Bhagawan dada death anniversary:ସୁଟିଂ ସେଟରେ ନୋଟ୍ ବର୍ଷା କରାଉଥିବା ଅଭିନେତାଙ୍କ ଶେଷ ଜୀବନ ଏମିତି ବିତିଥିଲା
Advertisement
Article Detail0/zeeodisha/odisha2094352

Bhagawan dada death anniversary:ସୁଟିଂ ସେଟରେ ନୋଟ୍ ବର୍ଷା କରାଉଥିବା ଅଭିନେତାଙ୍କ ଶେଷ ଜୀବନ ଏମିତି ବିତିଥିଲା

ଆଜି ଅର୍ଥାତ୍ ଫେବ୍ରୁଆରି ୪ ତାରିଖ ହେଉଛି ହିନ୍ଦୀ ସିନେମାରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଭଗବାନ ଦାଦାଙ୍କ ଶ୍ରାଦ୍ଧ ବାର୍ଷିକୀ। ତାଙ୍କ କମେଡି ଏବଂ ଡ୍ୟାନ୍ସ ଷ୍ଟାଇଲର ଲୋକମାନେ ଏବେ ବି ପାଗଳ । ଭଗବାନ ଦାଦା ଙ୍କୁ ଇଣ୍ଡଷ୍ଟ୍ରିର ପ୍ରଥମ ଆକ୍ସନ ଏବଂ ଡ୍ୟାନ୍ସ ଷ୍ଟାର ଭାବରେ ଗଣାଯାଏ। ୧୯୧୩ ମସିହା ଅଗଷ୍ଟ ପହିଲାରେ ଜନ୍ମଗ

SOCIAL MEDIA

Bhagawan dada death anniversary:

ଆଜି ଅର୍ଥାତ୍ ଫେବ୍ରୁଆରି ୪ ତାରିଖ ହେଉଛି ହିନ୍ଦୀ ସିନେମାରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଭଗବାନ ଦାଦାଙ୍କ ଶ୍ରାଦ୍ଧ ବାର୍ଷିକୀ। ତାଙ୍କ କମେଡି ଏବଂ ଡ୍ୟାନ୍ସ ଷ୍ଟାଇଲର ଲୋକମାନେ ଏବେ ବି ପାଗଳ । ଭଗବାନ ଦାଦା ଙ୍କୁ ଇଣ୍ଡଷ୍ଟ୍ରିର ପ୍ରଥମ ଆକ୍ସନ ଏବଂ ଡ୍ୟାନ୍ସ ଷ୍ଟାର ଭାବରେ ଗଣାଯାଏ। ୧୯୧୩ ମସିହା ଅଗଷ୍ଟ ପହିଲାରେ ଜନ୍ମଗ୍ରହଣ କରିଥିବା ଭଗବାନ ଦାଦା ୨୦୦୨ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ, କିନ୍ତୁ ତାଙ୍କ ସ୍ମୃତି ଆଜି ବି ସିନେମାପ୍ରେମୀଙ୍କ ମନ ଭିତରେ ରହିଛି। ଏହି ଅବସରରେ ଜାଣନ୍ତୁ ତାଙ୍କ ଜୀବନର  କିଛି ରୋଚକ କଥା ।

ଭଗବାନ ଦାଦାଙ୍କ ପ୍ରାରମ୍ଭିକ ଜୀବନ ବେଶ  ସଂଘର୍ଷପୂର୍ଣ୍ଣ ଥିଲା। ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ଥିଲା, କିନ୍ତୁ ଏହି ସମୟରେ ତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା । ଭଗବାନ ଦାଦାଙ୍କ ବାପା ଏକ ଟେକ୍ସଟାଇଲ ମିଲରେ କାମ କରୁଥିଲେ। ବାପାଙ୍କୁ ସାହାଯ୍ୟ କରିବା ପାଇଁ ସେ ଶ୍ରମିକ ଭାବେ ମଧ୍ୟ କାମ କରୁଥିଲେ। ଏସବୁ ଭିତରେ ବି ସେ ନିଜ ପ୍ରଥମ ପ୍ରେମ ଅର୍ଥାତ୍ ଅଭିନୟକୁ ଭୁଲି ନଥିଲେ।

ଭଗବାନ ଦାଦାଙ୍କ ପ୍ରଥମ ସିନେମା

ଭଗବାନ ଦାଦାଙ୍କ ଡେବ୍ୟୁ ଫିଲ୍ମ ଥିଲା 'କ୍ରିମିନାଲ'। ଭଗବାନ ଦାଦାଙ୍କ କ୍ୟାରିୟର ଆରମ୍ଭର କାଳ ଥିଲା ସାଇଲେଣ୍ଟ୍ ଫିଲ୍ମ ନୀରବ ସିନେମାର ଯୁଗ। ଯେଉଁଥିରେ ଅଭିନେତା ସଂଳାପ କହୁନଥିଲେ। ତେଣୁ କ୍ରିମିନାଲ ମଧ୍ୟ ନୀରବ ଫିଲ୍ମ ଥିଲା । ଭଗବାନ ଦାଦାଙ୍କ 'ହିମ୍ମତ-ଏ-ମର୍ଦା' ଥିଲା ତାଙ୍କର ପ୍ରଥମ ସାବାକ୍ ବା କଥାକୁହା ଚିତ୍ର । ଏହି ଚଳଚ୍ଚିତ୍ରଟି ୧୯୩୪ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ପରେ ଭଗବାନ ଦାଦା ପ୍ରସିଦ୍ଧ ହୋଇଯାଇଥିଲେ ଏବଂ ସେ ଏକାଧିକ ଚଳଚ୍ଚିତ୍ର କରିଥିଲେ ।

ଭଗବାନ ଦାଦା ପାଖରେ ସବୁଥିଲା

ଫିଲ୍ମ ଯାତ୍ରାରେ ଭଗବାନ ଦାଦା ବହୁତ ଧନ ଓ ଖ୍ୟାତି ଅର୍ଜନ କରିଥିଲେ । କାମକୁ ନେଇ ସେ ବହୁତ ଗମ୍ଭୀର ଥିଲେ । ଏକ ଫିଲ୍ମର ଦୃଶ୍ୟକୁ ବାସ୍ତବ ରୂପ ଦେବା ପାଇଁ ସେ ସତସତିକା  ନୋଟ୍ ର ବର୍ଷା କରାଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମର ପ୍ରଯୋଜକ ଥିଲେ ନିଜେ ଭଗବାନ ଦାଦା । କାର ମଧ୍ୟ ଥିଲା ତାଙ୍କ ପସନ୍ଦ। ତେଣୁ ତାଙ୍କ ଗ୍ୟାରେଜରେ ଗୋଟିଏ ପରେ ଗୋଟିଏ ଦାମୀ କାର ଶୋଭା ପାଉଥିଲା।

ଏମିତି କଟିଥିଲା ଶେଷ ଦିନ

ଯେମିତି କଥାରେ ଅଛି,ଭାଗ୍ୟ କେତେବେଳେ କଡ଼ ଲେଉଟାଇବ କେହି ଜାଣନ୍ତି ନାହିଁ। ଭାଗ୍ୟ ଜଣଙ୍କୁ କୋଟିପତି କରେ ତ ଜଣକୁ କୋଟିପତିରୁ ଭିକାରୀ। ଭଗବାନ ଦାଦାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଗୋଟିଏ ପରେ ଗୋଟିଏ ତାଙ୍କ ଫିଲ୍ମ ଫ୍ଲପ୍ ହେବାକୁ ଲାଗିଥିଲା । ଥରେ ପରିସ୍ଥିତି ଏତେ ଖରାପ ହେଲା ଯେ ତାଙ୍କୁ ତାଙ୍କ ଜୁହୁ ବଙ୍ଗଳା କୁ ବିକ୍ରି କରିବାକୁ ପଡିଲା । ସମୟକ୍ରମେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ଶେଷ ଜୀବନରେ ତାଙ୍କୁ ଚାଳରେ ସମୟ ବିତାଇବାକୁ ପଡ଼ିଥିଲା