ଆସନ୍ତାକାଲିଠୁ ଶୀତ ଲହରି; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1060870

ଆସନ୍ତାକାଲିଠୁ ଶୀତ ଲହରି; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ରବିବାର ସକାଳ ୮ଟା ୩୦ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଖସୁଛି ପାରଦ, ବଢୁଛି ଶୀତ। ଆସନ୍ତାକାଲି ଅର୍ଥାତ ଜାନୁଆରୀ ୩ ତାରିଖରୁ ଫେରିବ ଶୀତ ଲହରି। ରାଜ୍ୟରେ ଏବେ ସ୍ବାଭାବିକ ଶୀତ ପରିଲକ୍ଷିତ ହେଉଥିବା ବେଳେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି। ରବିବାର ସକାଳ ୮ଟା ୩୦ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ। ଏହାସହ ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ କେନ୍ଦ୍ର ଆକଳନ କରିଛି।

Also Read: ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ରବିବାର? ଏହି ସବୁ ରାଶିରେ ଅଛି ବିପଦ

ତେବେ ଆସନ୍ତା ୩ ତାରିଖରୁ ପୁଣି ଶୀତ ଲହରି ଫେରିବ। କୋଲ୍ଡ ୱେଭ୍ ନେଇ ପଶ୍ଚିମ ଓଡିଶାରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।