ବନ୍ଦ ଘରେ ମାଆର ମୃତଦେହ ଚାରି ଦିନ ବିତାଇଲା ଝିଅ
Advertisement
Article Detail0/zeeodisha/odisha1195296

ବନ୍ଦ ଘରେ ମାଆର ମୃତଦେହ ଚାରି ଦିନ ବିତାଇଲା ଝିଅ

ବାସନ୍ତୀ କଲୋନୀ ଏଫ୍ଏଲ ୨୨୩ ଘରୁ ପୋଲିସ ବୃଦ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହିତ ସେଠାରେ ଥିବା ମାନସିକ ଦିବ୍ୟାଙ୍ଗ ଝିଅକୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବନ୍ଦ ଘରେ ମାଆର ମୃତଦେହ ଚାରି ଦିନ ବିତାଇଲା ଝିଅ

ସୁନ୍ଦରଗଡ: ରାଉରକେଲାର ଏକ ବନ୍ଦ ଘରୁ ଜଣେ ବୃଦ୍ଧ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଆଉ ସେହି ମୃତଦେହ ଶହ ମହିଳାଙ୍କ ମାନସିକ ଦିବ୍ୟାଙ୍ଗ ଝିଅ ଚାରି ଦିନ ଏଭଳି ଘଟଣା ଷ୍ଟିଲ୍ ସିଟିର ବାସନ୍ତୀ କଲୋନୀରେ ଘଟିଛି। ସୋମବାର ରାଉରକେଲା ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ବାସନ୍ତୀ କଲୋନୀ ଏଫ୍ଏଲ ୨୨୩ ଘରୁ ପୋଲିସ ବୃଦ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହିତ ସେଠାରେ ଥିବା ମାନସିକ ଦିବ୍ୟାଙ୍ଗ ଝିଅକୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସଂପୃକ୍ତ ଘରେ ମାଆ ମଞ୍ଜୁ ପୁରୀ (୭୦) ଓ ଝିଅ ପ୍ରିୟଙ୍କା ପୁରୀ ବସବାସ କରୁଥିଲେ। ବାପା ନରୋତ୍ତମ ପୁରୀଙ୍କ ମୃତ୍ୟୁ କୋରୋନା ଯୋଗୁ ହେଲାପରେ ପ୍ରିୟଙ୍କା ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରାଉରକେଲା ଇସ୍ପାତ କାରଖାନାରେ ନରୋତ୍ତମ ପୁରୀ ଠିକା ଶ୍ରମିକ ଥିଲେ।

Also Read: କୋଙ୍ଗାରୁ କୋର୍ଟ ଆଗରେ ହାର ମାନିଲା ପ୍ରେମ, ବିବାହ ବିଚ୍ଛେଦ ସହି ନ ପାରି ଜୀବନ ହାରିଲେ ଯୁବକ

ତେବେ ତିନି ଚାରି ଦିନ ତଳୁ ଘର ବନ୍ଦ ପଡିଥିଲା ଏବଂ ଦୁଇ ଦିନ ଧରି ପଚା ଗନ୍ଧ ହେଉଥିଲା। ସୋମବାର ସନ୍ଧ୍ୟାରେ ଗନ୍ଧ ପ୍ରବଳ ହେବାରୁ ସ୍ଥାନୀୟ ଲୋକେ ଉଦିତନଗର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ଘର ଭିତର ପଟୁ ବନ୍ଦ ଥିବାରୁ ଘର ଉପରକୁ ଯାଇ ପ୍ରଥମେ ପୋଲିସ ଦେଖିଥିଲା। ପରେ ସନ୍ଦେହ ହେବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭଙ୍ଗି ପୋଲିସ ଘରେ ପଶିଥିଲା। ଘରକୁ ପଶିବା ପରେ ଘର ଭିତରେ ବୃଦ୍ଧ ମହିଳାଙ୍କ ମୃତଦେହ ମିଳିଥିଲା। କିନ୍ତୁ ଏତେ ଦୁର୍ଗନ୍ଧ ସତ୍ତ୍ୱେ ଅନ୍ୟ ଏକ ରୁମରେ ମାନସିକ ଭାରସାମ୍ୟ ହରାଇଥିବା ପ୍ରିୟଙ୍କା ଶୋଇଥିଲେ। 

ମୃତ ବୃଦ୍ଧାଙ୍କ ଅନ୍ୟ ଦୁଇ ଝିଅ ବାହାରେ ରହୁଥିବାରୁ ମୃତଦେହକୁ ଆର୍ଜିଏଚ ଶବଗୃହର ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟପଟେ ମହିଳାଙ୍କ ଦେହରେ ସେଭଳି କୌଣସି କ୍ଷତ ଚିହ୍ନ ନଥିବା ବେଳେ ରକ୍ତଚାପ ରୋଗ ରହିଥିବା ଯୋଗୁଁ ଅଥବା ଅନ୍ୟ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ପୋଷ୍ଟମୋର୍ଟମ ରିପୋର୍ଟ ଆସିଲା ପରେ ହିଁ ଜଣା ପଡିବ ବୋଲି ଆଡିସନାଲ ଏସପି  ବିକ୍ରମ କେଶରୀ ଭୋଇ ସୂଚନା ଦେଇଛନ୍ତି। 

Also Read: ମାତୃ ଦିବସରେ ମା'ର ମୃତଦେହକୁ ଗ୍ରାମବାସୀଙ୍କ ଅପମାନ, ଝିଅ ଅନ୍ୟ ଜାତିରେ ବିବାହ କଲା ବୋଲି..

 

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଠିକ୍ ଏଟହି ଭଳି ଏକ ଘଟଣା ବଲାଙ୍ଗିରରେ ଦେଖିବାକୁ ମିଳିଥିଲା। ସାଗରପଡ଼ାର ଶିବ ମନ୍ଦିର ନିକଟରେ ରହୁଥିବା କୁନି ନାଏକଙ୍କୁ ସାହି ପଡିଶା ୩ ଦିନ ହେଲା ଦେଖିବାକୁ ପାଇ ନଥିଲେ। ୨୭ ତାରିଖରେ ମହିଳାଙ୍କ ୫ ବର୍ଷର ଝିଅ ପାଖ ପଡୋଶୀଙ୍କୁ ଡାକି ଥିଲେ। ପଡୋଶୀ ଯାଇ ଦେଖିବା ପରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ମହିଳାଙ୍କ ମୃତ୍ୟୁକୁ ତିନି ଦିନ ହୋଇ ସାରିଥିଲେ ବି ପାଖ ପଡୋଶୀ ଏ ସମ୍ପର୍କରେ ଜାଣି ପାରି ନଥିଲେ। ପିଲାଟି ମଧ୍ୟ ମାଆର ମୃତଦେହ ସହ ୩ ଦିନ ହେଲା ଘରେ ରହୁଥିଲେ।