ସରକାରଙ୍କୁ ସତର୍କବାଣୀ; ରାଜଧାନୀରେ ଧାରଣା ଦେବେ ହାତୀପଲ! ସପ୍ତାହରେ ପଶିଲେଣି ଦୁଇ ଥର
Advertisement

ସରକାରଙ୍କୁ ସତର୍କବାଣୀ; ରାଜଧାନୀରେ ଧାରଣା ଦେବେ ହାତୀପଲ! ସପ୍ତାହରେ ପଶିଲେଣି ଦୁଇ ଥର

Elephant rescued from Bhubaneswar: ହାତୀଟି ଖାଦ୍ୟ ସନ୍ଧାନରେ ଚନ୍ଦକା ଜଙ୍ଗଲରୁ ବାହାରି ଖୋର୍ଦ୍ଧା ଓ ଡେଲାଙ୍ଗ ଦେଇ ପିପିଲି ଯାଇଥିଲା। ସେଠାରେ ହାତୀ ବ୍ୟାପକ ପାଚିଲା ଧାନ ଫସଲ ନଷ୍ଟ କରିଥିଲା। ବୁଧବାର ସକାଳେ ହାତୀକୁ ଟ୍ରାଙ୍କୁଲାଇଜ କରି ଟ୍ରକ ଯୋଗେ ତାକୁ ଚନ୍ଦକା ନିଆଯାଇଛି।

 

ସରକାରଙ୍କୁ ସତର୍କବାଣୀ; ରାଜଧାନୀରେ ଧାରଣା ଦେବେ ହାତୀପଲ! ସପ୍ତାହରେ ପଶିଲେଣି ଦୁଇ ଥର

Elephant rescued from Bhubaneswar, ଭୁବନେଶ୍ୱର: ଜଙ୍ଗଲ ଛାଡି ରାଜଧାନୀ ମୁହାଁ ହେଉଛନ୍ତି ହାତୀପଲ। ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ହାତୀ ପଶିଛନ୍ତି। ଅକ୍ଟୋବର ୨୭ ରାତିରେ ଦୁଇଟି ହାତୀ ପଶିଥିବା ବେଳେ ନଭେମ୍ବର ୧ରେ ପୁଣି ଗୋଟିଏ ଦନ୍ତା ରାଜଧାନୀରେ ଆତଙ୍କ ଖେଳାଇଛି। ତେବେ ବୁଧବାର ସକାଳେ ବନ ବିଭାଗ କର୍ମଚାରୀମାନେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଚନ୍ଦକା ଅଭ୍ୟାରଣ୍ୟରେ ନେଇ ଛାଡିଥିବା ସୂଚନା ମିଳିଛି। ସେପଟେ ବାରମ୍ବାର ହାତୀ ଜଙ୍ଗଲ ଛାଡ଼ି ସହର ମୁହାଁ ହେଉଥିବାରୁ ରାଜଧାନୀବାସୀ ଆତଙ୍କୀତ ଅଛନ୍ତି।

ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧନୀରେ ହାତୀ ପଶିଥିଲା। ଧଉଳିରୁ ଲିଙ୍ଗରାଜ ମନ୍ଦିର ପରେ ସୁନ୍ଦରପଦା ଦେଇ ପାତ୍ରପଡ଼ାରେ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀକୁ ଘଉଡେଇବା ପାଇଁ ସାରା ରାତି ବନ ବିଭାଗ ଓ ପୋଲିସ ନାକେଦାମ ହୋଇଥିଲେ। ବନ ବିଭାଗ ଓ ପୋଲିସର ୬୦ ଜଣିଆ ଟିମ ମିଶନ ଗଜରାଜରେ ସାମିଲ ହୋଇଥିଲେ। ଦିନରେ ହାତୀଟି ପିପିଲିରେ ଉତ୍ପାତ କରିବା ପରେ ରାତିରେ ରାଜଧାନୀ‌ ଭୁବନେଶ୍ବରରେ ଆତଙ୍କ ଖେଳାଇଥିଲା। ତେବେ ବୁଧବାର ସକାଳେ ହାତୀକୁ ଟ୍ରାଙ୍କୁଲାଇଜ କରି ଟ୍ରକ ଯୋଗେ ତାକୁ ଚନ୍ଦକା ନିଆଯାଇଛି।

Also Read: Elephant death in Odisha: ଜାଗିଉଠ ବନ ବିଭାଗ, ହାତୀ ଶୂନ୍ୟ ହେଲାଣି ଓଡ଼ିଶା!

 

ବନ ବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ, ଏହି ହାତୀଟି ଖାଦ୍ୟ ସନ୍ଧାନରେ ଚନ୍ଦକା ଜଙ୍ଗଲରୁ ବାହାରି ଖୋର୍ଦ୍ଧା ଓ ଡେଲାଙ୍ଗ ଦେଇ ପିପିଲି ଯାଇଥିଲା। ସେଠାରେ ହାତୀ ବ୍ୟାପକ ପାଚିଲା ଧାନ ଫସଲ ନଷ୍ଟ କରିଥିଲା। ପରେ ବନ ବିଭାଗ ଓ ପୋଲିସ କର୍ମଚାରୀମାନେ ତାକୁ ଘଉଡ଼ାଇ ଜଙ୍ଗଲମୁହାଁ କରିଥିଲେ। ଫଳରେ ସେ ଧଉଳି ମୁହାଁ ହୋଇଥିଲା। ମଙ୍ଗଳବାର ରାତିରେ ଧଉଳି ପାହାଡ଼ କଡ଼ରେ ଦୟାନଦୀ ପଠାରେ ଆଖୁ ଗହୀର ଭିତରେ ହାତୀକୁ ଠାବ କରାଯାଇଥିଲା। ବନ ବିଭାଗ ଓ ପୋଲିସ ଲଗାତର ହାତୀ ଉପରେ ନଜର ରଖିଥିଲେ। କିନ୍ତୁ ରାତି ହୋଇଥିବାରୁ ହାତୀକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। 

ଲଗାତର ଜଙ୍ଗଲ ଛାଡି ଜଙ୍ଗଲୀଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି। ଗତ ଗୁରୁବାର ରାତିରେ ଭୁବନେଶ୍ବର ସହର ଭିତିରେ ଦୁଇଟିକିଆ ହାତୀପଲ ପସିଥିଲେ। ଚନ୍ଦକା ନିକଟ ଅଞ୍ଚଳରେ ଏମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଦୁଇଟି ହାତି ଚନ୍ଦକାରୁ ବାହାରି ହାତିଆଶୁଣା ଓ ବିର୍ସା ମୁଣ୍ଡା ବସ୍ତିରେ ପଶି ଆତଙ୍କ ଖେଳାଇବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ବାଣ ଫୁଟାଇ ଥିଲା। ତେବେ ନିୟମିତ ଚନ୍ଦକା ଜଙ୍ଗଲରୁ ହାତୀ ବସ୍ତି ଅଞ୍ଚଳକୁ ଆସୁଥିବା ସ୍ଥାନୀୟଲୋକେ କହିଥିଲେ। 

Also Read: Elephant Panic: ନିୟନ୍ତ୍ରଣ ବାହାରେ ହାତୀ: ନିୟନ୍ତ୍ରଣ କରିବାରେ ବନବିଭାଗ ଫେଲ, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ ଭୁବନେଶ୍ୱର ଶୈଳଶ୍ରୀ ବିହାର ସରସ୍ୱତୀ ବସ୍ତିରେ ପଶି ୩ଟି ହାତୀ ଘର ଭାଙ୍ଗିଥିଲେ। ଫେବୃଆରୀ ୨୦୧୮ରେ ଭୁବନେଶ୍ୱରର ଘାଟିକିଆ ସ୍ଥିତ OUATର ଉଦ୍ୟାନ ଫାର୍ମକୁ ହାତୀ ପଶି ଆସିଥିଲା। ଏପରି ଏମିତି ଅନେକ ଥର ରାଜଧାନୀ ଓ ଏହାର ପାଖାପାଖି ଅଞ୍ଚଳରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତ କିଛି ବର୍ଷ ହେଲା ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଶିକାର, ଦୁର୍ଘଟଣା ପରି ବିଭିନ୍ନ କାରଣରୁ ୪୦ରୁ ଊର୍ଦ୍ଧ୍ୱ ହାତୀ ମୃତ୍ୟବରଣ କଲେଣି। ଜଙ୍ଗଲ କ୍ଷୟ ଯୋଗୁଁ ସେମାନେ ଖାଦ୍ୟ ପାଇଁ ସହର ମୁହାଁ ହେଉଛନ୍ତି। ଫଳରେ ମଣିଷ-ହାତୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ହାତୀ ହାବୁଡରେ ପଡି ନିରୀହ ଚାଷୀ ଓ ଲୋକଙ୍କର ଜୀବନ ଯାଉଛି।

ଅଭିଯୋଗ ହେଉଛି ଯେ, ହାତୀ କିମ୍ବା ମଣିଷଙ୍କ ମୃତ୍ୟୁକୁ କିପରି ରୋକାଯାଇପାରିବ ସେ ନେଇ ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ସେମିତି କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ବନ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ପାରିବାପଣିଆ ଓ କାଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ବନଖଣ୍ଡରେ ଅବାଧ ଜଙ୍ଗଲ କଟା, ଜଙ୍ଗଲରେ ଖୋଳାଯାଇଥିବା ପୋଖରୀରେ ପର୍ଯ୍ୟାପ୍ତ ପାଣି ନ ରହିବା, ବେଆଇନ ବ୍ଲାଷ୍ଟିଂ ଓ ଠିକ୍‌ ଖାଦ୍ୟ ମିଳୁ ନଥିବାରୁ ହାତୀପଲ ବାରମ୍ବାର ସହର ଓ ଗାଁ ମୁହାଁ ହେଉଛନ୍ତି। ଅବାଧ ଖଣି ଖନନ, ଗଛ କଟାରୁ ହାତୀପଲ ସର୍ବଦା ନିଜର ସୁରକ୍ଷିତ ଠିକଣା ଖୋଜୁଛନ୍ତି। ମଣିଷ ନିଜ ଅଧିକାର ପାଇଁ ସରକାରଙ୍କ ଆଗରେ ନିଜ ଦାବି ରଖୁଛି କିନ୍ତୁ ନିରୀହ ଜନ୍ତୁ ନିଜ ଦାବି ରଖିନପାରି ଖାଦ୍ୟ ଖୋଜିବାକୁ ଆସି ମଣିଷର ଶିକାର ହେଉଛନ୍ତି।