ରାଜ୍ୟରେ ସ୍ଥିତି ଗମ୍ଭୀର: ଉବୁଟୁବୁ ହେଲାଣୀ ବୌଦ୍ଧ, ଯାଜପୁର
Advertisement
Article Detail0/zeeodisha/odisha1303328

ରାଜ୍ୟରେ ସ୍ଥିତି ଗମ୍ଭୀର: ଉବୁଟୁବୁ ହେଲାଣୀ ବୌଦ୍ଧ, ଯାଜପୁର

ବନ୍ୟା ଜଳ ପ୍ରବାହିତ ହେବା କାରଣରୁ ବୌଦ୍ଧ ହରଭଙ୍ଗା କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନ୍ୟପଟେ ହରଭଙ୍ଗା ବ୍ଲକ ର ୪୦ ରୁ ଉର୍ଦ୍ଧ ଗା ଏବେ ବନ୍ୟା ପାଣି ଘେରରେ ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନଥିବା ଜନାପଡିଛି ।

ପ୍ରତିକାତ୍ମକ ଫଟୋ

ବୌଦ୍ଧ: ଲଗାଣ ଲଘୁଚାପ (Low Presure) ଜନିତ ବର୍ଷା ସାଂଗକୁ ହୀରାକୁଦ ଜଳ ଭଣ୍ଡାରରୁ (Hirakud dam) ବନ୍ୟା ଜଳ (Flood Water) ନିଷ୍କାସିତ ହେବା ଫଳରେ ମହାନଦୀ (Mahanadi) ରେ ଦେଖାଦେଇଛି ବଡ ବନ୍ୟା (Flood Situation)। ବୌଦ୍ଧ (Boudh) ଜିଲ୍ଲା ସଦର ମହକୁମାର ଅନେକ ଅଞ୍ଚଳ ଯଥା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ,ସେଣ୍ଟ୍ରାଲ ସ୍କୁଲ, ପୋଲିସ କ୍ୟାଣ୍ଟିନ, ରେଭିନ୍ୟୁ କଲୋନୀ, ମାଳିସାହି, ଆଦି ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ । 

ସେହିପରି ବୌଦ୍ଧ ଜଗନ୍ନାଥ ସଡ଼କ ର ୮ ରୁ ଅଧିକ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହେବା କାରଣରୁ ବୌଦ୍ଧ ହରଭଙ୍ଗା କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନ୍ୟପଟେ ହରଭଙ୍ଗା ବ୍ଲକ ର ୪୦ ରୁ ଉର୍ଦ୍ଧ ଗା ଏବେ ବନ୍ୟା ପାଣି ଘେରରେ ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନଥିବା ଜନାପଡିଛି ।

ସେହିପରି ଯାଜପୁର ଜିଲ୍ଲା ରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଖୁଆପଦା, ବଲ୍ଲଭିଘାଟ,ଦଶରଥପୁର ରେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ବ୍ଲକ ଏବଂ ଦଶରଥପୁର ବ୍ଲକ ର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ବିଶେଷକରି ଦଶରଥପୁର ରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେବା ଫଳରେ କେତେକ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି। 

କଣ୍ଟାପଡା ଠାରେ ଗତ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଚଳିତ ବର୍ଷ ମରାମତି ହୋଇନଥିବାରୁ ସେହି ଘାଇ ବାଟେ ବନ୍ୟା ଜଳ ଯାଇ ବ୍ୟାପକ ଚାଷ ଜମି ଜଳ ମଗ୍ନ ହୋଇଛି। ସେପଟେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ଜିଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଜିଲାପାଳ ଦଶରଥପୁର ବ୍ଲକର ବିଭିନ୍ନ ତଳିଆ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବନ୍ୟା ର ମୁକାବିଲା ପାଇଁ ବିଭିନ୍ନ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଙ୍କ ଗସ୍ତ ସମୟ ରେ ଦଶରଥପୁର ବିଡ଼ିଓ ଶ୍ୱେତା ସ୍ନିଗ୍ଧା, ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲିକ, ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ପ୍ରମୁଖ ସାମିଲ ଥିଲେ।

ସୂଚନାଯୋଗ୍ୟ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଝାଡ଼ଖଣ୍ଡ ଅଞ୍ଚଳ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି । ସକ୍ରିୟ ଅବପାତ ଘଣ୍ଟା ପ୍ରତି ୩୪ କିମି ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର-ଆଭ୍ୟନ୍ତରୀଣ ଓଡିଶା, ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । 

ଏହା ଝାରସୁଗୁଡା ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖା ପାଖି ୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି । ଅବପାତ ପ୍ରଭାବରେ ଆଜି ସକାଳ ୮.୩୦ ଯାଏଁ  ୧୨ ଜିଲ୍ଲାକୁ ରେଡ ଓ ୧୮ ଜିଲ୍ଲାକୁ ଅରେଞ୍ଜ ଚେତାବନୀ ଜାରି କରିଛି କେନ୍ଦ୍ର । ଯାହାର ପ୍ରଭାବ ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେହିପରି ଯେଉଁସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି, ସେଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଲ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।