ପୋଲିସ ଉପରେ ପ୍ରବଳ ପ୍ରେସର, ରିମାଣ୍ଡରେ ଆସିବ ଲେଡି ବ୍ଲାକମେଲର
Advertisement
Article Detail0/zeeodisha/odisha1388994

ପୋଲିସ ଉପରେ ପ୍ରବଳ ପ୍ରେସର, ରିମାଣ୍ଡରେ ଆସିବ ଲେଡି ବ୍ଲାକମେଲର

  Commissionerate Police: ପୋଲିସ ରିମାଣ୍ଡରେ ଆଣିବା ପରେ କେତୋଟି ବଡ଼ କେଳେଙ୍କାରୀର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି।

ପୋଲିସ ଉପରେ ପ୍ରବଳ ପ୍ରେସର, ରିମାଣ୍ଡରେ ଆସିବ ଲେଡି ବ୍ଲାକମେଲର

Lady Blackmailer: ଲଗାତାର ରାଜ୍ୟରେ ଗତ ଏକ ସପ୍ତାହ ହେବ ଚାଲିଥିବା ଲେଡି ବ୍ଲାକମେଲରର କଳା ଖେଳର ଇତିହାସ ସରିବାକୁ ନାଁ ନେଉନାହିଁ। କାହିଁ ଯେ, କେତେ ରାଜନେତା ଏବଂ ମନ୍ତ୍ରୀ ବ୍ୟବସାୟୀ ଏହି କଳା କାରନାମାରେ ଲିପ୍ତ ଥିବା କଥା ଚାରିଆଡ଼େ ପ୍ରଚାର ହେବାରୁ ସରଗରମ ହୋଇଛି ରାଜ୍ୟ ରାଜ୍ୟନୀତି। ନିଜକୁ ଏକ ରଙ୍ଗୀନ ଦୁନିଆରେ ମଞ୍ଚ କରି ସ୍ୱପ୍ନ ରାଇଜରେ ଉଡ଼ୁଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କାରନାମା ଦିନକୁ ଦିନ ଫର୍ଦ୍ଦାଫାଶ ହେବା ପରେ ପୋଲିସ ଏବେ ହରଡ଼ଘଣାରେ ପଡ଼ିଛି। କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି କହିଲା ଭଳି ମର୍ମରେ ପୋଲିସ ବର୍ତ୍ତମାନ ଇମବାଲାନ୍ସ। ଘଟଣାଟି ରାଜ୍ୟର ସୋସିଆଲ ମିଡିଆରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ଯେତେବେଳେ କେନ୍ଦ୍ରବିନ୍ଦୁ ପାଲଟିଛି। ସେହି ସମୟରେ ହରଡ଼ଘଣାରେ ପଡ଼ିଥିବା ପୋଲିସ ଅର୍ଚ୍ଚନା ନାଗ କେସକୁ ଅଧିକ ତଦନ୍ତ ପରିସରଭୁକ୍ତ କରିବାପାଇଁ ବିଳିବିଳି ହେଉଛି। ତେବେ ଏ ସମ୍ବନ୍ଧରେ ମିଳିଥିବା ଖବର ଅନୁସାରେ ପୋଲିସ ଖୁବଶୀଘ୍ର ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବାକୁ ଯାଉଛି। ପୋଲିସ ରିମାଣ୍ଡରେ ଆଣିବା ପରେ କେତୋଟି ବଡ଼ କେଳେଙ୍କାରୀର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି।

ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ଅଦାଲତରେ ଆବେଦନ କରିବ। ରିମାଣ୍ଡରେ ଆଣିବା ପରେ ଲେଡି ବ୍ଲାକମେଲର ପାଖରେ ଥିବା ଲାପଟପ ଏବଂ ପେନଡ୍ରାଇଭକୁ ଆଣି ଅଧିକ ତଥ୍ୟ ସାମ୍ନାକୁ ଆଣିବ। କୁହାଯାଉଛି ପେନଡ୍ରାଇଭରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରିଥିବା ସମସ୍ତ ନେଣଦେଣର ହିସାବ କିତାବ ସହିତ ଅନେକ ବଡ଼ବଡ଼ିଆଙ୍କ ନାଁ ଯୋଡ଼ିହୋଇଥିବା କଥା ସାମ୍ନାକୁ ଆସିବ। ଅନ୍ୟପକ୍ଷରେ କୁହାଯାଉଛି ଏହି ଘଟଣାରେ ଅର୍ଚ୍ଚନା ନାଗ ନିଜ ଓକିଲ ଜରିଆରେ ବେଲ ପାଇଁ ଆବେଦନ କରୁଛନ୍ତି। ଯଦି ତାଙ୍କୁ ବେଲ୍ ମିଳିଯାଏ ତେବେ ଏହି ଘଟଣାରେ ମିଳିବାକୁଥିବା ଭୟଙ୍କର ତଥ୍ୟ ଲୁଚିଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ରିମାଣ୍ଡରେ ନେବାପାଇଁ ଜୋରଦାର ପ୍ରୟାସ କରୁଛି।