OLA ଲଞ୍ଚ କଲା ଇଲେକ୍ଟ୍ରିକ କାର, ଜାଣନ୍ତୁ ଯାତ୍ରୀଙ୍କ ପାଇଁ କେତେ ଉପଯୋଗୀ
Advertisement

OLA ଲଞ୍ଚ କଲା ଇଲେକ୍ଟ୍ରିକ କାର, ଜାଣନ୍ତୁ ଯାତ୍ରୀଙ୍କ ପାଇଁ କେତେ ଉପଯୋଗୀ

OLA Electric Car: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଲା(OLA) ତାର ପ୍ରଥମ ବୈଦ୍ୟୁତିକ କାର୍(Electric Car) ଲଞ୍ଚ କିରଛି। ଏହି କାରଟି ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ବେଳେ ଯାତ୍ରୀଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି।

ପ୍ରତୀକାତ୍ମକ

OLA Electric Car: ମାରାଥନ ପ୍ରଚାର ପରେ ଶେଷରେ OLA ଲଞ୍ଚ କରିଛି ଇଲେକ୍ଟ୍ରିକ୍ କାର୍। ଏହି କାରକୁ ସର୍ଭିସରେ ଉପଯୋଗ କରିବା ପାଇଁ କମ୍ପାନୀ ଅନେକ ଦିନ ହେବ ପ୍ରସ୍ତୁତି ଚଳାଇଥିଲା। ଆଉ ଭାରତର ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଲା(OLA) ତାର ପ୍ରଥମ ବୈଦ୍ୟୁତିକ କାର୍(Electric Car) ଲଞ୍ଚ କିରଛି। ଏହି କାରଟି ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ବେଳେ ଯାତ୍ରୀଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି। କାରର ଡିଜାଇନ୍ ୟୁନିକ ହୋଇଥିବା ବେଳେ ଏହା ଥରେ ଚାର୍ଜ ହେଲେ ୫୦୦ କିଲୋମିଟର ଚାଲିପାରିବ ବୋଲି ଦାବି କମ୍ପାନୀ ପକ୍ଷରୁ କରାଯାଇଛି। କେବଳ ଏତିକି ନୁହେଁ, ଏହି କାରଟି ମାତ୍ର ୪ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ବେଗ ପ୍ରଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ଦାବି କରିଛି। ଏହି କାରର ପ୍ରଥମ ଝଲକ ଲଞ୍ଚ ସମୟରେ ଦେଖିବାକୁ ମିଳିଛି। ଏହି କାରର ଉପର ଭାଗ(ଛାତ) ସମ୍ପୂର୍ଣ୍ଣ କାଚ ହୋଇଥିବା ବେଳେ ଏହା ନ୍ୟୁ ଇଣ୍ଡିଆକୁ ପରିଭାଷିତ କରିବ। ଏହି କାରଟି ସ୍ପୋର୍ଟ୍ସ ଡିଜାଇନରେ ହୋଇଛି। ଏଥିରେ ଆଡଭାନ୍ସ କମ୍ପ୍ୟୁଟର ରହିବ, ଯାହା ଫଳରେ ଅନ୍ୟ କାର ତୁଳନାରେ ଡ୍ରାଇଭିଂ ବହୁତ ଉନ୍ନତ ମାନର ହେବ। ଏହି କାରର ଡିଜାଇନ ଅତି ଚମତ୍କାର ହୋଇଥିବା ବେଳେ ଏହା ହ୍ୟାଣ୍ଡଲଲେସ୍ ଅଟେ।

ଏହି କାର ସହିତ ବୈଦ୍ୟୁତିକ କାର ବଜାରରେ କ୍ଷମତାକୁ ନେଇ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି କାରକୁ ଲଞ୍ଚ କରିବା ସହିତ କମ୍ପାନୀ ଦାବି କରିଛି ଯେ, ଏହି କାର ଥରେ ଚାର୍ଜରେ ୫୦୦ କିଲୋମିଟର ଚାଲିବ। ଯାହା ଭାରତରେ ଉପଲବ୍ଧ ଅନ୍ୟ ବୈଦ୍ୟୁତିକ କାର ତୁଳନାରେ ଅଧିକ କ୍ଷମତା ଯୁକ୍ତ।

ବୈଦ୍ୟୁତିକ ଯାନ କିଣିବା ପାଇଁ ଓଲାର ନିଜସ୍ୱ ଏକ ପ୍ଲାଟଫର୍ମ ମଧ୍ୟ ରହିଛି। ଏହି ୱେବସାଇଟର ନାମ ହେଉଛି olaelectric.com। ବର୍ତ୍ତମାନ ଏହି ୱେବସାଇଟରେ ଓଲାର କେବଳ ଇଲେକ୍ଟ୍ରିକ୍ ସ୍କୁଟର କିଣିବା ବ୍ୟବସ୍ଥା ରହିଛି। ଯେଉଁଠାରେ କମ୍ପାନୀ ସମସ୍ତ ପ୍ରକାର ସ୍କୁଟର, ସେଗୁଡିକର ମୂଲ୍ୟ, କିଲୋମିଟର ପରିସର ଚାର୍ଜ ପରେ ଗଡିବାର କ୍ଷମତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛି। ଆଶା କରାଯାଉଛି କାର ବିଷୟରେ ସମସ୍ତ ସୂଚନା ଖୁବଶୀଘ୍ର ଏହି ୱେବସାଇଟରେ ମଧ୍ୟ ଉପଲବ୍ଧ କରାଯିବ। ଏହି କୀର କିଣିବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ଅତି ସହଜରେ ଏହି ଓ୍ବେବସାଇଟରୁ କାର କିଣିରପାରିବେ।

ଓଲା ଏହି ବୈଦ୍ୟୁତିକ କାର ଲଞ୍ଚ କରିବା ପରେ, ଭାରତୀୟ ବଜାରର ଏହି ସେଗମେଣ୍ଟର କେତେକ ପ୍ରତଚିଷ୍ଠିତ କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଭରତରେ ଥିବା ପ୍ରତିଷ୍ଠିତ କମ୍ପାନୀ ଗୁଡିକ ହେଉଛି ଟାଟା ମୋଟର୍ସ ନେକ୍ସନ୍ ଇଭି, ଟିଗୋର୍ ଇଭି, MG ZS EV, ହୁଣ୍ଡାଇ କୋନା ପରି ଇଲେକ୍ଟ୍ରିକ୍ କାର ଅନ୍ତର୍ଭୁକ୍ତ ରହିଛି।

ଅଗଷ୍ଟ ୧୨ ତାରିଖରେ କମ୍ପାନୀର ସିଇଓ(CEO) ଭବିଶ ଅଗ୍ରୱାଲ ଏକ ଟୁଇଟ୍ କରିଥିଲେ। ସେଥିରେ ସେ ଲେଖିଥିଲେ, ଚଳଚିତ୍ର ଏବେ ବାକି ଅଛି ମୋର ବନ୍ଧୁମାନେ। ଅଗଷ୍ଟ ୧୫ରେ ଦ୍ବିପହର ୨ଟାରେ ଦେଖାହେବ। ଏହି ଟ୍ୱିଟରେ ଏକ କାରର ଲୁକ୍ ମଧ୍ୟ ରହିଥିଲା। ସେତେବେଳେ କେହି କଳପନା କରିନଥିଲେ ଯେ କମ୍ପାନୀ ଏପରି କିଛି କରିବାକୁ ଯୋଜନା କରୁଛି।