Archana Nag : ଅର୍ଚ୍ଚନାଙ୍କ ନାଗଫାଶରେ କିଏ କିଏ ? ପୋଲିସ ନୁହେଁ ପରଦା ଉଠାଇବ ଫିଲ୍ମ
Advertisement
Article Detail0/zeeodisha/odisha1392077

Archana Nag : ଅର୍ଚ୍ଚନାଙ୍କ ନାଗଫାଶରେ କିଏ କିଏ ? ପୋଲିସ ନୁହେଁ ପରଦା ଉଠାଇବ ଫିଲ୍ମ

Lady Blackmailer Archana Nag : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ମାୟାବୀନିଙ୍କ ଚରିତ୍ରକୁ ନେଇ ଏକ ନୂଆ କାହାଣୀ ଖୁବଶିଘ୍ର ପରଦାକୁ ଆସିବ ।

Archana Nag : ଅର୍ଚ୍ଚନାଙ୍କ ନାଗଫାଶରେ କିଏ କିଏ ? ପୋଲିସ ନୁହେଁ ପରଦା ଉଠାଇବ ଫିଲ୍ମ

Lady Blackmailer Archana Nag : କଳା ସାମ୍ରାଜ୍ୟର ଅଧିକାରୀଣୀ ଅର୍ଚ୍ଚନା ନାଗ । ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ମ୍ୟାଡାମଙ୍କ କାରନାମା କିଛି କମ୍ ନୁହେଁ । ବଡ ବଡିଆଙ୍କୁ ହାତରେ ରଖି ଚଳାଉଥିଲେ ଦେହ ବ୍ୟବସାୟ । ଘର ପାଖରେ ରାତି ଅଧରେ ଲାଗୁଥିଲା ବଡବଡ ଗାଡି। ଆଉ ସେଥିରେ ଆସୁଥିଲେ ବଡ ବଡ ନେତା ,ଅଫିସର, ବିଲଡର ଏବଂ ପ୍ରଯୋଜକ ।  ସମସ୍ତଙ୍କୁ ନିଜ ହାତ ପାହାନ୍ତାରେ ରଖିଥିଲା ନାଗୁଣୀ  । ସେ ନିଜ ରୂପ ଯୌବନରେ ସମସ୍ତଙ୍କୁ ପାଗଳ କରି ବସ କରି ରଖିଥିଲେ। ଆଉ ରୋଜଗାର କରୁଥିଲେ କୋଟି କୋଟି ଟଙ୍କା । ଆଲିସାନ ବଙ୍ଗଳାରେ ରହୁଥିଲେ ଆଉ ଦାମି ଗାଡି ଚଢୁଥିଲେ। ଆଉ ଘରେ ରଖିଥିଲେ ଦାମିକିଆ  ସୌଖିନ ସାମଗ୍ରୀ । ଯେତେବେଳେ ଯାହା ଚାହୁଁଥିଲେ ତାହା କରୁଥିଲେ। ଅର୍ଥର ଲୋଭରେ ଅନ୍ଧ ହୋଇଯାଇଥିଲେ ସେ । ଗର୍ବ ଏତେ କରୁଥିଲେ ଯେ, ଅର୍ଥ ବଳରେ ନିଜ ସାହି ପଡିଶାଙ୍କ ସହ ମଧ୍ୟ ପଦୁଟିଏ କଥା ମଧ୍ୟ ହେଉ ନ ଥିଲେ ।  କଳା ସାମ୍ରାଜ୍ୟକୁ ଅଧିକ ବିସ୍ତାର କରିବା ପାଇଁ ଘରେ ଓ ଫାର୍ମ ହାଉସରେ କରୁଥିଲା ଦେହ ବ୍ୟବସାୟ । ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ଦେବ ବେପାରରେ ଲଗାଇଥିଲା ନାଗୁଣୀ । ଗ୍ରାହକ ଦେଖି  ରାତିକୁ ୫୦ ହଜାର ଟଙ୍କା ଡିମାଣ୍ତ କରୁଥିଲା ନାଗୁଣୀ ।  ଆଉ ଏ ନାଗୁଣୀର ନାଗ ଫାସରେ ବଡ ବଡ ହସ୍ତି ମଧ୍ୟ ଫଶି ଯାଇଛନ୍ତି । 

ଏହି ମାୟାବୀନିଙ୍କ ଚରିତ୍ରକୁ ନେଇ ଏକ ନୂଆ କାହାଣୀ ଖୁବଶିଘ୍ର ପରଦାକୁ ଆସିବ । ଯଦିଓ  ସିଧା ସଳଖ ତାଙ୍କ ଚରିତ୍ରକୁ ନେଇ ଏହି କାହାଣୀ ନୁହେଁ କିନ୍ତୁ ସମାଜରେ ଯେଉଁ ନାରୀ ଚରିତ୍ର ପୁରୁଷଙ୍କୁ ଏଭଳି କରାୟତ କରି ସମାଜକୁ କଳୁଷିତ କରୁଛନ୍ତି । ସେହି ନାରୀଙ୍କ ଜୀବନଚର୍ଯ୍ୟାକୁ ନେଇ ଖୁବଶୀଘ୍ର ଏକ ଓଡ଼ିଆ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାଁ ରହିଛି 'ମାୟାବିନୀ' । ଏହାର ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା ଆଉ କାହାଣୀ ଲେଖିଛନ୍ତି ଲିଟୁ ମହାନ୍ତି । କାହାଣୀ ଲେଖା ଆରମ୍ଭ ହେଇଥିବା ବେଳେ ଜାନୁଆରୀରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଯୋଜକ।

ଏହାବି ପଢନ୍ତୁ : Lady Blackmailer Archana Nag Case : ଲେଡି ବ୍ଲାକମେଲରଙ୍କୁ Mlaରୁ କିଏ ବଞ୍ଚିତ କରିଥିଲା ?

ସେପଟେ, ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ହେବା ପରେ କାହାଣୀରେ ଅନେକ ଟୁଇଷ୍ଟ ମଧ୍ୟ ଆସୁଛି । ଦେହ ବ୍ୟବସାୟ ପାଇଁ ହେଉଥିବା ଟଙ୍କା କରବାର କୌଣସି ଆକାଉଣ୍ଟରେ ହେଉ ନ ଥିଲା ବରଂ ହାତରେ ହେଉଥିଲା । ଏଭଳି ଏକ ବଡ ତଥ୍ୟ ପୋଲିସ ହାତରେ ଏବେ ଲାଗିଛି । ଏହାରି ଭିତରେ  ଅର୍ଚ୍ଚନାଙ୍କ କିଛି ଚାଟିଂ ମଧ୍ୟ ପଦାକୁ ଆସିଛି । ଚାଟିଂରେ ଅର୍ଚ୍ଚନା ନିଜର ଜଣେ ବାନ୍ଧବୀଙ୍କ ସହ କଥା ହୋଇଛନ୍ତି। ଏହି ବାର୍ତ୍ତାଳପରେ ସେ ଜଣେ ବଡ ପୋଲିସ ବାବୁଙ୍କ ନାଁରେ କିଛି କହିଛନ୍ତି । ଯାହା ବର୍ତ୍ତମାନ ବେଶ ଭାଇରାଲ୍ ହେବାରେ ଲାଗିଛି ।