Sex Racket: ୱେବ୍ ଚ୍ୟାନେଲ୍ ନାମରେ ଚାଲିଥିଲା ସେକ୍ସ ରାକେଟ୍, ୨ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ
Advertisement

Sex Racket: ୱେବ୍ ଚ୍ୟାନେଲ୍ ନାମରେ ଚାଲିଥିଲା ସେକ୍ସ ରାକେଟ୍, ୨ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

Commissionerate Police Busted Sex Racket:  ୱେବ ଚ୍ୟାନେଲ ନାମରେ ସେକ୍ସ ରାକେଟ ଚାଲିବା ସମ୍ପର୍କରେ ଅଭିଯୋଗ ଏବଂ ବିଶ୍ୱସନୀୟ ତଥ୍ୟ ପାଇବା ପରେ ବାଦାମବାଡି ପୋଲିସ (Badambadi Police) ଏବଂ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ବାଦାମବାଡି ଥାନା ଅନ୍ତର୍ଗତ ସୂର୍ଯ୍ୟବିହାର ସ୍ଥିତ ସେହି ଘରେ ଚଢାଉ କରିଥିଲା। ଯେଉଁଠାରେ ସେକ୍ସ ରାକେଟ ଚାଲିଥିଲା। ଚଢାଉ ବେଳେ ୫ ଜଣ ଝିଅଙ୍କୁ ଉଦ୍ଧାର କରିବା ସହ ୨ ଜଣ ଗ୍ରାହକଙ୍କୁ ଅଟକ ରଖିଥିଲା କମିଶନରେଟ ପୋଲିସ। 

Sex Racket: ୱେବ୍ ଚ୍ୟାନେଲ୍ ନାମରେ ଚାଲିଥିଲା ସେକ୍ସ ରାକେଟ୍, ୨  ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

Police Busted Sex Racket in Cuttack: ଅଭିନବ ଉପାୟରେ ଚାଲୁଥିବା ସେକ୍ସ ରାକେଟ୍ ବାବଦରେ ମଙ୍ଗଳବାର ପର୍ଦ୍ଦାଫାଶ କରିଛି କମିଶନରେଟନ ପୋଲିସ। କଟକରେ ୱେବ୍ ଚ୍ୟାନେଲ୍ ନାମରେ ଚାଲିଥିବା ସେକ୍ସ ରାକେଟ୍ ଉପରେ ଚଢାଉ କରି ପୋଲିସ ୫ ଜଣ ଝିଅଙ୍କୁ ଉଦ୍ଧାର କରିବା ସହ ୨ ଜଣ ଗ୍ରାହକଙ୍କୁ ଗିରଫ କରିଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କଟକ (Cuttack) ସ୍ଥିତ ବାଦାମବାଡି ଥାନା (Badambadi Police Station) ଅନ୍ତର୍ଗତ ସୂର୍ଯ୍ୟବିହାର (Suryavihar) ଅଞ୍ଚଳରେ ଅବସ୍ଥିତ ଏକ ଘରେ ସେକ୍ସ ରାକେଟ୍ (Sex Racket) ଚାଲିଥିଲା। ଏହି ଘରର ପ୍ରବେଶ ଦ୍ୱାରରେ ଏକ ୱେବ୍ ଚ୍ୟାନେଲ ସାଇନ୍ ବୋର୍ଡ (Web Channel Signboard) ମଧ୍ୟ ଲଗା ଯାଇଥିଲା। ୱେବ ଚ୍ୟାନେଲ ନାମରେ ଏଠାରେ ସେକ୍ସ ରାକେଟ୍ ଚାଲିଥିବାର ଅଭିଯୋଗ ହୋଇଥିଲା। 

ୱେବ ଚ୍ୟାନେଲ ନାମରେ ସେକ୍ସ ରାକେଟ ଚାଲିବା ସମ୍ପର୍କରେ ଅଭିଯୋଗ ଏବଂ ବିଶ୍ୱସନୀୟ ତଥ୍ୟ ପାଇବା ପରେ ବାଦାମବାଡି ପୋଲିସ (Badambadi Police) ଏବଂ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ବାଦାମବାଡି ଥାନା ଅନ୍ତର୍ଗତ ସୂର୍ଯ୍ୟବିହାର ସ୍ଥିତ ସେହି ଘରେ ଚଢାଉ କରିଥିଲା। ଯେଉଁଠାରେ ସେକ୍ସ ରାକେଟ ଚାଲିଥିଲା। ଚଢାଉ ବେଳେ ୫ ଜଣ ଝିଅଙ୍କୁ ଉଦ୍ଧାର କରିବା ସହ ୨ ଜଣ ଗ୍ରାହକଙ୍କୁ ଅଟକ ରଖିଥିଲା କମିଶନରେଟ ପୋଲିସ। 

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କଟକ ଡିସିପି ପିନାକ ମିଶ୍ର (Cuttack DCP Pinak Mishra) କହିଛନ୍ତି ଯେ, ଅନୈତିକ ଟ୍ରାଫିକ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଚଢାଉ ବେଳେ ବାଦାମବାଡି ପୋଲିସ ୪ ଜଣ ମହିଳାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି। ୱେବ୍ ଚ୍ୟାନେଲ୍ ଚାଲିବା ପ୍ରସଙ୍ଗରେ ବିସ୍ତୃତ ଭାବେ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି କଟକ ଡିସିପି। ଅନ୍ୟପଟେ କମିଶନରେଟ ପୋଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ଖୁବ୍ ଶୀଘ୍ର ଘର ଭଡା ନେଇଥିବା ବ୍ୟକ୍ତି ଏବଂ ଘର ମାଲିକଙ୍କୁ ମଧ୍ୟ ଏହି ଘଟଣାରେ ଜେରା କରାଯିବ।