ଚାରି ଦିନ ଘନ କୁହୁଡ଼ି ସହ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1057336

ଚାରି ଦିନ ଘନ କୁହୁଡ଼ି ସହ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

 

ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା କୁହୁଡି ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ ଫଳରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟକୁ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ମଙ୍ଗଳବାର ସକାଳ ୮ଟା ୩୦ ମଧ୍ୟରେ ୭ ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଗଜପତି, ଗଂଜାମ, ମାଲକାନଗିରି ଓ କୋରାପୁଟକୁ ଘନ କୁହୁଡି ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା କୁହୁଡି ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପଶ୍ଚିମା ବାୟୁ ପ୍ରବାହ ଫଳରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଉତ୍ତରପୂର୍ବ ରାଜସ୍ଥାନରୁ ବିଦ୍ଧର୍ଭ ପର୍ଯ୍ୟନ୍ତ ଲମ୍ବିଥିବା ଏକ ନିମ୍ନଚାପରେଖା ପ୍ରଭାବରେ ମଙ୍ଗଳବାର ସକାଳ ୮ଟା ୩୦ ମଧ୍ୟରେ ସୁନ୍ଦରଗଡ, କେଉଁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

Also Read: ଆଜିର ରାଶିଫଳ: କନ୍ୟା ରାଶିରେ ଚନ୍ଦ୍ର, ଜାଣନ୍ତୁ କେତେବେଳେ ଅଛି ରାହୁକାଳ

ଗତ ୨୪ଘଣ୍ଟାରେ ଟିଟଲାଗଡ଼ରେ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସର୍ବନିମ୍ନ ଦୃଶ୍ୟମାନ ରେକର୍ଡ ହୋଇଛି। ତେବେ ଆସନ୍ତା ତିନି ଦିନ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ଥରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। କୁହୁଡି ଜନିତ ସତର୍କତାକୁ ଦେଖି ଜିଲ୍ଲପାଳମାନଙ୍କୁ ଏସଆରସି ଆଲର୍ଟ କରିଛନ୍ତି।