁଲ ପ୍ରିନ୍ସିପାଲ ମାର୍ଚ୍ଚ ୨୨ ତାରିଖ ଦିନ ଗାଜିପୁର ପୋଲିସ ଷ୍ଟେସନରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ବିଦ୍ୟାଳୟରରେ ପିଅନ ତା ସହକର୍ମୀଙ୍କ ସହ ଏହି ନାରକୀୟ କାଣ୍ତ ଘଟାଇଥିବା ସେ ପୋଲିସ ଆଗରେ କହିଥିଲେ। ମାମଲା ରୁଜୁ ପରେ ଖୋଲତାଡ଼ ଆରମ୍ଭ କରିଥିଲା ପୋଲିସ । ପୀଡିତାଙ୍କ ସହ ଯୋଗାଯୋଗ କରି ପୋଲିସ ତାଙ୍କୁ LBS ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଅଭିଯୁକ୍ତ ଅଜୟ ଦୀର୍ଘ ୧୦ ବର୍ଷ ହେବ ଏହି ସ୍କୁଲରେ ପିଅନ ଭାବେ କାମ କରୁଥିଲା ।