Asad Ahmed Encounter: ଅସଦଙ୍କ ଏନକାଉଣ୍ଟର ଖବର ଯେତେବେଳେ ସିଏମ ଯୋଗୀ ଆଦିତ୍ୟନାଥରେ ପାଖରେ ପହଞ୍ଚିଲା, ସେ କ’ଣ କହିଲେ?
Advertisement
Article Detail0/zeeodisha/odisha1651098

Asad Ahmed Encounter: ଅସଦଙ୍କ ଏନକାଉଣ୍ଟର ଖବର ଯେତେବେଳେ ସିଏମ ଯୋଗୀ ଆଦିତ୍ୟନାଥରେ ପାଖରେ ପହଞ୍ଚିଲା, ସେ କ’ଣ କହିଲେ?

Asad Ahmed Encounter: ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅତିକଙ୍କ ପୁଅ ଅସଦଙ୍କ ଏନକାଉଣ୍ଟର ହୋଇଛି । ୟୁପି ଏସଟିଏଫ ଝାନ୍ସୀରେ ଅସଦଙ୍କ ସମେତ ସୁଟର ଗୁଲାମଙ୍କୁ ହତ୍ୟା କରିଛି । ଏହି ପୂରା ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସୌ: ସୋସିଆଲ ମିଡିଆ

Yogi Adityanath On Asad Ahmed Encounter: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ରିପୋର୍ଟ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ (Yogi Adityanath) ଆଗରେ ରଖାଯାଇଥିଲା । ଏହା ପରେ ଯୋଗୀ ଆଦିତ୍ୟନାଥ STF କୁ ପ୍ରଶଂସା କରିଥିଲେ । ଏହା ସହିତ ସିଏମ୍ ଆଇନ ଶୃଙ୍ଖଳାକୁ ନେଇ ଏକ ବଡ଼ ବୈଠକ ଡାକିଛନ୍ତି । ସିଏମ ଯୋଗୀ UP STF ସହିତ, DGP, ଆଇନ ଶୃଙ୍ଖଳାର ସ୍ପେଶାଲ DG, ଓ ସମଗ୍ର ଟିମକୁ ପ୍ରଶଂସା କରିଥିଲେ ।

ୟୁପି ଏସଟିଏଫ ଏଡିଜି ଅମିତାଭ ୟଶଙ୍କ ଅନୁଯାୟୀ ଅସଦଙ୍କୁ ଜୀବନ୍ତ ଧରିବା ପାଇଁ ଉଦ୍ୟମ କରାଯାଇଥିଲା ଓ ତାଙ୍କୁ ଆତ୍ମସମର୍ପଣ କରିବାକୁ ମଧ୍ୟ କୁହାଯାଇଥିଲା, କିନ୍ତୁ ସେ ତାହା କରିନଥିଲେ । ପୋଲିସର ସୂଚନାନୁସାରେ, ଡେପୁଟି ଏସପି ନବେନ୍ଦୁ ଓ ଡେପୁଟି ଏସପି ଭିମଲ ଏନକାଉଣ୍ଟର ଦଳର ନେତୃତ୍ୱ ନେଉଥିଲେ । ଦଳରେ ସମୁଦାୟ ୧୨ ଜଣ ପୋଲିସ ଅଧିକାରୀ ଥିଲେ ।

ଉମେଶ ପାଲ ହତ୍ୟା ମାମଲାରେ ୟୁପି ବିଧାନସଭାରେ ଏକ ପ୍ରତିକ୍ରିୟା ଦେଇ ସିଏମ ଯୋଗୀ କହିଥିଲେ ଯେ ସେ ଏହି ମାଫିଆ ମାନଙ୍କୁ ମାଟିରେ ମିଶାଇ ଦେବେ । ଏଭଳି ପରିସ୍ଥିତିରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଏନକାଉଣ୍ଟର ପରେ ତାଙ୍କ ବୟାନକୁ ନେଇ ଅନେକ ଚର୍ଚ୍ଚା ହେଉଛି ଓ ବହୁ ବିଜେପି ନେତା ଏହାକୁ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରୁଛନ୍ତି ।

ଉମେଶ ପାଲ ହତ୍ୟା ମାମଲା
ବାସ୍ତବରେ, ଫେବୃଆରୀ ୨୪ ରେ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଦିନ ଦ୍ୱିପ୍ରହରରେ ପ୍ରୟାଗରାଜରେ ହତ୍ୟା କରାଯାଇଥିଲା । ଏହି ସମୟରେ ଉମେଶ ପାଲ ନିଜ ଘରକୁ ଯାଉଥିଲେ, ଯେତେବେଳେ ଉମେଶ କାରରୁ ଓହ୍ଲାଇଥିଲେ ସେତବେଳେ ତାଙ୍କ ଉପରକୁ ଆଖିବୁଝା ଗୁଳି ଚଳା ଯାଇଥିଲା । ବୋମା ମଧ୍ୟ ଫିଙ୍ଗା ଯାଇଥିଲା । ଏହି ଆକ୍ରମଣରେ ଉମେଶ ପାଲଙ୍କ ସହ ତାଙ୍କର ଦୁଇ ସୁରକ୍ଷା କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲେ । ଉମେଶ ପାଲଙ୍କ ପତ୍ନୀ ଏହି ମାମଲାରେ ଅତିକ୍, ତାଙ୍କ ଭାଇ ଆଶ୍ରାଫ ଓ ତାଙ୍କ ପୁଅଙ୍କ ସମେତ ୯ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହି ମାମଲାରେ ଅତିକଙ୍କ ପୁଅ ଅସଦଙ୍କ ସମେତ ପାଞ୍ଚଜଣ ସୁଟରଙ୍କୁ ପୋଲିସ ଖୋଜୁଥିଲା ।

ଏନକାଉଣ୍ଟରକୁ ନେଇ ଅସଦୁଦ୍ଦିନ ଓୱାଇସିଙ୍କ ପ୍ରଥମ ପ୍ରତିକ୍ରିୟା 
ଅସଦଙ୍କ ଏନକାଉଣ୍ଟର ଉପରେ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ବିଜେପି ଧର୍ମ ନାମରେ ଏନକାଉଣ୍ଟର କରିଥାଏ । କୋର୍ଟ ଓ ବିଚାରପତି କ’ଣ? କୋର୍ଟ ବନ୍ଦ କରନ୍ତୁ । କ'ଣ ବିଜେପି ଜୁନେଦ ଓ ନାସିରଙ୍କୁ ହତ୍ୟା କରିଥିବା ଲୋକଙ୍କୁ ଏନକାଉଣ୍ଟର କରିବ?" 

ଏହା ବି ପଢ଼ନ୍ତୁ: Asad Ahmed Encounter: 'ଆଜି ମୋ ପୁଅ ଶ୍ରଦ୍ଧାଞ୍ଜଳି ପାଇଲା'- ଅସଦଙ୍କ ଏନକାଉଣ୍ଟରକୁ ନେଇ ଉମେଶ ପାଲଙ୍କ ମା' ଓ ପତ୍ନୀ କ’ଣ କହିଲେ?

ଏହା ବି ଦେଖନ୍ତୁ: First Underwater Metro: ମେଟ୍ରୋ ରଚିଲା ଇତିହାସ; ହୁଗୁଳୀ ନଦୀ ତଳେ ଗଡ଼ିଲା ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ, ଦେଖନ୍ତୁ ଭିଡିଓ