'ଅମ୍ଫାନ' ଏବେ ପାରାଦୀପରୁ ଦୂରାଉଛି । ଏହା ପାରାଦୀପର ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ୧୭୦ କିଲୋମିଟର ଦୂରରେ ରହିଛି ।
Trending Photos
ଭୁବନେଶ୍ୱର: ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ 'ଅମ୍ଫାନ' । ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତିଆ ମଧ୍ୟରେ ଥିବା ସୁନ୍ଦରବନରେ ଏହା ଲ୍ୟାଣ୍ଡଫଲ କରିବ । ଅପରାହ୍ନ ୪ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଘଣ୍ଟାଏରୁ ୨ ଘଣ୍ଟା ଧରି ଚାଲିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
'ଅମ୍ଫାନ' ଏବେ ପାରାଦୀପରୁ ଦୂରାଉଛି । ଏହା ପାରାଦୀପର ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ୧୭୦ କିଲୋମିଟର ଦୂରରେ ରହିଛି । ଦିଘାର ଦକ୍ଷିଣ-ପୂର୍ବରେ ୧୦୫ କିଲୋମିଟର ଦୂରରେ ରହିଛି । ତେବେ ସାଗର ଦ୍ୱୀପର ମାତ୍ର ୯୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ରହିଛି 'ଅମ୍ଫାନ' ।
ସେହିପରି ବାତ୍ୟା ପ୍ରଭାବରେ ଆଜି ସର୍ବାଧିକ ପାରାଦୀପରେ ୨୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏବେ ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ିବ । ୨୪ ଘଣ୍ଟା ପରେ ଅର୍ଥାତ ଆସନ୍ତାକାଲି ପ୍ରଭାବ କମିଯାଇଥିବ । ଏପର୍ଯ୍ୟନ୍ତ ପାରାଦୀପରେ ସର୍ବାଧିକ ପବନ ୧୦୬ କିଲୋମିଟର ରେକର୍ଡ ହୋଇଛି । ତେବେ ବାଲେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।