Berhampur Crime News: ବସ୍ ହକରଙ୍କୁ ଗୋଡ଼ାଇ ଗୋଡା଼ଇ ହାଣିଲେ ଦୁର୍ବୃତ୍ତ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ
Advertisement

Berhampur Crime News: ବସ୍ ହକରଙ୍କୁ ଗୋଡ଼ାଇ ଗୋଡା଼ଇ ହାଣିଲେ ଦୁର୍ବୃତ୍ତ, କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

Berhampur Crime News In Odia: ବସ୍‌ ହକରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଲୋକଙ୍କୁ ସାହର୍ଯ୍ୟ ପାଇଁ ନିବେଦନ କଲେ ହେଲେ ବିଳମ୍ବିତ ରାତି ହୋଇଥିବାରୁ ତାଙ୍କ ସ୍ବର କାହା ପାଖରେ ପହଞ୍ଚି ପାରି ନଥିଲା । ଶେଷରେ ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁବୃର୍ତ୍ତ (Unidentified miscreants) । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Berhampur Crime News In Odia: ବିଭତ୍ସ ହତ୍ୟାକାଣ୍ଡ (Murder) ! ବିଚ୍ ବଜାରରେ ବୁଲିଲା ଖଣ୍ତ । ଲୋକଙ୍କୁ ସାହର୍ଯ୍ୟ ପାଇଁ ନିବେଦନ କଲେ ହେଲେ ବିଳମ୍ବିତ ରାତି ହୋଇଥିବାରୁ ତାଙ୍କ ସ୍ବର କାହା ପାଖରେ ପହଞ୍ଚି ପାରି ନଥିଲା  ।  ଶେଷରେ ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁବୃର୍ତ୍ତ(Unidentified miscreants) ।   ଏଭଳି ବିଭତ୍ସ ହତ୍ୟାକାଣ୍ତ ଘଟିଛି  ବ୍ରହ୍ମପୁର(Berhampur ) ବଡ଼ବଜାର ଥାନା ଆଚାର୍ଯ୍ୟ ବିହାରରେ । ମୃତ ଯୁବକ ହେଉଛନ୍ତି ବଡବଜାର ଥାନା ଆଚାର୍ଯ୍ୟ ବିହାରର ସନାତନ ଚୌଧୁରୀ । ସନାତନ ନୂଆ ବସଷ୍ଟାଣ୍ଡରେ ଜଣେ ବସ ହକର (Bus hawker )ଭାବେ କାମ କରୁଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ । 

ସୂଚନା ଅନୁସାରେ,ବଡବଜାର ଥାନା ଆଚାର୍ଯ୍ୟ ବିହାରର ସନାତନ ଚୌଧୁରୀ ନିଜ ପରିବାର ସହ ରୁହନ୍ତି । ସନାତନ ନୂଆ ବସଷ୍ଟାଣ୍ଡରେ ଜଣେ ବସ ହକର(Bus hawker ) ଭାବେ କାମ କରନ୍ତି । ପ୍ରତ୍ୟକ ଦିନ ପରି ନିଜ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ଘର ଠାରୁ ଅଳ୍ପ ଦୂରରେ ଦୁଇରୁ ତିନି ଜଣ ବ୍ୟକ୍ତି ହଠାତ୍ ତାଙ୍କ ନିକଟକୁ ଆସିଲେ । ଏବଂ ବିନା କାରଣରେ ତାଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କଲେ। ଏହାକୁ ବିରୋଧ କରିଥିଲେ ସନାତନ । କିନ୍ତୁ ସେଠାରେ ଦୁବୃର୍ତ୍ତମାନେ ତାଙ୍କୁ ମାଡ଼ ମାରିଥିଲେ  ଏବଂ ଧମକାଇ ଥିଲେ। ଯାହାକୁ ନେଇ ଭୟଭିତ ହୋଇପଡିଥିଲେ ସନତନା । ପରେ ତାଙ୍କୁ ସଂଘବଧ ହୋଇ ଆକ୍ରମଣ କରିଥିଲେ। 

Also Read: Sunday Upay: ରବିବାର କରନ୍ତୁ ବାସ୍ ଏହି ୫ଟି କାମ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ

Also Read: Jharsuguda By Election 2023: କମ୍ପୁଛି ଝାରସୁଗୁଡ଼ା, ଦୀପାଳିଙ୍କ ପାଇଁ ଆଜି ଭୋଟ ମାଗିବେ ନବୀନ

ନିଜ ଜୀବନ ବଞ୍ଚାଇବାକୁ ରାସ୍ତାରେ ଧାଇଁଥିଲେ ସନାତନ । ଏବଂ ସାହାର୍ଯ୍ୟ ପାଇଁ ରାସ୍ତାରେ ଚିକ୍କାର କରିଥିଲେ। କିନ୍ତୁ ବିଳମ୍ବିତ ରାତି ହୋଇଯାଇଥିବାରୁ ତାଙ୍କର ଏହି ସାହାର୍ଯ୍ୟର ସ୍ବର କାହା ପାଖରେ ପହଞ୍ଚି ନଥିଲା । କିନ୍ତୁ, ଦିର୍ଘବାଟ ଦୌଡିବା ପରେ ଥକି ପଡିଥିଲେ ସନାତନ । ଏ-ହାପରେ ତାଙ୍କ ପାଖରେ ଦୁବୃର୍ତ୍ତମାନେ ପହଞ୍ଚି ଯାଇଥିଲେ । ଏବଂ ହାତରେ ଧରିଥିବା ଖଣ୍ତାରେ ତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ତାଙ୍କୁ  ଛାଡିଦେବା ପାଇଁ କାକୁତି ମିନତୀ ହୋଇଥିଲେ ସନାତନ କିନ୍ତୁ ଛାଡିନଥିଲେ ଦୃବୁର୍ତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପୁଣି ଦୈଡିଥିଲେ କିନ୍ତୁ ସନାତନଙ୍କୁ ଛାଡି଼ ନଥିଲେ ଦୁବୃର୍ତ୍ତ । ରାସ୍ତାରେ ତାଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ। 

ଫଳରେ ଘଟଣାସ୍ଥଳରେ ସନାତନଙ୍କର ମୃତ୍ୟୁ ହୋଇଥିବା ବେଳେ ସେଠାରୁ ଚମ୍ପଟ ମାରିଥିଲେ ଦୁବୃର୍ତ୍ତ । ସକାଳେ ରାସ୍ତାରେ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବଡ ବଜାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ହତ୍ୟାର ପ୍ରକୃତ କାରଣ କଣାପଡି ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ (past rivalry suspected)ଏହା ଘଟିଥିବା ସନ୍ଦେହ କରାଯାଉଛି । ସେପଟେ, ଅଭିଯୁକ୍ତକୁ ଖୁବଶିଘ୍ର ଗିରଫ କରିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ନିକଟରେ ଏଭଳି ଏକ ହତ୍ୟାକାଣ୍ତ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲାରେ । ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗାଁରେ ଜଘନ୍ୟ ହତ୍ୟାକାଣ୍ତ ଘଟିଛି । ମୃତକ ଯୁବକ ଜଣଙ୍କ ମନୋହରପୁର ଗାଁର ସ୍ବର୍ଗତଃ ଉପାକାନ୍ତ ଘଣାଙ୍କ ପୁଅ ଭାଗ୍ୟଧର ଘଣା (୩୯) । ସୂଚନା ଅନୁସାରେ,  ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ଏକ କାରରେ ଆସିଥିଲେ। ଭାଗ୍ୟଧର ରଣାଙ୍କ ସହିତ ଫୋନରେ କଥା ହେବା ପରେ ମଦ ପିଇବାକୁ ଡକାଇ ଥିଲେ। ମନହରପୁର ନିକଟ ବିଲରେ ମାଛ ଚିଙ୍ଗୁଡି ଚାଷ ପାଇଁ ଖୋଳାଯାଇଥିବା ୪ଟି ପୋଖରୀ ପାର୍ଶ୍ୱକୁ ଆସିବାକୁ କହିଥିଲେ। ତେବେ ଏହି ଚକ୍ରାନ୍ତ ଜାଣିନପାରି ଭାଗ୍ୟଧର ଏବଂ ସାଥିରେ ସାହିର ତରଣୀସେନ ଦେହୁରୀ ଦୁହେଁ ବାଇକ୍ ଯୋଗେ ସେଠାକୁ ପହଞ୍ଚିଥିଲ।  ଦୁର୍ବୃତ୍ତମାନେ ପୂର୍ବ ଯୋଜନା ମୁତାବକ ମଦ ବୋତଲ ବାହାର କରି ଗ୍ଲାସରେ ଢାଳିଥିଲେ। ଏହି ସମୟରେ ଅନ୍ୟମାନେ ଗାଡିରୁ ଲୁହାରଡ ଆଣିଥିଲେ। ତରଣୀ ଏହି ଦୃଶ୍ୟ ଜାଣିବା ପରେ ଭାଗ୍ୟଧରକୁ ସେଠାରୁ ପଳାଇବାକୁ କହିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ଭାଗ୍ୟଧରଙ୍କୁ ଦୁର୍ବୃତ୍ତମାନେ କାବୁ କରିଥିବା ବେଳେ ତରଣୀ ସେଠାରୁ ଖସି ଯିବାରେ ସଫଳ ହୋଇଥିଲେ। କିନ୍ତୁ ଦୁବୃର୍ତ୍ତମାନେ ତାଙ୍କୁ ହତ୍ୟା କରି ସେଠାରୁ ପଳାଇଥିଲେ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ତ ଘଟିଥିବା ଜଣାପଡିଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।