Gautam Adani: ଇତିହାସ ରଚିଲେ ଅଦାନୀ, ଖୁବ ଶୀଘ୍ର ହେବେ ବିଶ୍ଵର ଏକ ନମ୍ବର ଧନୀ!
Advertisement

Gautam Adani: ଇତିହାସ ରଚିଲେ ଅଦାନୀ, ଖୁବ ଶୀଘ୍ର ହେବେ ବିଶ୍ଵର ଏକ ନମ୍ବର ଧନୀ!

Gautam Adani Networth: ଏସିଆରେ ଏକ ନମ୍ବର ସ୍ଥାନରେ ଥିବା ଧନୀ ବ୍ୟକ୍ତି ଦିନେ ବିଶ୍ୱରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ତେବେ ଇତିହାସରେ କେବେ ଦେଖିବାକୁ ମିଳିନାହିଁ । ବର୍ତ୍ତମାନ ଅଦାନୀ ଗ୍ରୁପ ଏହି ବଡ଼ ସଫଳତା ହାସଲ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ସୌ: ସୋସିଆଲ ମିଡିଆ

Gautam Adani Networth: ବିଗତ ଦିନରେ ବିଶ୍ୱର ଲକ୍ଜରୀ ଫେସନ ବ୍ରାଣ୍ଡର ମାଲିକ ବର୍ଣ୍ଣଡ଼ ତୃତୀୟ ସ୍ଥାନରେ ଥିଲେ । ମାତ୍ର ଦୁଇ ବର୍ଷ ବ୍ୟବଧାନ ଭିତରେ ଯେଉଁଭଳି ଭାବେ ଅଦାନୀ ଗ୍ରୁପ ନିଜ ସେୟାର ଭାଲ୍ୟୁ ବଢ଼ାଇଛି ତାହା ମଧ୍ୟ ବିଶ୍ୱ ଇତିହାସରେ ବିରଳ । ଯଦି ଆମେ ଏହି ପ୍ରକ୍ରିୟାକୁ ବିଶ୍ୱର ପ୍ରତିଷ୍ଠିତ କମ୍ପାନୀ ଟେସଲା ସହିତ ତୁଳନା କରିବା, ତେବେ ଡାଟା ଅନୁସାରେ ଅଦାନୀର ଅଭିବୃଦ୍ଧିର ପ୍ରତିଶତ ଅଧିକ ଅଟେ । ଭାରତ ଇତିହାସରେ ଗୌତମ ଅଦାନୀଙ୍କ ଭଳି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଗକୁ ଯାଇଥିବାର ଦୁଷ୍ଟାନ୍ତ ପୂର୍ବରୁ ଦେଖିବାକୁ ମିଳିନାହିଁ । କାରଣ କୋଭିଡ ସମୟରେ ଅମ୍ବାନି କମ୍ପାନୀର ଅଭିବୃଦ୍ଧିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା, କାରଣ ବିଶ୍ୱରେ ନାମିଦାମୀ କମ୍ପାନୀ ଗୁଡିକ ଧରାଶାୟୀ ହୋଇଯାଉଥିବା ବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଗ୍ରୁପ ଏକ ନମ୍ବର ଶେହେନସା ହୋଇଯାଇଥିଲେ । ମାତ୍ର ଦୁଇବର୍ଷ ବ୍ୟବଧାନରେ ଅଦାନୀ ଗ୍ରୁପ ରାତିରାତି ଏମିତ କମାଲ କରିଦେବ, କେହି ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ତେବେ ଏହି ଅସମ୍ଭବ ପ୍ରକ୍ରିୟା କେମିତି ସମ୍ଭବ ହେଲା ଆସନ୍ତୁ ଆଲୋଚନା କରିବା...

ଯଦି ଆମେ ବିଶ୍ୱର ବର୍ତ୍ତମାନ ଟପ୍- ୩ ଧନୀ କମ୍ପାନୀ କଥାବାର୍ତ୍ତା କରିବା, ତେବେ ଏଲୋନ ମସ୍କଙ୍କ କମ୍ପାନୀ ଟେସଲା ୨୫୧ ବିଲିୟନ ଡଲାର ସହ ପ୍ରଥମ ସ୍ଥାନରେ ଓ ଅମଜାନ ମାଲିକ ଜେପ୍ ବେଜୋସ ୧୫୩  ବିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ, ୧୩୭ ବିଲିୟନ ଡଲାର ସହ ଗୌତମ ଅଦାନୀଙ୍କ ତୃତୀୟ ନମ୍ବରରେ ପହଞ୍ଚିଛନ୍ତି । ମୁଖ୍ୟ ପ୍ରସଙ୍ଗ ହେଉଛି ଯେଉଁଠାରେ ବିଶ୍ୱର ପ୍ରଥମ ଧନୀ ଏଲୋନ ମସ୍କଙ୍କ କମ୍ପାନୀର ମୂଲ୍ୟ ମୋଟ ୨୫୧ ବିଲିୟନ ଡଲାର ରହିଥିବା ବେଳେ, ଅଦାନୀଙ୍କର ମୋଟ ସମ୍ପତ୍ତି ୧୩୭ ବିଲିୟନ ଡଲାର ରହିଛି । ଏଠାରେ ପ୍ରଶ୍ନ ହେଉଛି ୭୦ ପ୍ରତିଶତ ଅଧିକ ଥିବା ବିଶ୍ୱର ଏକ ନମ୍ବର ଧନୀ ଏଲୋନ ମାସ୍କଙ୍କୁ ପଛରେ ପକାଇ ଗୌତମ ଅଦାନୀ ଏକ ନମ୍ବର ଧନୀ ହେବେ କେମିତି?

ଯଦି ବିଶ୍ୱ ଅର୍ଥନୀତି ବ୍ୟବସ୍ଥାକୁ ଦେଖାଯାଏ ତେବେ ଏଲୋନ ମାସ୍କଙ୍କ କମ୍ପାନୀ ଟେସଲା ମୂଲ୍ୟ ଅତି ଆଶ୍ଚର୍ଯ୍ୟଜନକ ଭାବରେ ହ୍ରାସ ପାଇଛି, ସେହି କ୍ଷେତ୍ରରେ ଗତ ଦୁଇବର୍ଷ ମଧ୍ୟରେ ଅଦାନୀ ଗ୍ରୁପର ମୂଲ୍ୟ ପାଖାପାଖି ୬ ଗୁଣ ବୃଦ୍ଧି ପାଇଛି । ଏହି ପ୍ରସଙ୍ଗରେ ଭାରତରେ ଥିବା ଶିଳ୍ପପତି ସହିତ ଅମ୍ବାନୀ ଗ୍ରୁପର ତୁଳନା ନିହାତି ହେବା ଆବଶ୍ୟକ । ଅନିଲ ଅମ୍ବାନୀ ଗ୍ରୁପ ରିଲାଏନ୍ସ ଯାହାର ନେଟ ମୂଲ୍ୟ ଦୁଇବର୍ଷ ତଳେ ୫୦ ବିଲିୟନ ଡଲାର ଥିବା ବେଳେ, ବର୍ତ୍ତମାନ ୬୨ ବିଲିୟନ ଡଲାରରେ ପହଞ୍ଚିଛି । ସମପରି ଗୌତମ ଅଦାନୀଙ୍କ କମ୍ପାନୀର ମୂଲ୍ୟ ୯୧ ବିଲିୟନ ଡଲାରରୁ ୧୩୭ ବିଲିୟନ ଡଲାର ହୋଇଛି । ଏହି ଅଭିବୃଦ୍ଧି ଗୌତମ ଅଦାନୀଙ୍କ ପାଇଁ କୌଣସି ଚମତ୍କାର ଠାରୁ କମ୍ ନୁହେଁ । ବର୍ତ୍ତମାନ ପରିସ୍ଥିତିରେ ନୂଆକରି ଅଦାନୀ ପୋର୍ଟ, ଅଦାନୀ ପାୱାର, ଅଦାନୀ ଗ୍ରୀନ, ଅଦାନୀ ସିମେଣ୍ଟ ଆଦି କମ୍ପାନୀର ସେୟାର ମୂଲ୍ୟ ମାର୍କେଟରେ 1 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ହୋଇଯାଇଛି । ଯାହାକି ସେୟାର ମାର୍କେଟ ନିବେଶକଙ୍କ ଆଖି ଖୋଲିଲା ବେଳକୁ କେବେଳ ଅଦାନୀ କମ୍ପାନୀ ହିଁ ଦେଖାଯାଉଛି ।

ଅଷ୍ଟ୍ରେଲିଆର କ୍ୟୁନ୍ସଲ୍ୟାଣ୍ଡ କାର୍ମିକାଲ ମାଇନ୍ସ ବିବାଦ ପରେ ଦାବି ଯାଇଥିବା ଅଦାନୀ ଗ୍ରୀନ ଏନର୍ଜିରେ ୭୦ ବିଲିୟନର ବୃଦ୍ଧି କରି ଆଲୋଚକ ମାନଙ୍କୁ ଏକ କଡା ଜବାବ ଦେଇଛି । ସୁତରାଂ ବର୍ତ୍ତମାନ ପରିସ୍ଥିତିରେ ଅମ୍ବୁଜା ଏସିସି ସିମେଣ୍ଟକୁ ନିଜ ଅଧୀନକୁ ନେବା ସହିତ ଏନ୍ଡ଼ିଟୀଭିର ସେୟାର କିଣିବା ଆଦି ବଡ଼ ବଡ଼ ପଦକ୍ଷେପ ଯୋଗୁଁ କମ୍ପାନୀର ସୁନାମ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତେଣୁ ରକେଟ ବେଗରେ ଗତି କରୁଥିବା ଅଦାନୀ ଗ୍ରୁପ ବିଶ୍ୱର ଖୁବ ଶୀଘ୍ର ଏକ ନମ୍ବର ହେବା କହିଲେ ଏଠାରେ ଅତ୍ୟୁକ୍ତି ହେବ ନାହିଁ ।