Trending Photos
Black cobra venum price:
ନୋଏଡା ରେଭ୍ ପାର୍ଟିରେ ଏଲଭିସ୍ ଯାଦବଙ୍କ ନାମ ଆସିବା ପରେ ଦେଶ ପଡ଼ୁଛି ଉଠୁଛି । ଅଭିଯୋଗ ହେଉଛି ଯେ, ଏଲଭିସ୍ ରେଭ୍ ପାର୍ଟି ଆୟୋଜନ କରୁଥିଲେ । ଯେଉଁଠାରେ ଯୁବକଯୁବତୀ ସାପ କାମୁଡା ଖାଇ ନିଶା ନେଉଥିଲେ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ସାପ ବିଷ କେତେ ଟଙ୍କାର ବିକ୍ରି ହେଉଥିବ ? କେବଳ କ’ଣ ସାପ ବିଷକୁ ଡ୍ରଗ୍ସ ଭାବେ ବ୍ୟବହାର କରାଯାଉଛି କି ? ଆସନ୍ତୁ ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ଜାଣିବା ।
ଏକ ଲିଟର ୨୪ କୋଟି ଟଙ୍କା !
୧୭ ଫେବୃଆରୀ ୨୦୨୧ରେ ହିନ୍ଦୁସ୍ତାନ ଟାଇମ୍ସ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସଏଫ) ବାଂଲାଦେଶ ସୀମାରେ ପ୍ରାୟ ୧.୮୧ ଲିଟର ନାଗ ସାପ ବିଷ ଜବତ କରିଥିଲା। ପ୍ରାୟ ତିନି ବର୍ଷ ପୂର୍ବେ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୨୪ କୋଟି ଟଙ୍କା ଥିଲା। ବାସ୍ତବରେ, ସାପ ବିଷ ଅତ୍ୟନ୍ତ ଉପଯୋଗୀ । ପ୍ରାୟ ସବୁ ପ୍ରକାରର ଔଷଧ ଏଥିରୁ ପ୍ରସ୍ତୁତ ହୋଇଥାଏ ।ସାପ ବିଷକୁ ଜୀବନ ରକ୍ଷାକାରୀ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ,ଯେମିତି କର୍କଟ ରୋଗୀଙ୍କୁ ନାଗ ସାପ ବିଷରୁ ତିଆରି ଇଞ୍ଜେକ୍ସନ ମଧ୍ୟ ଦିଆଯାଏ । ବାସ୍ତବରେ ଦେଖିବାକୁ ଗଲେ ସବୁ ଡ୍ରଗ୍ସ ହେଉଛି ଔଷଧ କିନ୍ତୁ ଯେତେବେଳେ ଏହାକୁ ରୋଗ ନିବାରଣ ବଦଳରେ ନିଶା ପାଇଁ ବ୍ୟବହାର କରାଯାଏ ସେତେବେଳେ ତାହା ଡ୍ରଗସ୍ ପାଲଟି ଯାଏ ।
ଭାରତୀୟ ନାଗ ସବୁଠାରୁ ବିପଜ୍ଜନକ!
ଏ ଟୁ ଜେ ପ୍ରାଣୀ ୱେବସାଇଟ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ମିଳିଥିବା ନାଗ ସାପ ହେଉଛି ଦୁନିଆର ସବୁଠାରୁ ବିଷାକ୍ତ ସରୀସୃପ ମଧ୍ୟରୁ ଅନ୍ୟତମ। ଏକ ସୁସ୍ଥ ବୟସ୍କ ନାଗ ସାପ ୬୨୦ ମିଲିଗ୍ରାମ୍ ପର୍ଯ୍ୟନ୍ତ ବିଷ ଧାରଣ କରିଥାଏ । ଯେତେବେଳେ ଏହା କୌଣସି ବ୍ୟକ୍ତିଙ୍କୁ କାମୁଡ଼େ, ଏହା ବହୁ ପରିମାଣର ବିଷ ଛାଡିଥାଏ । ଅବଶ୍ୟ, ସାଧାରଣ ନାଗ ସାପଠାରେ ବିଷର ପରିମାଣ ୧୭୦ ରୁ୨୫୦ ମିଗ୍ରା ମଧ୍ୟରେ ଥାଏ,ତେବେ ମଣିଷକୁ ମାରିବା ପାଇଁ ୨୦ ରୁ ୨୫ ମିଲିଗ୍ରାମ ବିଷ ଯଥେଷ୍ଟ ହୋଇଥାଏ ।
ଗ୍ରାମ ପିଛା 5 ଲକ୍ଷ ଟଙ୍କା!
ଦୁନିଆରେ ଡ୍ରଗ୍ କାରବାରରେ ନାଗ ସାପ ବିଷର ବହୁତ ଚାହିଦା ଅଛି । ଏକ ରିପୋର୍ଟ ଅନୁଯାୟୀ, ଏହି ବିଷ ଚାରିରୁ ପାଞ୍ଚ ହଜାର ଡଲାର ଅର୍ଥାତ୍ ମିଲିଗ୍ରାମ ପିଛା ପ୍ରାୟ ଚାରି ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୁଏ। ବର୍ତ୍ତମାନ ଆପଣ ନିଜେ ଅନୁମାନ କରିପାରୁଥିବେ ଯେ ନୋଏଡାର ରେଭ୍ ପାର୍ଟୀରେ ମିଳୁଥିବା 'ସାପ କାମୁଡ଼ା ନିଶା' ମାମଲାରେ କେତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ସେହି ହିସାବ ଅନୁଯାୟୀ, ଗୋଟିଏ ସାପଠାରେ 20 କୋଟି ଟଙ୍କାର ବିଷ ରହିଛି।
ଏହି ବିଛାର ବିଷ ସବୁଠାରୁ ମହଙ୍ଗା ଅଟେ
ଯଦିଓ ପୃଥିବୀରେ ଶହ ଶହ ପ୍ରଜାତିର ସାପ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବିଷ ଅତ୍ୟନ୍ତ ବିପଜ୍ଜନକ ଅଟେ । ତେବେ ସବୁଠାରୁ ମହଙ୍ଗା ବିଷ ସାପ ବିଷ ନୁହେଁ । ବିଛା ବଷ ସବୁଠାରୁ ମହଙ୍ଗା । ଆଉ ଏହି ବିଛା ରୁହେ ମରୁଭୂମିରେ । ଯାହାର ନାମ ହେଉଛି ‘ଡେଥ୍ ଷ୍ଟଲକର ସ୍କର୍ପିଓନ୍’ । ଏହି ବିଛା ବିଷର ଗୋଟିଏ ଗ୍ୟାଲନ୍ ମୂଲ୍ୟ 39 ମିଲିୟନ୍ ଡଲାର । ଗୋଟିଏ ଗ୍ୟାଲନରେ 3.7 ଲିଟର ଧରିଥାଏ । ଯଦି ଆପଣ ଡଲାରକୁ ଟଙ୍କାରେ ରୂପାନ୍ତର କରିବେ, ତେବେ ଭାରତୀୟ ମୁଦ୍ରାରେ ଏହି ବିଛାର ଏକ ଗ୍ରାମ ବିଷର ମୂଲ୍ୟ ହେଉଛି ୮ ଲକ୍ଷ ୩୩ ହଜାର ଟଙ୍କା ।