ଆଜିଠାରୁ ଏହି ସହର ଗୁଡିକରେ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ ପୂରା ଲିଷ୍ଟ
Advertisement

ଆଜିଠାରୁ ଏହି ସହର ଗୁଡିକରେ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ ପୂରା ଲିଷ୍ଟ

Bank Holidays: ରକ୍ଷାବନ୍ଧନ ଓ ସ୍ୱାଧୀନତା ଦିବସ ଭଳି ପର୍ବ ଯୋଗୁଁ ଏହି ସପ୍ତାହରେ ବିଭିନ୍ନ ସହରରେ ୬ ଦିନ ପର୍ଯ୍ୟନ୍ତ କୌଣସି କାମ ହେବ ନାହିଁ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ନିଶ୍ଚିତ ଭାବରେ ବ୍ୟାଙ୍କ ଛୁଟି ଲିଷ୍ଟ ଚେକ୍ କରି ନିଅନ୍ତୁ ।

ସାଙ୍କେତିକ ଫଟୋ

Bank Holidays: ଅଗଷ୍ଟ ମାସରେ ଅନେକ ଛୁଟିଦିନ (Bank Holidays) ରହିଥାଏ, ଏହି ମାସରେ ବିଭିନ୍ନ ପର୍ବ ଯୋଗୁଁ ଅନେକ ବ୍ୟାଙ୍କ ବନ୍ଦ ରହିଥାଏ । ଆଜିଠାରୁ ରକ୍ଷାବନ୍ଧନ (Raksha Bandhan), ସ୍ୱାଧୀନତା ଦିବସ (Independence Day) ଭଳି ପର୍ବ ଯୋଗୁଁ ଏହି ସପ୍ତାହରେ ବିଭିନ୍ନ ସହରରେ ୬ ଦିନ ପର୍ଯ୍ୟନ୍ତ କୌଣସି କାମ ହେବ ନାହିଁ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ନିଶ୍ଚିତ ଭାବରେ ଚେକ୍ କରନ୍ତୁ ଯେ ସେହି ଦିନ ଆପଣଙ୍କର ନିକଟତମ ବ୍ୟାଙ୍କ ବନ୍ଦ ଅଛି କି ଖୋଲା ଅଛି?

ଜାଣନ୍ତୁ କେବେ ଓ କେଉଁଠାରେ ବନ୍ଦ ରହିବ ବ୍ୟାଙ୍କ?

ଅଗଷ୍ଟ ୧୧: ରକ୍ଷାବନ୍ଧନ

ଅଗଷ୍ଟ ୧୧ ରେ ଅହମ୍ମଦାବାଦ, ଭୋପାଳ, ଡେରାଡୁନ, ଜୟପୁର, ଶିମଲାରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।

ଅଗଷ୍ଟ ୧୨: ରକ୍ଷାବନ୍ଧନ

ଏହି ବର୍ଷ ରକ୍ଷାବନ୍ଧନ ଦୁଇ ଦିନ ଧରି ପାଳନ କରାଯାଉଛି । ଅଗଷ୍ଟ ୧୧ ଅନେକ ସହରରେ ଛୁଟିଦିନ ଓ ଅନେକ ସହରରେ ଅଗଷ୍ଟ ୧୨ ରେ ବ୍ୟାଙ୍କ ବନ୍ଦ ରହିବ । ଅଗଷ୍ଟ ୧୨ ରେ କାନପୁର ଓ ଲକ୍ଷ୍ନୌରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଅଗଷ୍ଟ ୧୩: Patriot's Day 

ଇମ୍ଫାଲରେ ଅଗଷ୍ଟ ୧୩ ରେ ଛୁଟିଦିନ ରହିବ । ଦ୍ୱିତୀୟ ଶନିବାର ଯୋଗୁଁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ବ୍ୟାଙ୍କ ଖୋଲିବ ନାହିଁ ।

ଅଗଷ୍ଟ ୧୪: ରବିବାର 

ରବିବାର ଦିନ ସାପ୍ତାହିକ ଛୁଟି ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ଅଗଷ୍ଟ ୧୫: ସ୍ୱାଧୀନତା ଦିବସ

୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ଯୋଗୁଁ ବ୍ୟାଙ୍କରେ କୌଣସି ବ୍ୟବସାୟିକ କାମ ହେବ ନାହିଁ ।

ଅଗଷ୍ଟ ୧୬: ପାର୍ସୀ ନୂଆ ବର୍ଷ

ପାର୍ସୀ ନୂଆ ବର୍ଷ ଯୋଗୁଁ ଏହି ଦିନ ବେଲାପୁର, ମୁମ୍ବାଇ ଓ ନାଗପୁରର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହା ପରେ ବ୍ୟାଙ୍କ ଅଗଷ୍ଟ ୧୭, ୧୮ ଓ ୧୯ ରେ କାମକାର୍ଯ୍ୟ ବନ୍ଦ ରହିବ ।

ଅଗଷ୍ଟରେ ଅନ୍ୟ ଛୁଟିଦିନ
ଅଗଷ୍ଟ ୧୯ - ଜନ୍ମାଷ୍ଟମୀ - ଅହମ୍ମଦାବାଦ, ଚଣ୍ଡିଗଡ଼, ଚେନ୍ନାଇ, ଗାଙ୍ଗଟୋକ, ଜୟପୁର, ଜାମ୍ମୁ, ପାଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ ଓ ଶିମଲାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
ଅଗଷ୍ଟ ୨୦ - ଶ୍ରୀକୃଷ୍ଣ ଅଷ୍ଟମୀ - ହାଇଦ୍ରାବାଦରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ଅଗଷ୍ଟ ୨୧ - ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୮ - ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୯ - ଶ୍ରୀମନ୍ତ ସଙ୍କର ଦେବଙ୍କ ତିଥି ଯୋଗୁଁ ଗୁଆହାଟିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ଅଗଷ୍ଟ ୩୧ - ଗଣେଶ ଚତୃର୍ଥୀ ଯୋଗୁଁ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଏହା ବି ପଢ଼ନ୍ତୁ: SCO Meet: ଶୀଘ୍ର ଏକାଠି ନଜର ଆସିବେ ପିଏମ ମୋଦି-ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ

ଏହା ବି ପଢ଼ନ୍ତୁ: ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ ଲଗାଇବା, ଅବମାନନା କଲେ ଦେବାକୁ ହେବ ଜରିମାନା