ତାପମାତ୍ରା କମିବ, ସ୍କୁଲ ଖୋଲିବ
Advertisement
Article Detail0/zeeodisha/odisha1167472

ତାପମାତ୍ରା କମିବ, ସ୍କୁଲ ଖୋଲିବ

ମୁଖ୍ୟ କଥା ହେଲା ଯେଉଁ କାରଣ ଯୋଗୁଁ ସ୍କୁଲ ଗୁଡିକୁ ଛୁଟି ଦିଆଯାଇଛି ସେଥିରୁ ମୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ଲୋକେ ପ୍ରଚଣ୍ଡ ଖରାରେ ସିଝୁଛନ୍ତି। ଅତ୍ୟନ୍ତ ଗରମ ଯୋଗୁ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି।

ତାପମାତ୍ରା କମିବ, ସ୍କୁଲ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ଲହରୀରୁ ମିଳିବ ଆଶ୍ୱସ୍ତି। ରାଜ୍ୟବାସୀ ଗରମରେ ଛଟପଟ ହେଉଥିବା ବେଳେ ଶୀଘ୍ର ତାତିରେ ବ୍ରେକ ଲାଗିବାକୁ ଯାଉଛି। ଏହା ବେଶି ଦିନ ନୁହେଁ ମେ ପ୍ରଥମ ସପ୍ତାହରୁ ତାପମାତ୍ରା ଖସିବା ଆରମ୍ଭ ହେବ। ଏହାର ମୁଖ୍ୟ କାରଣ ହେଲା ଖୁବ ଶୀଘ୍ର ରାଜ୍ୟରେ ହେବାକୁ ଯାଉଛି କାଳବୈଶାଖୀ। ଯାହାର ସୂଚନା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

ମୁଖ୍ୟ କଥା ହେଲା ଯେଉଁ କାରଣ ଯୋଗୁଁ ସ୍କୁଲ ଗୁଡିକୁ ଛୁଟି ଦିଆଯାଇଛି ସେଥିରୁ ମୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ଲୋକେ ପ୍ରଚଣ୍ଡ ଖରାରେ ସିଝୁଛନ୍ତି। ଅତ୍ୟନ୍ତ ଗରମ ଯୋଗୁ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି। ଏପରିକି ଏ ଯାଏ କାଳବୈଶାଖୀ ନ ହେବା ଯୋଗୁ ଆଦୌ ଥଣ୍ଡା ଅନୁଭୂତ ହେଉ ନାହିଁ। ତେଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ (Metrological Department) କେନ୍ଦ୍ରର ଏହି ଆକଳନ ପରେ ଲୋକେ କିଛିଟା ଆସ୍ୱସ୍ତି ଅନୁଭବ କରିବା ଆରମ୍ଭ କରିଛନ୍ତି। 

ଆଜିର ଯେଉଁ ରିପୋର୍ଟ ଆସିଛି ସେହି ଅନୁଯାୟୀ ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ 40.8, କେନ୍ଦୁଝରରେ 40.4, ସମ୍ବଲପୁର ରେ 39.6, ହୀରାକୁଦରେ 38.4 ଡିଗ୍ରୀ ତାପମାତ୍ରା ରେକର୍ଡ (Temperatures Record) କରାଯାଇଛି। କିନ୍ତୁ ସବୁଠାରୁ ବଡ଼ କଥା ହେଲା ଆଜିର ଶିକ୍ଷା ମନ୍ତ୍ରୀଙ୍କ ବୟାନରୁ ଜଣାପଡିଛି ଯେ ସ୍ୱାସ୍ଥ୍ୟ ବିଭାଗ ଆଗାମୀ ଦିନର ତାପମାତ୍ରାକୁ ନେଇ ସ୍କୁଲ ଖୋଲିବା ଏବଂ ବନ୍ଦ ରହିବା ଉପରେ ବଡ଼ ବୟାନ ଦେଇଛନ୍ତି। ଶିକ୍ଷା ମନ୍ତ୍ରୀଙ୍କ (Education Minister) ବୟାନ ଅନୁଯାୟୀ ଯଦି ତାପମାତ୍ରା କମିଯାଏ ତେବେ ସ୍କୁଲ ଖୋଲିବା ନେଇ କୌଣସି ବାଧା ସୃଷ୍ଟି ନ ହୋଇପାରେ । 

କୋରୋନା କାଳଠୁ (Corona) ନେଇ ଆଜି ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷା ବ୍ୟବସ୍ଥା ଅଭିଭାବକ ଏବଂ ଶିକ୍ଷାର୍ଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଆଜିର ଏହି ଖବର ଆସିବା ପରେ ତାହା ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି। ଅନ୍ୟପକ୍ଷରେ ଅଂଶୁଘାତର ସମ୍ଭାବନାକୁ ଆଖି ଆଗରେ ରଖି ବିଭିନ୍ନ ନିର୍ମାଣ କାର୍ଯ୍ୟଠୁ ଆରମ୍ଭ କରି ଶ୍ରମିକମାନଙ୍କର ହିତକୁ ନଜରରେ ରଖି ସରକାର କଟକଣା ଜାରି କରିଥିଲେ। ଯାହାକି ଏଥିରେ ଦିନ ମଜୁରିଆ ଭାବେ କାମ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଏମାନଙ୍କର ସମସ୍ୟା ମଧ୍ୟ କୋରୋନା କାଳ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ନ ଥିବା ବେଳେ ରୌଦ୍ରତାପ (Heat Wave) କମିବା ସମ୍ଭାବନା ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଅନ୍ୟପକ୍ଷରେ ଘଣ୍ଟାକୁ ଘଣ୍ଟା ବିଜୁଳି କାଟର ସମସ୍ୟା ମଧ୍ୟ ରାଜ୍ୟବାସୀଙ୍କୁ ଡହଳ ବିକଳ କରିଦେଇଥିବାବେଳେ ଏ ଖବରରେ ମଧ୍ୟ ସେମାନଙ୍କୁ ଆଶ୍ୱସ୍ତି ଦେଇଛି। ଗତ ୧୫ ଦିନ ଧରି ବିଜୁଳିର ଅନିୟମିତତାକୁ ନେଇ ସରକାରଙ୍କ ପାରିବା ପଣିଆ ଉପରେ ଲୋକେ ପ୍ରଶ୍ନ ଉଠାଇଥିଲେ। କାଳବୈଶାଖୀର ଖବର ଉଭୟ ଲୋକମାନଙ୍କ ସମେତ ସରକାର ପାଇଁ ମଧ୍ୟ ଆଶ୍ୱସ୍ତି ଆଣିଦେଇଛି। ଏ ପରିପ୍ରେକ୍ଷୀରେ ସେହି କାଳବୈଶାଖୀକୁ ଅପେକ୍ଷା। କେବେ ମିଳିବ ମୁକ୍ତି।

Also Read: ବର୍ଷକରେ ଗୋଟିଏ ମାସ ମିଳିଥାଏ ଏହି ଶାଗ, କିଏ କହିବ ଏହାର ନାମ କ'ଣ?

Also Read: ରାଜଧାନୀରେ ଚାଞ୍ଚଲ୍ୟ, ପ୍ରଥମେ ଶିଶୁକୁ ମାରି ରଶିରେ ଝୁଲିଗଲେ ବାପା ମା'