Animal picture: ‘ଆନିମଲ’କୁ ନେଇ ସଂସଦରେ ଝଡ,ସାଂସଦ କହିଲେ ମୋ ଝିଅ ଫିଲ୍ମ ଦେଖି କାନ୍ଦିଲା !
Advertisement
Article Detail0/zeeodisha/odisha1999207

Animal picture: ‘ଆନିମଲ’କୁ ନେଇ ସଂସଦରେ ଝଡ,ସାଂସଦ କହିଲେ ମୋ ଝିଅ ଫିଲ୍ମ ଦେଖି କାନ୍ଦିଲା !

ଫିଲ୍ମ ଆନିମଲକୁ ନେଇ ରାଜ୍ୟସଭାରେ ଆଲୋଚନା କରିଛନ୍ତି ଛତିଶଗଡ଼ ସାଂସଦ ରଂଜିତ ରଂଜନ । ସେ କହିଛନ୍ତି ଯେ ଫିଲ୍ମରେ ମହିଳାଙ୍କୁ ଅପମାନ କରିବା ଏବଂ ତାହାକୁ ଠିକ ବୋଲି ସାବ୍ୟସ୍ତ କରିବା ଠିକ୍ ନୁହେଁ । ଚଳଚ୍ଚିତ୍ର ସମାଜ ପାଇଁ ଆଇନା ସଦୃ । ଏହା ଯୁବକ ମାନଙ୍କ ଉପରେ ପ୍ରଭାବ ପକାଏ । ସେ ଫିଲ୍ମରରେ ଦେଖାଯାଇଥିବା ହିଂସାକୁ ନେଇ କହିଛନ୍ତି ଯେ

SOCIAL MEDIA

Animal picture:

ଫିଲ୍ମ ଆନିମଲକୁ ନେଇ ରାଜ୍ୟସଭାରେ ଆଲୋଚନା କରିଛନ୍ତି ଛତିଶଗଡ଼ ସାଂସଦ ରଂଜିତ ରଂଜନ । ସେ କହିଛନ୍ତି ଯେ ଫିଲ୍ମରେ ମହିଳାଙ୍କୁ ଅପମାନ କରିବା ଏବଂ ତାହାକୁ ଠିକ ବୋଲି ସାବ୍ୟସ୍ତ କରିବା ଠିକ୍ ନୁହେଁ । ଚଳଚ୍ଚିତ୍ର ସମାଜ ପାଇଁ ଆଇନା ସଦୃ । ଏହା ଯୁବକ ମାନଙ୍କ ଉପରେ ପ୍ରଭାବ ପକାଏ । ସେ ଫିଲ୍ମରରେ ଦେଖାଯାଇଥିବା ହିଂସାକୁ ନେଇ କହିଛନ୍ତି ଯେ ଏହା ଏମିତି ଏକ ଫିଲ୍ମ ଯାହାକୁ ଦେଖି ମୋ ଝିଅ କାନ୍ଦି କାନ୍ଦି ଫିଲ୍ମ ଅଧାରୁ ଉଠି ଆସିଲା । ଚଳଚ୍ଚିତ୍ର ସମାଜ ପାଇଁ ଆଇନା ସଦୃଶ । ଯୁବକ ମାନଙ୍କ ଉପରେ ଏହା ପ୍ରଭାବ ପକାଏ । କିନ୍ତୁ ଏହି ଫିଲ୍ମରେ ଅଧିକ ହିଂସାର ଦୃଶ୍ୟ ଦେଖିବାକୁ ମିଳିଛି ।

ସେ କହିଛନ୍ତି ଯେ ଆମେ ସିନେମା ଦେଖି ବଡ଼ ହୋଇଛିୁ । ସିନେମା ସମାଜ ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ଆଜିକାଲି ଏମିତି ଫିଲ୍ମ ଆସୁଛି ଯେଉଁଥିରେ ଅଧିକ ହିଂସା ଦେଖିବାକୁ ମିଳୁଛି । ଫିଲ୍ମ ଆନିମଲ ଦେଖି ମୋ ଝିଅ ଏବଂ ତା ସହ ତାର ସାଙ୍ଗମାନେ ମଧ୍ୟ ଫିଲ୍ମ ଅଧାରୁ କାନ୍ଦି କାନ୍ଦି ଉଠି ଆସିଲେ ।

ଫିଲ୍ମରେ ମହିଳାଙ୍କ ସହ ହୋଇଥିବା ଅପମାନକୁ ଠିକ୍ ବୋଲି ସାବ୍ୟସ୍ତ କରାଯାଇଛି । ଯାହା ବିଲକୁଲ୍ ଭୁଲ୍ । ଏହି ଫିଲ୍ମରେ ଗୋଟେ ସ୍ତ୍ରୀ ଉପରେ ଯେଉଁଭଳି ବ୍ୟବହାର କରାଯାଇଛି ଏବଂ ତାହାକୁ ଲୋକ, ସମାଜ ଏବଂ ଫିଲ୍ମରେ ସଠିକ୍ ବୋଲି ସାବ୍ୟସ୍ତ କରାଯାଇଛି ତାହା ଅତି ଶୋଚନୀୟ । ରଂଜନ କହିଛନ୍ତି ଯେ ଫିଲ୍ମରେ ଏମିତି କିଛି ହିଂସାର ଦୃଶ୍ୟ ରହିଛି ଯାହା ଯୁବପିଢ଼ୀଙ୍କ ଉପରେ ପ୍ରଭାବ ପକାଉଛି । ନକାରାତ୍ମକତାକୁ ସକାରାତ୍ମକତା ଭଳି ଦର୍ଶାଯାଇଛି । ଯାହାକୁ ଏକାଦଶ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ରୋଲ ମଡ଼େଲ ଭାବୁଛନ୍ତି । ଆମକୁ ଏମିତି କିଛି ସମାଜରେ ହିଂସା ଦେଖିବାକୁ ମିଳୁଛି ଯାହା ଉଦାହରଣ ସ୍ବରୂପ ଫିଲ୍ମରେ ମଧ୍ୟ ଦିଆଯାଇଛି ।

ସାଂସଦ କହିଛନ୍ତି ଯେ ଉଚ୍ଚ କୋଟିର ଇତିହାସ ପଂଜାବ । ହରି ସିଂ ନଲଓ୍ବାଙ୍କର । ସେଥିରେ ଗୋଟିଏ ଗୀତ ଅଛି ଫଡ଼କେ ଗଣକଡାସି ମାରୀ । ଏହି ଇତିହାସକୁ ଗୋଟିଏ ଗ୍ୟାଙ୍ଗରେ, ଦୁଇ ପରିବାର ମଧ୍ୟରେ ହିଂସା ଭାବରେ, ଯାହାର ପୁଅ ବାପାର ପ୍ରେମ ପାଇବା ପାଇଁ କଷ୍ଟ ପାଉଛି, ତାକୁ ମଧ୍ୟ ଏହି ଫିଲ୍ମ ସଠିକ୍ ସାବ୍ୟସ୍ତ କରି ପାରିନି । ସେଥିରେ ସେ ହଷ୍ଟେଲ ବିଲଡ଼ିଂରେ ହତିଆର ଧରି ମାରୁଛି ଏବଂ କୌଣସି ଆଇନ ତାକୁ ଦଣ୍ଡ ଦେଇ ପାରୁନି । ୟାକୁ ମଧ୍ୟ ଫିଲ୍ମରେ ଜଷ୍ଟିଫାଏ କରାଯାଇଛି ।