Twitter Charge: ଟ୍ୱିଟର ୟୁଜର୍ସଙ୍କୁ ଝଟକା ଦେଲେ ଏଲୋନ୍ ମସ୍କ! ମାଗଣାରେ ମିଳିବନି ବ୍ଲୁ ଟିକ୍, ପ୍ରତି ମାସରେ ଦେବାକୁ ହେବ ଏତେ ହଜାର ଟଙ୍କା
Advertisement
Article Detail0/zeeodisha/odisha1418643

Twitter Charge: ଟ୍ୱିଟର ୟୁଜର୍ସଙ୍କୁ ଝଟକା ଦେଲେ ଏଲୋନ୍ ମସ୍କ! ମାଗଣାରେ ମିଳିବନି ବ୍ଲୁ ଟିକ୍, ପ୍ରତି ମାସରେ ଦେବାକୁ ହେବ ଏତେ ହଜାର ଟଙ୍କା

Twitter Charge: ଏକ ନୂତନ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କ ବ୍ଲୁ ଭେରିଫିକେସନ୍ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି । ପ୍ରକୃତରେ ଜଣେ ୟୁଜର ଏଲୋନ୍ ମସ୍କଙ୍କୁ ଟ୍ୱିଟ୍ କରି ପଚାରିଥିଲେ ଯେ ତାଙ୍କର ବହୁ ସଂଖ୍ୟାରେ ଫୋଲୋୟର୍ସ ଅଛନ୍ତି, ଏହା ସତ୍ତ୍ୱେ ତାଙ୍କୁ ବ୍ଲୁ ଟିକ୍ ମିଳିପାରୁ ନାହିଁ । ଏହି ଟ୍ୱିଟର ଜବାବରେ ଏଲୋନ୍ ମସ୍କ ପେଡ୍ ବ୍ଲୁ ଟିକର ଇସାରା କରିଛନ୍ତି । 

Twitter Charge: ଟ୍ୱିଟର ୟୁଜର୍ସଙ୍କୁ ଝଟକା ଦେଲେ ଏଲୋନ୍ ମସ୍କ! ମାଗଣାରେ ମିଳିବନି ବ୍ଲୁ ଟିକ୍, ପ୍ରତି ମାସରେ ଦେବାକୁ ହେବ ଏତେ ହଜାର ଟଙ୍କା

Twitter Charge: ଏଲୋନ୍ ମସ୍କଙ୍କ ଦ୍ୱାରା ଟ୍ୱିଟର କିଣିବା ପରେ କିଛି ଲୋକ ଖୁସି ଅଛନ୍ତି ତ କିଛି ଲୋକ ଅସନ୍ତୋଷ ଅଛନ୍ତି । ଅନେକ ଲୋକ ଏଲୋନ୍ ମସ୍କଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି । ଆଉ କହିଛନ୍ତି ଯେ, ଏଲୋନ୍ ମସ୍କ ମାଲିକ ହେବା ପରେ ଟ୍ୱିଟରରେ ଅଭିବ୍ୟକ୍ତିର ସ୍ୱତନ୍ତ୍ର ମିଳିବ । ଲୋକମାନେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବାକୁ ସମର୍ଥ ହେବେ । କିନ୍ତୁ ଏହା ମଝିରେ ବର୍ତ୍ତମାନ ଏକ ବଡ଼ ଖବର ଆସୁଛି । ଯଦି ଆପଣଙ୍କ ଟ୍ୱିଟରରେ ଭେରିଫାଇଡ୍ (ବ୍ଲୁ ଟିକ୍) ଆକାଉଣ୍ଟ ଅଛି, ତେବେ ଆପଣଙ୍କୁ ମାସକୁ ପ୍ରାୟ ୨୦ ଡଲାର ଅର୍ଥାତ ୧,୬୦୦ ଟଙ୍କା ଦେବାକୁ ପଡ଼ିପାରେ । ଏକ ନୂତନ ରିପୋର୍ଟ ଅନୁଯାୟୀ, ଏଲୋନ୍ ମସ୍କ ବ୍ଲୁ ଭେରିଫିକେସନ୍ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି । ପ୍ରକୃତରେ ଜଣେ ୟୁଜର ଏଲୋନ୍ ମସ୍କଙ୍କୁ ଟ୍ୱିଟ୍ କରି ପଚାରିଥିଲେ ଯେ ତାଙ୍କର ବହୁ ସଂଖ୍ୟାରେ ଫୋଲୋୟର୍ସ ଅଛନ୍ତି, ଏହା ସତ୍ତ୍ୱେ ତାଙ୍କୁ ବ୍ଲୁ ଟିକ୍ ମିଳିପାରୁ ନାହିଁ । ଏହି ଟ୍ୱିଟର ଜବାବରେ ଏଲୋନ୍ ମସ୍କ ପେଡ୍ ବ୍ଲୁ ଟିକର ଇସାରା କରିଛନ୍ତି । ଇଂରାଜୀ ଟେକ୍ ୱେବସାଇଟ୍ The Verge ପ୍ରଥମେ ଏହି ରିପୋର୍ଟ କରିଛି ।

ରିପୋର୍ଟ ଅନୁଯାୟୀ, ଟ୍ୱିଟରର ବ୍ଲୁ ଟିକ୍ କେବଳ Twitter Blue ସଦସ୍ୟଙ୍କ ପାଇଁ ହେବ, ଯାହା ଏକ ସଦସ୍ୟତା ଭିତ୍ତିକ ସେବା ଅଟେ । ଟ୍ୱିଟର ବ୍ଲୁର ସବସ୍କ୍ରିପସନ୍ ମିଳିବା ପରେ ୟୁଜର୍ସମାନଙ୍କୁ ଟ୍ୱିଟକୁ ଏଡିଟ୍ ସହିତ ଅନେକ ସ୍ୱତନ୍ତ୍ର ଫିଚର୍ସ ମିଳିଥାଏ । ଟ୍ୱିଟର ବ୍ଲୁ ର ମାସିକ ସବସ୍କ୍ରିପସନ୍ ହେଉଛି 19.99 ଡଲାର ଅର୍ଥାତ୍ ପ୍ରାୟ ୧,୬୦୦ ଟଙ୍କା । କୁହାଯାଉଛି ଯେ ଯାହାର ଆକାଉଣ୍ଟ ପୂର୍ବରୁ ଭେରିଫାଇ ହୋଇସାରିଛି, ସେମାନଙ୍କୁ ୯୦ ଦିନ ମଧ୍ୟରେ ଟ୍ୱିଟର ବ୍ଲୁର ସବସ୍କ୍ରାଇବ ନେବାକୁ ପଡିବ । ନଚେତ୍ ପ୍ରୋଫାଇଲରୁ ବ୍ଲୁ ଟିକ୍ ହଟାଯିବ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ କର୍ମଚାରୀମାନେ ଏହି ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି, ଯଦି ସେମାନେ ସେମାନଙ୍କର କାର୍ଯ୍ୟ ଠିକ୍ ସମୟରେ ଶେଷ ନକରନ୍ତି, ତେବେ ସେମାନଙ୍କୁ ମଧ୍ୟ ବାହାର କରାଯାଇପାରେ । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗତ ସପ୍ତାହରେ ଏଲୋନ୍ ମସ୍କ ଟ୍ୱିଟରର ନୂତନ ମାଲିକ ହୋଇଛନ୍ତି । ଏହା ପରେ ସେ ସିଇଓ ପାରାଗ ଅଗ୍ରୱାଲଙ୍କ ସମେତ ଚାରିଜଣ ବଡ଼ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଜିମ୍ବାୱେ କ୍ରିକେଟର ଅବସ୍ଥା ଅତ୍ୟନ୍ତ ଖରାପ, ଖେଳାଳିଙ୍କୁ ମିଳିଥାଏ କେବଳ ଏତିକି ଟଙ୍କା! ଜାଣି ଆପଣ ବି ହେବେ ଚକିତ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଅଭିଶାପ ଦେଲେ ପାକିସ୍ତାନ ଅଭିନେତ୍ରୀ, ମୁହଁତୋଡ଼ ଜବାବ ଦେଲେ ଆଫଗାନ ସୁନ୍ଦରୀ; କହିଲେ-ବିଶ୍ୱକପ ତ ଭାରତ ହିଁ ଜିତିବ

ନିକଟ ଅତୀତରେ ଏଲୋନ୍ ମସ୍କ କହିଥିଲେ ଯେ, ପ୍ଲାଟଫର୍ମକୁ ବିସ୍ତାର କରି ଏହା ଉପରେ ଲେଖିବା ପାଇଁ ୨୮୦ ଶବ୍ଦର ସୀମା ମଧ୍ୟ ବୃଦ୍ଧି କରାଯାଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁଜର୍ସଙ୍କ ସୁବିଧା ପାଇଁ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ଭିଡିଓଗୁଡ଼ିକର ସମୟ ସୀମା ବୃଦ୍ଧି ପାଇଁ କମ୍ପାନୀ ମଧ୍ୟ ବିଚାର କରୁଛି ।