Delhi Rape: ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଗଢ଼ିଲେ ଅପ୍ରାକୃତିକ ସମ୍ପର୍କ
Advertisement
Article Detail0/zeeodisha/odisha1396902

Delhi Rape: ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଗଢ଼ିଲେ ଅପ୍ରାକୃତିକ ସମ୍ପର୍କ

 Delhi Rape:  ଅଭିଯୁକ୍ତମାନେ ଯୁବତୀଙ୍କୁ ଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ । ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ସହ ଅନେକ ଦୁଷ୍କର୍ମ କରାଯାଇଥିଲା । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସେ ଅନେକ ଥର ଯୌନ ଶୋଷଣର ଶିକାର ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Delhi Rape: ଆମ ଦେଶରେ ଦୁଷ୍କର୍ମ ପରି ଅପରାଧ ବଢ଼ି ବଢ଼ି ଚାଲିଛି । ପ୍ରତିଦିନ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି । ଦେଶର ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ଏବେବି ସୁରକ୍ଷିତ ନୁହେଁ । ପ୍ରତିଦିନ ଏଠାରେ ମହିଳାଙ୍କ ଉପରେ ଅତ୍ୟାଚାରର ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ଦିଲ୍ଲୀର ଆଦର୍ଶ ନଗରରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । 

ପୋଲିସର ସୂଚନାନୁସାରେ, ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରର ଏକ ହୋଟେଲ ରୁମରେ ଜଣେ ଯୁବତୀଙ୍କୁ ତିନି ଜଣ ବ୍ୟକ୍ତି ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଯୁବତୀଙ୍କୁ ଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ । ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ସହ ଅନେକ ଦୁଷ୍କର୍ମ କରାଯାଇଥିଲା । ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସେ ଅନେକ ଥର ଯୌନ ଶୋଷଣର ଶିକାର ହୋଇଛନ୍ତି । ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ତିନି ଅଭିଯୁକ୍ତ ଅଜୟ (୩୯), ତାରା ଚନ୍ଦ (୩୪) ଏବଂ ନରେଶ (୩୮) ଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ, ସମସ୍ତ ଅଭିଯୁକ୍ତ ରାଜସ୍ଥାନର ଅଲୱାର ବାସିନ୍ଦା । ଦିଲ୍ଲୀ ଉତ୍ତର ପଶ୍ଚିମ ଡେପୁଟି କମିଶନର ଉଷା ରଙ୍ଗନାନି କହିଛନ୍ତି ଯେ, ରବିବାର ଦିନ ଏହି ଘଟଣା ସମ୍ପର୍କରେ ଆଦର୍ଶ ନଗର ପୋଲିସ ଷ୍ଟେସନକୁ ଏକ PCR କଲ୍ ଆସିଛି । ମହିଳା ଜଣକ ତାଙ୍କ ବୟାନରେ ଦାବି କରିଛନ୍ତି ଯେ, ତାଙ୍କ ପରିଚିତ ଅଜୟ ତାଙ୍କୁ ରବିବାର ଦିନ ଏକ ହୋଟେଲ ରୁମକୁ ଡାକିଥିଲେ, ଯେଉଁଠାରେ ତାଙ୍କର ଦୁଇ ସାଙ୍ଗ ମଧ୍ୟ ଉପସ୍ଥିତ ଥିଲେ । 

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳିଙ୍କ ପତ୍ନୀଙ୍କ ସହ ଚଳନ୍ତା ଟ୍ରେନରେ ଦୁର୍ବ୍ୟବହାର, ଚେକିଂ ଷ୍ଚାଫଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହିଁ ସ୍ଥିର କରିନେଇଛନ୍ତି ଚୂଡ଼ାନ୍ତ ଏକାଦଶ, ଏହି ଖେଳାଳିଙ୍କ କଟିଲା ପତା!

 

ଏହା ପରେ ମହିଳାଙ୍କୁ ଡ୍ରିଙ୍କରେ ନିଶା ଦ୍ରବ୍ୟ ମିଶାଇ ଦିଆଯାଇଥିଲା । ମହିଳା ଜଣକ ଡ୍ରିଙ୍କ୍ ପିଇବା ପରେ ସେ ବେହୋସ ହୋଇଯାଇଥିଲେ । ସେ ବେହୋସ ହେବା ମାତ୍ରେ ଅଭିଯୁକ୍ତମାନେ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତମାନେ ତାଙ୍କ ସହ ଅସ୍ୱାଭାବିକ ସମ୍ପର୍କ ମଧ୍ୟ ଗଢ଼ିଥିଲେ । ଅଧିକାରୀଙ୍କ କହିବାନୁସାରେ, ଆଦର୍ଶ ନଗର ପୋଲିସ ଷ୍ଟେସନରେ 376D (ଗଣ ଦୁଷ୍କର୍ମ), ୩୭୭ (ଅପ୍ରାକୃତିକ ଅପରାଧ) ଏବଂ ୩୨୮ (ବିଷ ଆଦି ମାଧ୍ୟମରେ ଆଘାତ ପହଞ୍ଚାଇବା) ଅଧୀନରେ ଏକ ମାମଲା ରୁଜୁ ହୋଇଛି । ମହିଳାଙ୍କ ବୟାନ ଓ ମେଡିକୋ-ଲିଗାଲ୍ କେସ୍ (MLC) ରିପୋର୍ଟ ଆଧାର ଉପରେ ଭାରତୀୟ ଦଣ୍ଡ ସଂହିତାର ଧାରା ଲଗାଯାଇଛି ।  କ୍ରାଇମବ୍ରାଞ୍ଚ ହୋଟେଲରୁ ନମୁନା ନେବା ପରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି ।