Ujjwala Yojana: ଦ୍ୱିତୀୟ ଥର ସିଲିଣ୍ଡର ଭରିନାହାନ୍ତି ୯୦ ଲକ୍ଷ ହିତାଧିକାରୀ
Advertisement
Article Detail0/zeeodisha/odisha1183200

Ujjwala Yojana: ଦ୍ୱିତୀୟ ଥର ସିଲିଣ୍ଡର ଭରିନାହାନ୍ତି ୯୦ ଲକ୍ଷ ହିତାଧିକାରୀ

ସୂଚନା ଅଧିକାର କର୍ମୀ ଚନ୍ଦ୍ରଶେଖର ଗୌଡ଼ଙ୍କ ପକ୍ଷରୁ ପ୍ରମୁଖ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଠାରୁ ଆରଟିଆଇ ଯୋଗେ ଅଣାଯାଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି ।

 (ଫାଇଲ ଫଟୋ)

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରମୁଖ ଯୋଜନା 'ଉଜ୍ୱଳା'ରେ ପ୍ରାୟ ୯୦ଲକ୍ଷ ହିତାଧିକାରୀ ଆଉ ଦ୍ୱିତୀୟ ଥର ସିଲିଣ୍ଡର ଭର୍ତ୍ତି କରିନାହାଁନ୍ତି । ଇଂରାଜୀ ଖବରକାଗଜ 'ହିନ୍ଦୁ' ନିଜର ସ୍ୱତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ଆର୍ଥିକ ବର୍ଷରେ ପ୍ରାୟ ଏକ କୋଟି ହିତାଧିକାରୀ କେବଳ ଥରେ ମାତ୍ର ସିଲିଣ୍ଡର ଭର୍ତ୍ତି କରିଛନ୍ତି ।

ସୂଚନା ଅଧିକାର କର୍ମୀ ଚନ୍ଦ୍ରଶେଖର ଗୌଡ଼ଙ୍କ ପକ୍ଷରୁ ପ୍ରମୁଖ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଠାରୁ ଆରଟିଆଇ ଯୋଗେ ଅଣାଯାଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହା ମେ' ମାସରେ 'ଉଜ୍ୱଳା' ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ୨୦୨୦ ମସିହା ସୁଦ୍ଧା ୮ କୋଟି ପରିବାରକୁ ଗ୍ୟାସ ସଂଯୋଗ କରାଯିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ PMYU ଅଧୀନରେ ୯ କୋଟି ସଂଯୋଗ ଦିଆଯାଇଛି । ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ PMUY-2.0 ମଧ୍ୟ ଲଞ୍ଚ କରାଯାଇଥିଲା । ଏଥିରେ ନୂତନ ବ୍ୟବସ୍ଥା ଅନୁଯାୟୀ ଏକ କୋଟି ଅତିରିକ୍ତ ସଂଯୋଗ ପ୍ରଦାନ କରାଯାଇଥିଲା ।

ସୂଚନା ଅଧିକାର ବଳରେ ମଗାଯାଇଥିବା ତଥ୍ୟରେ ଇଣ୍ଡିଆନ ଅଏଲ କହିଛି ଯେ, ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଆଯାଇଥିବା ସଂଯୋଗ ମଧ୍ୟରୁ ୬୫ଲକ୍ଷ ହିତାଧିକାରୀ ଗତ ଆର୍ଥିକ ବର୍ଷରେ ସିଲିଣ୍ଡର ରିଫିଲ୍ କରିନାହାନ୍ତି । ଏଥିସହିତ ହିନ୍ଦୁସ୍ତାନ ପେଟ୍ରୋଲିୟମର ୯.୧ ଲକ୍ଷ ହିତାଧିକାରୀ  ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମର ୧୫.୯୬ ଲକ୍ଷ ହିତାଧିକାରୀ ସେମାନଙ୍କ ସିଲିଣ୍ଡର ଭର୍ତ୍ତି କରିନାହାନ୍ତି ।

ଭାରତ ପେଟ୍ରୋଲିୟମ କର୍ପୋରେସନ ସ୍ପଷ୍ଟ କରିଛି ଯେ, ସେପ୍ଟେମ୍ୱର ୨୦୧୯ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ୧୫.୯୬ ଲକ୍ଷ ହିତାଧିକାରୀ  ଗ୍ୟାସ ସଂଯୋଗ ପାଇଥିଲେ । ଯେଉଁ ହିତାଧିକାରୀମାନେ କେବଳ ଥରେ ସିଲିଣ୍ଡର ଭର୍ତ୍ତି କରିଛନ୍ତି, ସେମାନଙ୍କ ମଧ୍ୟରେ ୫୨ ଲକ୍ଷ ଇଣ୍ଡିଆନ ଅଏଲ କର୍ପୋରେସନ, ୨୭.୫୮ ଲକ୍ଷ ହିନ୍ଦୁସ୍ଥାନ ପେଟ୍ରୋଲିୟମ, ଏବଂ ଭାରତ ପେଟ୍ରୋଲିୟମର ୨୮.୫୬ ଲକ୍ଷ ହିତାଧିକାରୀ ରହିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚରେ ମୋଦି ସରକାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଉଜ୍ୱଳା ଯୋଜନା ଅଧୀନରେ ପ୍ରତିବର୍ଷ କେବଳ ୩.୬୬ ଏଲପିଜି ସିଲିଣ୍ଡର ରିଫିଲ କରାଯାଉଛି। ଏପରିକି କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନା ଅଧୀନରେ ୨୦୨୦ ମସିହା ଏପ୍ରିଲ ୧ରୁ ୨୦୨୦ ଡିସେମ୍ୱର ୩୧ ପର୍ଯ୍ୟନ୍ତ ତିନିଥର ମାଗଣା ଗ୍ୟାସ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ଜ୍ଞାନବାପି ମସଜିଦକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ; ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ: କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ସଞ୍ଜୟ ରାଉତ; କହିଲେ-ପାକିସ୍ତାନକୁ...