ପାରାଦୀପରୁ ୧୮୦ କିଲୋମିଟର ଦୂରରେ 'ଅମ୍ଫାନ'
Advertisement
Article Detail0/zeeodisha/odisha683716

ପାରାଦୀପରୁ ୧୮୦ କିଲୋମିଟର ଦୂରରେ 'ଅମ୍ଫାନ'

ବାତ୍ୟା ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଇତ୍ୟାଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: 'ଅମ୍ଫାନ' ଏବେ ପାରାଦୀପର ଦକ୍ଷିଣକୁ ୧୮୦ କିଲୋମିଟର ଦୂରରେ ରହିଛି ।  ସେହିପରି ପଶ୍ଚିମବଙ୍ଗ ଦିଘାଠାରୁ ୩୨୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଏବଂ ବାଂଲାଦେଶ ଖେପୁପରାଠାରୁ ୪୮୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ମଧ୍ୟରେ ହେଲା ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଏହା ଆଗକୁ ଆଗକୁ ମାଡ଼ି ଆସୁଛି । ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ କରିବ ।  Extremely Severe Cyclonic Storm ଭାବେ ଏହା ଲ୍ୟାଣ୍ଡଫଲ କରିବ । ଏବେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍, ଓଡ଼ିଶାର ପାରାଦୀପ ଓ ଗୋପାଳପୁର DWR ଟ୍ରାକିଂରେ ଏହା ରହିଛି ।  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଇତ୍ୟାଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । 

ତେବେ ଆଜି ସକାଳୁ ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲାରେ ପବନର ବେଗ ବଢ଼ିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ଯାଜପୁର ଓ କଟକ ଜିଲ୍ଲାରେ ମଧ୍ୟ ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବ । ଗତକାଲି ରାତି ୧୧.୩୦ ବେଳକୁ ପାରାଦୀପରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗର ପବନ ବହିଥିବା ରେକର୍ଡ ହୋଇଛି ।