Odisha MLAs Salary Hike: ଦିଲ୍ଲୀ ଭଳି ବଢିବ ଓଡ଼ିଶା ବିଧାୟକଙ୍କ ଦରମା! ମନ୍ତ୍ରୀ କଲେ ଦାବି ବାଚସ୍ପତି ଦେଲେ ଜବାବ
Advertisement
Article Detail0/zeeodisha/odisha1611375

Odisha MLAs Salary Hike: ଦିଲ୍ଲୀ ଭଳି ବଢିବ ଓଡ଼ିଶା ବିଧାୟକଙ୍କ ଦରମା! ମନ୍ତ୍ରୀ କଲେ ଦାବି ବାଚସ୍ପତି ଦେଲେ ଜବାବ

Odisha MLAs Salary: ଦରମା ବୃଦ୍ଧି ଦାବି ଉପରେ ଅଧ୍ୟୟନ ପାଇଁ ଗତ ବର୍ଷ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ କମିଟି ଗଠନ କରାଯାଇଥିଲା। ସମସ୍ତ ଦଳର ବିଧାୟକ ଜୀବନ ଧାରଣର ମୂଲ୍ୟ ବୃଦ୍ଧି ଦର୍ଶାଇ ସେମାନଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଥିଲେ।

Odisha MLAs Salary Hike: ଦିଲ୍ଲୀ ଭଳି ବଢିବ ଓଡ଼ିଶା ବିଧାୟକଙ୍କ ଦରମା! ମନ୍ତ୍ରୀ କଲେ ଦାବି ବାଚସ୍ପତି ଦେଲେ ଜବାବ

Odisha MLAs Salary Hike Demand: ରାଜ୍ୟର ବିଧାୟକଙ୍କ ଦରମା ବଢାଇବାକୁ ନେଇ ଆସିଛି ବଡ଼ ଖବର। ବୁଧବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ସଂସଦୀୟ ବ୍ୟପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏ ସମ୍ପର୍କିତ ବିଲ୍ ବିଧାନସଭାରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଧାୟକଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ୍ ବଢାଇବାକୁ ଦାବି ହୋଇଛି। 

ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର କହିଛନ୍ତି ଯେ ସମ୍ପୃକ୍ତ ରିପୋର୍ଟ ଦାଖଲ ସତ୍ତ୍ୱେ ବେତନ ବୃଦ୍ଧି ଦିଗରେ ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡିନାହିଁ। ଏ ସମ୍ପର୍କରେ ଏକ ବିଲ୍ ଉପସ୍ଥାପନ କରିବାକୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।

ଦରମା ବୃଦ୍ଧି ଦାବି ଉପରେ ଅଧ୍ୟୟନ ପାଇଁ ଗତ ବର୍ଷ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ କମିଟି ଗଠନ କରାଯାଇଥିଲା। ସମସ୍ତ ଦଳର ବିଧାୟକ ଜୀବନ ଧାରଣର ମୂଲ୍ୟ ବୃଦ୍ଧି ଦର୍ଶାଇ ସେମାନଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଥିଲେ। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠିସାରିଛି। ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ରାଜ୍ୟ ବିଧାୟକଙ୍କ କମ୍ ବୋଲି କହି ସେମାନଙ୍କ ଦରମାକୁ ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯାଉ ବୋଲି ବିଧାୟକ ଦାବି କରିଥିଲେ।