RBI ଏହି ବ୍ୟାଙ୍କ ଉପରେ ଲଗାଇଲା ଲକ୍ଷାଧିକ ଟଙ୍କାର ଜରିମାନା; ଆପଣଙ୍କ ଆକାଉଣ୍ଟ ...
Advertisement
Article Detail0/zeeodisha/odisha1232522

RBI ଏହି ବ୍ୟାଙ୍କ ଉପରେ ଲଗାଇଲା ଲକ୍ଷାଧିକ ଟଙ୍କାର ଜରିମାନା; ଆପଣଙ୍କ ଆକାଉଣ୍ଟ ...

RBI Penalty on Banks: ପବ୍ଲିକ୍ ସେକ୍ଟର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୫୭.୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।

ସାଙ୍କେତିକ ଫଟୋ

RBI Penalty on Banks: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଉପରେ ଜରିମାନା ଲଗାଇଛି ଓ ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି ତେବେ ଜାଣନ୍ତୁ ଆପଣଙ୍କ ଟଙ୍କା ସହିତ କ’ଣ ହେବ । ରିଜର୍ଭ ବ୍ୟାଙ୍କ ପବ୍ଲିକ୍ ସେକ୍ଟର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ  (Indian Overseas Bank) ଉପରେ ୫୭.୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।

ଜରିମାନା କାହିଁକି ଲାଗୁ ହୋଇଛି ଜାଣନ୍ତୁ?
ଠକେଇ ସହ ଜଡିତ କିଛି ନିୟମ ଓ ନିୟମ ପାଳନ ନକରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି । ଆରବିଆଇ ଅନୁଯାୟୀ, ବ୍ୟାଙ୍କର ଆଇନଗତ ଯାଞ୍ଚ ଓ ମାର୍ଚ୍ଚ ୨୦୨୦ ଶେଷରେ ଏହାର ଆର୍ଥିକ ସ୍ଥିତିକୁ ନେଇ ରିପୋର୍ଟର ଯାଞ୍ଚ ଆଧାରରେ ଏହି ଦଣ୍ଡବିଧାନ କରାଯାଇଛି ।

ଠକେଇ ମାମଲା ବିଷୟରେ ସୂଚନା ଦେବାରେ ବିଫଳ 
କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଚିହ୍ନଟ ହେବାର ତିନି ସପ୍ତାହ ମଧ୍ୟରେ ଏଟିଏମ୍ କାର୍ଡ କ୍ଲୋନିଂ / ସ୍କିମିଂ ସହିତ ଜଡିତ କେତେକ ଠକେଇ ମାମଲାରେ IOB ରିପୋର୍ଟ କରିବାରେ ବିଫଳ ହୋଇଛି ।

ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?
କହିରଖୁଛୁ ଯେ ରିଜର୍ଭ ବ୍ୟାଙ୍କର ଏହି ଆକ୍ସନ ଦ୍ୱାରା ଗ୍ରାହକଙ୍କୁ କୌଣସି ପ୍ରକାରେ ବ୍ୟାଙ୍କ ପ୍ରଭାବିତ କରିବ ନାହିଁ । ଏହାର କାରଣ ହେଉଛି ନିୟାମକ ନିୟମକୁ ଅଣଦେଖା କରି ଆରବିଆଇ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଭଳି ପରିସ୍ଥିତିରେ ବ୍ୟାଙ୍କର ସେବା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

ପୂର୍ବରୁ କେଉଁ ବ୍ୟାଙ୍କ ଉପରେ ଲାଗିଥିଲା ଜରିମାନା?
ପଞ୍ଜାବ ଓ ସିନ୍ଦ ବ୍ୟାଙ୍କ ଉପରେ କରାଯାଇଥିବା ଏକ ଯାଞ୍ଚରେ ଏହା ଜଣାପଡିଛି ଯେ ସେ ନିର୍ଦ୍ଦେଶନାମା ପାଳନ କରୁନାହାଁନ୍ତି, ଯେଉଁଥିପାଇଁ ତାଙ୍କ ଉପରେ ମଧ୍ୟ ଏପରି ଦଣ୍ଡାଦେଶ ଦିଆଯାଇଛି । କହିରଖୁଛୁ ଯେ ଏହି ଜରିମାନା ଗ୍ରାହକଙ୍କ ଟଙ୍କା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । 

ଏହା ବି ପଢ଼ନ୍ତୁ: Zee Sammelan 2022: ଦେଶରେ କେବେ ଆରମ୍ଭ ହେବ 5G ସେବା? Zee News ସମ୍ମିଳନୀରେ ଅଶ୍ୱିନୀ ବୈଷ୍ଣବ ଦେଲେ ଏହି ଜବାବ

ଏହା ବି ପଢ଼ନ୍ତୁ: ଗାଙ୍ଗୁଲିଙ୍କ ନିମନ୍ତ୍ରଣ ପରେ ମଧ୍ୟ ଆଇପିଏଲ ଦେଖିବାକୁ ଆସି ନଥିଲେ ରମିଜ ରାଜା, କହିଲେ ଏହି କାରଣ