Odisha Weather Update: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ, ତିନି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1337775

Odisha Weather Update: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ, ତିନି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

Odisha Weather Update: ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୮ରୁ ଦକ୍ଷିଣ ଓଡିଶା ଏବଂ ୯ରୁ ରାଜ୍ୟରେ ବିସ୍ତୃତି ବର୍ଷା ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  

Odisha Weather Update: ୪୮ ଘଣ୍ଟାରେ ଆଉ ଏକ ଲଘୁଚାପ, ତିନି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

Odisha Weather Update, ଭୁବନେଶ୍ୱର: ଓଡିଶା ଆଡକୁ ଆଉ ଏକ ବିପଦ ମାଡି ଆସୁଛି। ୭ ସେପ୍ଟେମ୍ବରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୮ରୁ ଦକ୍ଷିଣ ଓଡିଶା ଏବଂ ୯ରୁ ରାଜ୍ୟରେ ବିସ୍ତୃତି ବର୍ଷା ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  

ମୌସୁମୀ ନିମ୍ନ-ଚାପ ରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି ନରନୁଁଲ, ଗୋରଖପୁର, ଦରଭଙ୍ଗା, ଜଲପାଇଗୁଡ଼ିରୁ ଆସାମର ଜୋରହାଟ ଦେଇ ନାଗାଲାଣ୍ଡ ଯାଏଁ ବ୍ୟାପିଛି। ଫଳରେ ଉତ୍ତର ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଲାଗି ରହିଛି। ଅନ୍ୟପଟେ ସମୁଦ୍ର ଆଡୁ ଓଡିଶାକୁ ବିପଦ ମାଡି ଆସୁଛି। ୭ ସେପ୍ଟେମ୍ବରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୮ରୁ ଦକ୍ଷିଣ ଓଡିଶା ଏବଂ ୯ରୁ ରାଜ୍ୟରେ ବିସ୍ତୃତି ବର୍ଷା ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।   

ଘୁର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି। ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ମଧ୍ୟ ହୋଇପାରେ। ଦକ୍ଷିଣ ଓଡିଶା ବ୍ୟତୀତ ପୁରୀ, ଖେର୍ଦ୍ଧା, କଟକ, ନୟାଗଡ, ଜଗତସିଂହପୁର, ଢେଙ୍କାନାଳ, ବୈଦ୍ଧ, କଳାହାଣ୍ଡି, ଅନୁଗୋଳ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ବର୍ଷା ସହ ବଜ୍ରପାତ ସମ୍ଭାବନା ଅଛି। ବୁଧବାର ଅବିଭକ୍ତ କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

Also Read: Weather Update: ଆସନ୍ତା ୪ ଦିନ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ, ଏହି ସବୁ ଜିଲ୍ଲାରେ ଲଗାଣ ବର୍ଷା ସହ ବଜ୍ରପାତ ସମ୍ଭାବନା

ସେହିପରି ଗୁରୁବାର ଦକ୍ଷିଣ ଓଡିଶା, କଳାହାଣ୍ତି,, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଏହି ତିନି ଦିନ ପଞ୍ଚିମ ଓଡିଶାରେ ଶୁଖିଲା ପାଗ ରହିବ। ଶୁକ୍ରବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦକ୍ଷିଣ ଓଡିଶା, କଳାହାଣ୍ଡି ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ବଲାଙ୍ଗିର, କନ୍ଧମାଳ, ବୈଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।