ଜାଣନ୍ତୁ କେଉଁ କାର୍ଡ ଅଧିକ ଲାଭଦାୟକ, ବିଏନପିଏଲ୍ ନା Credit Card
Advertisement
Article Detail0/zeeodisha/odisha1130963

ଜାଣନ୍ତୁ କେଉଁ କାର୍ଡ ଅଧିକ ଲାଭଦାୟକ, ବିଏନପିଏଲ୍ ନା Credit Card

ଡିଜିଟାଇଜେସନ୍ ସହିତ ପେମେଣ୍ଟର ତରିକା ମଧ୍ୟ ବଦଳିଛି । ଏହି କାରଣରୁ ବିଏନପିଏଲ୍ ଭଳି ନୂଆ ସେଗମେଣ୍ଟ ବଜାରରେ ପ୍ରବେଶ କରିଛି । ୟୁନି ଓ ସ୍ଲାଇସ୍ ପରି ଷ୍ଟାର୍ଟଅପ୍ ଗୁଡ଼ିକ କ୍ରେଡିଟ୍ କାର୍ଡ ଲାଇନରେ ବିଏନପିଏଲ୍ କାର୍ଡ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଉଭୟ କାର୍ଡରେ କିଛି ଫାଇଦା ଓ କିଛି କ୍ଷତି ମଧ୍ୟ ରହିଛି । 

 

ଜାଣନ୍ତୁ କେଉଁ କାର୍ଡ ଅଧିକ ଲାଭଦାୟକ, ବିଏନପିଏଲ୍ ନା Credit Card

ନୂଆଦିଲ୍ଲୀ: ଭାରତରେ କ୍ରେଡିଟ୍ କାର୍ଡର ଚାହିଦା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଅନଲାଇନ୍ ସପିଂ ହେଉ ଅବା କୌଣସି ଜିନିଷ କିଣିବାକୁ ଲୋକେ କ୍ରେଡିଟ୍ କାର୍ଡ ବ୍ୟବହାର କରିଥାନ୍ତି । ବିଗତ ୨ବର୍ଷ ହେବ କ୍ରେଡିଟ୍ କାର୍ଡର ଚାହିଦା ବହୁଳ ଭାବେ ବୃଦ୍ଧି ପାଇଛି । ତେବେ ଜାଣନ୍ତୁ ବିଏନପିଏଲ୍ କାର୍ଡ ଓ କ୍ରେଡିଟ୍ କାର୍ଡ ମଧ୍ୟରୁ କେଉଁ କାର୍ଡ ଆପଣଙ୍କ ପାଇଁ ଲାଭଦାୟକ...

ଡିଜିଟାଇଜେସନ୍ ସହିତ ପେମେଣ୍ଟର ତରିକା ମଧ୍ୟ ବଦଳିଛି । ଏହି କାରଣରୁ ବିଏନପିଏଲ୍ ଭଳି ନୂଆ ସେଗମେଣ୍ଟ ବଜାରରେ ପ୍ରବେଶ କରିଛି । ୟୁନି ଓ ସ୍ଲାଇସ୍ (Slice) ପରି ଷ୍ଟାର୍ଟଅପ୍ ଗୁଡ଼ିକ କ୍ରେଡିଟ୍ କାର୍ଡ ଲାଇନରେ ବିଏନପିଏଲ୍ କାର୍ଡ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଉଭୟ କାର୍ଡରେ କିଛି ଫାଇଦା ଓ କିଛି କ୍ଷତି ମଧ୍ୟ ରହିଛି । ଅତ୍ୟାବଶ୍ୟକ ସମୟରେ ନଗଦ ଟଙ୍କା ବିନା ଆପଣ କିଛି ଜିନିଷ କିଣି ପାରିବେ । ଏଥିରେ ମୁଖ୍ୟ ସମସ୍ୟା ହେଉଛି ଅତ୍ୟଧିକ କିଣାକିଣି ଆପଣଙ୍କ ବଜେଟ୍, ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ରହିଥାଏ । ଉଭୟ ପ୍ରକାରର କାର୍ଡର ଲାଭ ବିଷୟରେ ତୂଳନା କରିବା ଓ ସାଧାରଣ ଗ୍ରାହକଙ୍କ ପାଇଁ କେଉଁ କାର୍ଡ ଅଧିକ ଲାଭଦାୟକ ତାହା ବୁଝିବାକୁ ଚେଷ୍ଟା କରିବା।

କିପରି କାମ କରେ ବିଏନପିଏଲ୍ କାର୍ଡ ...
ପ୍ରଥମେ ଜାଣନ୍ତୁ ବିଏନପିଏଲ୍ କାର୍ଡ (BNPL Card) କିପରି କାମ କରେ ।  ୟୁନି ଓ ସ୍ଲାଇସ୍ ଇତ୍ୟାଦିର ବିଏନପିଏଲ୍ କାର୍ଡ ଗ୍ରାହକଙ୍କୁ ବକେୟା ବିଲ୍କୁ ପୈଠ କରିବାକୁ ୩ଟି କିସ୍ତି ପାଇଁ ଅନୁମତି ଦେଇଥାଏ । ଏଥିପାଇଁ ଆପଣଙ୍କୁ କୌଣସି ଅଲଗା ଚାର୍ଜ ଦେବାକୁ ପଡ଼ିନଥାଏ । ଆପଣ ଏହି କିସ୍ତିଗୁଡ଼ିକୁ ୩ ମାସ ମଧ୍ୟରେ ଦେଇପାରିବେ । ୟୁନି କାର୍ଡରେ ଆପଣଙ୍କୁ ପ୍ରତ୍ୟେକ ମାସ ଶେଷରେ ସର୍ବନିମ୍ନ ରାଶି ପୈଠ କରିବାକୁ ପଡ଼େ । ଅବଶିଷ୍ଟ ଦେୟକୁ ପରବର୍ତ୍ତୀ ମାସରେ ଦେବାକୁ ବିକଳ୍ପ ମିଳିଥାଏ।

ଏଥିପାଇଁ ଆପଣଙ୍କଠାରୁ ୩ରୁ ୪ ପ୍ରତିଶତ ହାରରେ କ୍ରେଡିଟ୍ କାର୍ଡ (Credit Card)ର ଫି' ନିଆଯାଇଥାଏ  । ସ୍ଲାଇସର ବିଏନପିଏଲ୍ କାର୍ଡରେ ଏହିପରି ସୁବିଧା ଉପଲବ୍ଧ ନଥାଏ । ଅନ୍ୟପଟେ, ଯେତେବେଳେ କ୍ରେଡିଟ୍ କାର୍ଡ କଥା ଆସେ, ସର୍ବନିମ୍ନ ଦେୟ ପ୍ରଦାନ କରିବା ମହଙ୍ଗା ହୋଇଥାଏ । ସେମାନଙ୍କ କ୍ଷେତ୍ରରେ, ସଂରକ୍ଷଣ ରାଶି ଉପରେ ଅଧିକ ସୁଧ ଦେବାକୁ ପଡ଼ିଥାଏ।

ରିୱାର୍ଡ ପଏଣ୍ଟ ଦୃଷ୍ଟିରୁ କ'ଣ ପାର୍ଥକ୍ୟ...
କ୍ରେଡିଟ୍ କାର୍ଡ ବ୍ୟବହାର କରିବାର ସବୁଠାରୁ ବଡ଼ ଲାଭ ହେଉଛି ରିୱାର୍ଡ ପଏଣ୍ଟ। କ୍ରେଡିଟ୍ କାର୍ଡର (CREDIT CARD) ସମସ୍ତ ଖର୍ଚ୍ଚ ଉପରେ ପୁରସ୍କାର ପଏଣ୍ଟ ମିଳିଥାଏ ।  ଯାହା ଜମା ହେବାରେ ଲାଗେ । ଏହି ପଏଣ୍ଟରେ ବିମାନ ଟିକେଟ୍ କିଣିବାଠାରୁ ଆରମ୍ଭ କରି ସପିଂ, ଉପହାର ଭାଉଚର କିମ୍ବା ହୋଟେଲ ବୁକିଂ କରାଯାଇପାରିବ । ବର୍ତ୍ତମାନ ଉପଲବ୍ଧ ବିଏନପିଏଲ୍ କାର୍ଡ ବିଷୟରେ କହିବାକୁ ଗଲେ, ୟୁନି କାର୍ଡରେ ମୋଟ ବାଲାନ୍ସ ଭରିବା ପାଇଁ ପ୍ରତ୍ୟେକ ମାସ ଶେଷରେ ୧ ପ୍ରତିଶତ କ୍ୟାସବ୍ୟାକ୍ ମିଳିଥାଏ । ସ୍ଲାଇସ୍ କାର୍ଡରେ ପୁରସ୍କାର ପଏଣ୍ଟ ଭାବରେ ଟଙ୍କା ଦିଆଯାଏ । ଆପଣ କାର୍ଡରେ ମିଳିଥିବା ଅର୍ଥ ଅଧିକ ଖର୍ଚ୍ଚ କଲେ ଆପଣଙ୍କ କାର୍ଡରେ ଅଧିକ ଟଙ୍କା ଜମା ହୋଇଥାଏ । ବର୍ତ୍ତମାନ କାର୍ଡରେ ଥିବା ଟଙ୍କାକୁ କ୍ୟାସବ୍ୟାକରେ ପରିଣତ କରାଯାଇପାରିବ । ଏହି ରୂପାନ୍ତରର ହାର ଅର୍ଥର ସଂଖ୍ୟା ଉପରେ ନିର୍ଭର କରେ । ଯଦି ଆପଣଙ୍କର ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଅଛି, ତେବେ ଆପଣ ଏହା ବଦଳରେ ୧ ପ୍ରତିଶତ କ୍ୟାସବ୍ୟାକ୍ ପାଇବେ । ଯଦି ସ୍ଲାଇସ୍ କାର୍ଡରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ଏଥିରେ ୧୦୦୦ ଟଙ୍କା ଯାଏ କ୍ୟାସବ୍ୟାକ୍ ମିଳିଥାଏ।

କେଉଁ କ୍ଷେତ୍ରରରେ କ୍ରେଡିଟ୍ କାର୍ଡ ଲାଭଦାୟକ...
କ୍ରେଡିଟ୍ କାର୍ଡ (CREDIT CARD) ଓ ବିଏନପିଏଲ୍ କାର୍ଡ ମଧ୍ୟରେ ଅନ୍ୟ କିଛି ପାର୍ଥକ୍ୟ ମଧ୍ୟ ଅଛି। ଉଦାହରଣ ସ୍ୱରୂପ, ଆପଣ ଭାରତ ବାହାରେ ଏହି କ୍ରେଡିଟ୍ କାର୍ଡକୁ ବ୍ୟବହାର କରିପାରିବେ । କିନ୍ତୁ କ୍ରେଡିଟ୍ କାର୍ଡ ତୁଳନାରେ ବିଏନପିଏଲ୍ କାର୍ଡରେ ଖର୍ଚ୍ଚ ଲିମିଟ୍ କମ୍ ମିଳିଥାଏ । କ୍ରେଡିଟ୍ କାର୍ଡ ସୀମା ସାଧାରଣତଃ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ସେହିପରି ବିଏନପିଏଲ କାର୍ଡର ସୀମା ୨ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ଆପଣଙ୍କର ବ୍ୟବହାର ଓ ଦେୟ ପେମେଣ୍ଟ ଅନୁଯାୟୀ ସୀମା ପରେ ବୃଦ୍ଧି ପାଇଥାଏ।

Also Read: ଯୁଦ୍ଧ ମଧ୍ୟରେ ଋଷରେ ବଢ଼ିଲା କଣ୍ଡୋମର ବିକ୍ରି, କାରଣ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍

Also Read: ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ଼ କ୍ଷତି