Republic Day Parade: ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରିହର୍ସାଲ ପାଇଁ ୩ ଦିନ ବନ୍ଦ ରହିବ ରାଜଧାନୀର ରାଜରାସ୍ତା
Advertisement
Article Detail0/zeeodisha/odisha1538556

Republic Day Parade: ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରିହର୍ସାଲ ପାଇଁ ୩ ଦିନ ବନ୍ଦ ରହିବ ରାଜଧାନୀର ରାଜରାସ୍ତା

Republic Day Celebration: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ରିହର୍ସାଲ ପରେଡ ପାଇଁ ଜାନୁଆରୀ ୨୨,୨୩,୨୪ ତାରିଖରେ ରାଜଧାନୀ ଭୁବନେଶ୍ୱରର କିଛି ରାସ୍ତାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Republic Day Parade: ସାଧାରଣତନ୍ତ୍ର ଦିବସ ପ୍ୟାରେଡ ରିହର୍ସାଲ ପାଇଁ ୩ ଦିନ ବନ୍ଦ ରହିବ ରାଜଧାନୀର ରାଜରାସ୍ତା

Republic Day Parade Rehearsal: ଜାନୁଆରୀ ୨୬ ତାରିଖରେ ଭୁବନେଶ୍ୱରରେ ପାଳିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଇଁ ରାଜଧାନୀରେ ପ୍ୟାରେଡ ସ୍ଥଳକୁ ସଂଯୋଗ କରୁଥିବା ମାର୍ଗରେ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଇଛି କମିଶନରେଟ ପୋଲିସ। 

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ରିହର୍ସାଲ ପରେଡ ପାଇଁ ଜାନୁଆରୀ ୨୨,୨୩,୨୪ ତାରିଖରେ ରାଜଧାନୀ ଭୁବନେଶ୍ୱରର କିଛି ରାସ୍ତାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଜାନୁଆରୀ ୨୬ ତାରିଖ ସକାଳ ୬.୩୦ ସମୟରୁ ପ୍ୟାରେଡ ଶେଷ ନହେବା ପର୍ଯ୍ୟନ୍ତ ଜନପଥରେ କୌଣସି ଭାରୀ ଯାନକୁ ରାମ ମନ୍ଦିରରୁ ରାଜମହଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି ରାସ୍ତାରେ କେବଳ ହାଲୁକା ଯାନବାହାନ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଅନ୍ୟପଟେ ପ୍ୟାରେଡ ଶେଷ ନହେବା ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକରୁ ମହାତ୍ମା ଗାନ୍ଧୀ ମାର୍ଗରେ କୌଣସି ଯାନ ବାହନକୁ ଯିବା ଆସିବା ଲାଗି ଅନୁମତି ଦିଆଯିବ ନାହିଁ।

ସେହିପରି ୨୬ ଜାନୁୟାରୀ ସକାଳ ୬.୩୦ ସମୟରୁ  ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ ଆଡକୁ କୌଣସି ଗାଡିକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ। ସ୍ଥାନୀୟ  ବାସିନ୍ଦାଙ୍କ ଚଳ ପ୍ରଚଳ ତଥା ସରକାରୀ କାର୍ଯ୍ୟ ପାଇଁ କେଶରୀ ଟକିଜ୍ ଛକ ଠାରେ ବାମ ପାର୍ଶ୍ୱରେ ରହିଥିବା ରାସ୍ତାକୁ ଡାଇଭର୍ଟ କରାଯିବ। ଆହୁରି ମଧ୍ୟ ସେହି ଦିନ ସକାଳ ସମୟରୁ କୌଣସି ଗାଡ଼ି଼କୁ ଏଜି ଛକରୁ ପିଏମଜି ଛକ ଆଡକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସରକାରୀ କାର୍ଯ୍ୟ ତଥା ବାସିନ୍ଦାଙ୍କ ପାଇଁ ଜୟଦେବ ଭବନ ଛକରୁ ଇଡକାଲ ଅଡିଟୋରିୟମ ପାର୍ଶ୍ୱ ରାସ୍ତାକୁ ସ୍ଥାନାନ୍ତରିତ କରାଯିବ। ୧୨୦ ଇନଫ୍ୟାଣ୍ଟ୍ରି ବାଟାଲିୟନ କ୍ରସିଂ ଠାରୁ ଆସୁଥିବା ଗାଡିକୁ ଜାନୁଆରୀ ୨୬ ତାରିଖ ସକାଳ ସମୟରୁ ଏମଏଲଏ କଲୋନୀ କ୍ରସିଂ ସ୍ଥିତ ୟୁନିଟ୍-୪ ଆଡକୁ ଡାଇଭର୍ଟ କରାଯିବ। ଏହା ସହିତ ମହାତ୍ମା ଗାନ୍ଧୀ ମାର୍ଗକୁ ଯୋଡୁଥିବା ସମସ୍ତ ଗଳି ସିଲ୍ ହୋଇ ରହିବ। କେବଳ ପଥଚାରୀଙ୍କୁ ମହାତ୍ମା ଗାନ୍ଧୀ ମାର୍ଗରେ ଯିବା ଆସିବା କରିବାକୁ ଅନୁମତି ଦିଆଯିବ।

ସାଧାରଣତନ୍ତ୍ର ଦିବସ ଲାଗି ନିମ୍ନ ଲିଖିତ ରାସ୍ତା ହେବ ଡାଇଭର୍ଟ 

  • ରେଳ ଷ୍ଟେସନ ନିକଟସ୍ଥ ବିଡିଏ ବସ୍ ଷ୍ଟାଣ୍ଡ 
  • କଂଗ୍ରେସ ଭବନ ସମ୍ମୁଖ ଖୋଲା ସ୍ଥାନ
  • ଇଡକଲ୍ ଅଡିଟୋରିୟମ୍ ସାମ୍ମୁଖ ଖୋଲା ସ୍ଥାନ
  • ଜୟଦେବ ଭବନ ସମ୍ମୁଖ ଖୋଲା ସ୍ଥାନ
  • ୟୁନିଟ୍-୩ ସ୍ଥିତ ଷ୍ଟେଟବ୍ୟାଙ୍କ ସମ୍ମୁଖ ଖୋଲା ସ୍ଥାନ
  • ରବୀନ୍ଦ୍ର ମଣ୍ଡପ ଭିତରେ ଖୋଲା ସ୍ଥାନ
  • ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆ