କ୍ରୋଧ ଯୁବକଙ୍କୁ କଲା ସଇତାନ! ଭୁକିଲା ବୋଲି ଭୁସି ଦେଲା ...
Advertisement
Article Detail0/zeeodisha/odisha1126488

କ୍ରୋଧ ଯୁବକଙ୍କୁ କଲା ସଇତାନ! ଭୁକିଲା ବୋଲି ଭୁସି ଦେଲା ...

କ୍ରୋଧରେ ମଣିଷକୁ ମଣିଷ ମାରିବା କଥା ଆପଣ ମାନେ ଜାଣିଥିବେ, ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହୁଛୁ, ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ । 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ (Delhi) କଲ୍ୟାଣପୁରୀ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କଥାରେ ଅଛି ମଣିଷର ପରମ ଶତ୍ରୁ ହେଉଛି କ୍ରୋଧ (Anger) । ଆଉ ଏହି କ୍ରୋଧ ପାଇଁ ମଣିଷ ବେଳେବେଳେ ଏତେ ତଳକୁ ଖସିଯାଏ, ତାହା କଳ୍ପନା ବାହାରେ । ଏହାର ଅନେକ ଉଦାହରଣ ସବୁବେଳେ ସମାଜରେ ଦେଖିବାକୁ ମିଳିଥାଏ । କ୍ରୋଧରେ ମଣିଷକୁ ମଣିଷ ମାରିବା କଥା ଆପଣ ମାନେ ଜାଣିଥିବେ, ହେଲେ ଏମିତି ଏକ ଘଟଣା ଆମେ ଆପଣଙ୍କୁ ଜଣାଉଛୁ, ଯାହାକୁ ଜାଣିଲା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ । 

ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଏକ କୁକୁର ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ସବୁବେଳେ ଭୋକିବାରୁ ସେ କ୍ରୋଧିତ ହୋଇ ଉଠିଥିଲେ । ଏହାପରେ ସେ ନିଜର ହିତାହତ ଜ୍ଞାନ ହରାଇ ବସିଥିଲେ । ଫଳସ୍ୱରୂପ ଶେଷରେ କୁକୁରକୁ ଛୁରୀ ଭୁସି ହତ୍ୟା କରିଥିଲେ । ଏହି ହତ୍ୟା ବ୍ୟକ୍ତିଙ୍କୁ ବର୍ତ୍ତମାନ ମହଙ୍ଗା ପଡିଛି । ପୋଲିସ ଏହି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଗିରଫ ହେବା ପରେ ବ୍ୟକ୍ତି ଜଣକ ବୟାନ ଦେଇ କହିଛନ୍ତି, "ସବୁବେଳେ ଭୋକିବାରୁ ମୁଁ ଏଥିରେ ରାଗିଯାଇ ତାକୁ ହତ୍ୟା କରିଛି ।"

ଖବର ଅନୁଯାୟୀ ଏମିତି ଏକ ଘଟଣା କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶ ନୋଏଡାର ଛଲେରା ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ଏକ ଗଳିର କୁକୁରଙ୍କୁ ବେସବଲର ବ୍ୟାଟରେ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ବିନୋଦ କୁମାରଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ କନଷ୍ଟେବଳ ଉତ୍ତରପ୍ରଦେଶ ହାପୁଡ ଜିଲ୍ଲାର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଥିଲା । ସେ ବର୍ତ୍ତମାନ ନୋଏଡାର ସେକ୍ଟର ୩୯ ପୋଲିସ୍ ଷ୍ଟେସନ କ୍ଷେତ୍ରର ସେକ୍ଟର-୪୪ ର ଖାଲେରା ଗ୍ରାମରେ ରୁହନ୍ତି । 

ଅଭିଯୁକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ଏବଂ ସାନ ପୁଅ କୁକୁରକୁ ଡରୁଥିଲେ । ତାଙ୍କ ପରିବାରର ସଦସ୍ୟ ଗଳିରେ ଯିବା ସମୟରେ କୁକୁର ମାନେ ସବୁବେଳେ ଭୁକିବାରୁ କନଷ୍ଟେବଳ କୁକୁରଙ୍କୁ ମାରିବା କଥା ନିଜ ବୟାନରେ କହିଥିଲେ । ତେବେ ଏହି ଘଟଣା ପରେ କନଷ୍ଟେବଳ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ପୋଲିସକୁ ଖବର ଦିଆଯିବା ପରେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିଲା । ଆଇପିସିର ଧାରା 429 ଅନୁଯାୟୀ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜିକରଣ କରିଥିଲା ଓ ତାଙ୍କୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ: ଋଷ ଠାରୁ ଶସ୍ତା ତେଲ କିଣିବାକୁ ନେଇ ଭାରତକୁ ଏହି ଚେତାବନୀ ଦେଲା ଆମେରିକା

ଏହା ବି ପଢ଼ନ୍ତୁ: ଘୃଣା ବିସ୍ତାର କରି ଫେସବୁକ ଏବଂ ଟ୍ୱିଟର କରୁଛି ନିର୍ବାଚନରେ ​​ହସ୍ତକ୍ଷେପ, ପ୍ରତିବନ୍ଧକ ଲଗାନ୍ତୁ ସରକାର: ସୋନିଆ ଗାନ୍ଧୀ