Lifestyle:ଚିକେନ୍, ମଟନ୍ ଖାଇବା ପରେ ଆପଣ କ୍ଷୀର ପିଇ ପାରିବେ କି? ବିଶେଷଜ୍ଞମାନେ କ’ଣ କୁହନ୍ତି?
Advertisement

Lifestyle:ଚିକେନ୍, ମଟନ୍ ଖାଇବା ପରେ ଆପଣ କ୍ଷୀର ପିଇ ପାରିବେ କି? ବିଶେଷଜ୍ଞମାନେ କ’ଣ କୁହନ୍ତି?

ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧରେ ଲୋକଙ୍କ ମନରେ ଅନେକ ପୌରାଣିକ କଥା ଅଛି ଏବଂ ଲୋକମାନେ ଏହା ପଛରେ ଥିବା ତଥ୍ୟ ଜାଣି ନ ଥିବାରୁ ବର୍ଷ ବର୍ଷ ଧରି ସମାନ କଥା ବିଶ୍ବାସ କରନ୍ତି । ଏହିପରି ଗୋଟିଏ ପ୍ରଶ୍ନ ଯେ ଚିକେନ୍ ଏବଂ ମଟନ୍ ଖାଇବା ପରେ କ୍ଷୀର ପିଇବା ଉଚିତ ନା ନୁହେଁ । ବିଶେଷଜ୍ଞଙ୍କ କଣ କୁହନ୍ତି ?

SOCIAL MEDIA

Lifestyle:

ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧରେ ଲୋକଙ୍କ ମନରେ ଅନେକ ପୌରାଣିକ କଥା ଅଛି ଏବଂ ଲୋକମାନେ ଏହା ପଛରେ ଥିବା ତଥ୍ୟ ଜାଣି ନ ଥିବାରୁ ବର୍ଷ ବର୍ଷ ଧରି ସମାନ କଥା ବିଶ୍ବାସ କରନ୍ତି । ଏହିପରି ଗୋଟିଏ ପ୍ରଶ୍ନ ଯେ ଚିକେନ୍ ଏବଂ ମଟନ୍ ଖାଇବା ପରେ କ୍ଷୀର ପିଇବା ଉଚିତ ନା ନୁହେଁ । ବିଶେଷଜ୍ଞଙ୍କ କଣ କୁହନ୍ତି ? ଆସନ୍ତୁ ଜାଣିବା ।

ଆମର ଖାଦ୍ୟ ଏବଂ ପାନୀୟ ସହିତ ଜଡିତ ଅନେକ ପୁରାଣ କଥା ଅଛି, ଯାହା ବିଷୟରେ ଆମେ ପିଲାଦିନରୁ ଶୁଣୁଛୁ ।  କିନ୍ତୁ ଅନେକ ଜିନିଷରେ ସତ୍ୟତା ଥିବାବେଳେ ଆମେ କିଛି ଜିନିଷ ଗ୍ରହଣ କରୁ କାରଣ ଆମ ପରିବାରରେ ଗୁରୁଜନ ମାନେ ଏସବୁ ଆମକୁ ପିଲାଦିନରୁ କହି ଆସିଛନ୍ତି । କିନ୍ତୁ ତା ପଛରେ ସତ ଏବଂ କାରଣ ଜାଣି ନଥାଉ । ଏମିତି ଏକ କଥା ଅଛି ଯେ ଚିକେନ୍ ମଟନ୍ ଖାଇବା ପରେ କ୍ଷୀର ପିଇବା ଉଚିତ୍ ନୁହେଁ । କାରଣ ଏସବୁ ପରେ କ୍ଷୀର ପିଇବା ଦ୍ବାରା ଶରୀରରେ ଧଳା ଧଳା ଦାଗ ହୋଇଯାଏ । ଆସନ୍ତୁ ଜାଣିବା ଏହା ପଛର କାରଣ କଣ ।

ବିଶେଷଜ୍ଞମାନେ କ’ଣ କୁହନ୍ତି?

ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଏବଂ ଏସ୍ ଏସ୍ ଡାକ୍ତରଖାନାର ଔଷଧ ବିଭାଗର ଏଚଓଡ଼ି ଡ଼. ଏଲ ଏଚ ଘୋଟେକର କୁହନ୍ତି ଯେ ଆପଣ ମଟନ୍ ଖାଇବା ପରେ କ୍ଷୀର ପିଇପାରିବେ । କାରଣ ଉଭୟଙ୍କ ମଧ୍ୟରେ କୌଣସି ନକାରାତ୍ମକ ସମ୍ପର୍କ ମିଳିନାହିଁ  । ଏହା ଉପରେ କୌଣସି ପ୍ରତିକୂଳ ପ୍ରତିକ୍ରିୟା ସମ୍ବନ୍ଧରେ କୌଣସି ବୈଜ୍ଞାନିକ ତଥ୍ୟ ଉପଲବ୍ଧ ନାହିଁ । କାରଣ ଉଭୟଙ୍କ ମଧ୍ୟରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି । ଏଥିପାଇଁ ପରସ୍ପର ଭିତରେ ଭଲ ସାମଞ୍ଜସ୍ୟ ରହିଛି । ତେଣୁ ଚିକେନ୍ ଏବଂ ମଟନ୍ ପିଇବା ପରେ କ୍ଷୀର ପିଇପାରିବେ । ଯଦି ଆପଣଙ୍କର କୌଣସି ସମସ୍ୟା ନଥାଏ ।  

ତଥାପି, କିଛି ଲୋକ କ୍ଷୀର ଏବଂ ମାଂସ ଏକାଠି ଖାଇବା ସମୟରେ ହଜମ ପ୍ରକ୍ରିୟା ଅନୁଭବ କରିପାରନ୍ତି । ତେଣୁ ନିଜ ଶରୀରର ଅନୁଯାୟୀ ଏବଂ ନିଜ ସୁବିଧା ଅନୁଯାୟୀ ସ୍ଥିର କରନ୍ତୁ । କାରଣ କିଛି ଲୋକଙ୍କର ହଜମ ଶକ୍ତି କମ୍ ଥାଏ । ତେଣୁ ଏକାସାଙ୍ଗରେ ଏହା ହଜମ ନହୋଇ ପାରେ । କିନ୍ତୁ ଯେ ମାଂସ ପରେ କ୍ଷୀର ପିଇବା ଦ୍ବାରା ଏଭଳି ହୋଇଛି କହିବା ଭୁଲ୍ ହେବ ।

କ୍ଷୀର ସହିତ ଏହି ଜିନିଷ ଖାଆନ୍ତୁ ନାହିଁ

ସେହିପରି ଖଟା ଫଳ ସହିତ କ୍ଷୀର ଖାଇବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ କମଳା, ଲେମ୍ବୁ ପରି ଖଟା ଫଳ ପରେ ତୁରନ୍ତ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ ।