Govt Contractual Employees: କଣ୍ଟ ପୁରିଲା କିନ୍ତୁ କଣ୍ଟା ବାହାରିଲା ନାହିଁ, ଏବେ ନବୀନ ସରକାରଙ୍କ ସର୍ପ୍ରାଇଜକୁ ଅପେକ୍ଷା
Advertisement
Article Detail0/zeeodisha/odisha1366487

Govt Contractual Employees: କଣ୍ଟ ପୁରିଲା କିନ୍ତୁ କଣ୍ଟା ବାହାରିଲା ନାହିଁ, ଏବେ ନବୀନ ସରକାରଙ୍କ ସର୍ପ୍ରାଇଜକୁ ଅପେକ୍ଷା

Govt Contractual Employees: ରାଜ୍ୟ ସରକାର ୧୭ ଜାନୁଆରୀ ୨୦୧୪ର ବିଜ୍ଞାପ୍ତି ଜାରି କରି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ କଲେ। ଯେଉଁଥିରେ ଲେଖାଥିଲା, ସରକାରଙ୍କ ଅଧିନସ୍ଥ ସମସ୍ତ ଗ୍ରୁପ ବି, ସି ଏବଂ ଡି ଶ୍ରେଣୀର କର୍ମଚାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ହେବେ ଏବଂ ସେମାନେ ' ବେସିକ + ଗ୍ରେଡ଼ପେ' ପାଇବେ। ସରାକାରଙ୍କ ଏହି ନିୟମ ଭାରତୀୟ ସାମ୍ବିଧାନିକର ଧାରା ୩୦୯କୁ ଭଙ୍ଗ କରୁଛି ବୋଲି ଅଭିଯୋଗ ହୋଇଥିଲା। 

Govt Contractual Employees: କଣ୍ଟ ପୁରିଲା କିନ୍ତୁ କଣ୍ଟା ବାହାରିଲା ନାହିଁ, ଏବେ ନବୀନ ସରକାରଙ୍କ ସର୍ପ୍ରାଇଜକୁ ଅପେକ୍ଷା

Govt Contractual Employees, ଭୁବନେଶ୍ୱର: ସମାଜରେ ସାଧାରଣ ଲୋକ ତଥା ଗରିବ ଦିନ ମଜୁରିଆଙ୍କ ଜୀବନ ହିଁ ଜର୍ଜରିତ ବୋଲି କୁହାଯାଏ। କିନ୍ତୁ ପ୍ରକୃତରେ ସରକାରୀ ଚିକିରିଆଙ୍କ ଜୀବନ ବି ବହୁ ସମସ୍ୟରେ ଘେରି ହୋଇରହିଛି। ସରକାରୀ ଚାକିରି ଖଣ୍ଡିଏ ଭାଗ୍ୟରେ ଥିଲେ ମିଳେ ବୋଲି ସମସ୍ତଙ୍କ ଧାରଣା ରହିଛି। ସମସ୍ତଙ୍କ ଇଚ୍ଛା ଥାଏ ସରକାରୀ ଚାକିରି ଖଣ୍ଡିଏ କରି ଘର ଖଣ୍ଡିଏ କରି ପିଲାଛୁଆଙ୍କୁ ଭଲ ପାଠ ପଢାଇବାକୁ। ଏପରିକି ଅବସର ପରେ କାହା ଆଗରେ ହାତ ପତାଇବାରୁ ପଡିବ ନାହିଁ, ପେନସନ ଟଙ୍କା ପାଇ ବୃଦ୍ଧାବସ୍ଥାରେ ସୁରକ୍ଷିତ ଜୀବନ କାଟିବୁ ବୋଲି ସେମାନଙ୍କ ସ୍ୱପ୍ନ ଥାଏ। ହେଲେ ଏବେ ସରକାରଙ୍କ ଚୁକ୍ତି ଭିତ୍ତିକ ଚାକିରି ଯୋଗୁଁ ଅନେକ ସରକାରୀ କର୍ମଚାରୀ ଦୟନୀୟ ଜୀବନଜାପନ କରୁଥିବା ଦେଖାଯାଇଛି। ସରକାର, ଠିକା କର୍ମଚାରୀଙ୍କୁ ଦାବି ନେଇ ବିଚାର କରିବାକୁ ଗତ ୧୧ ତାରିଖରେ ୧୫ ଦିନ ସମୟ ମାଗିଥିଲା। ଯାହାର କଣ୍ଟ ରବିବାର ପୁରିବାକୁ ଯାଉଛି, କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। 

ରାଜ୍ୟ ସରକାର ୧୭ ଜାନୁଆରୀ ୨୦୧୪ର ବିଜ୍ଞାପ୍ତି ଜାରି କରି ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ କଲେ। ଯେଉଁଥିରେ ଲେଖାଥିଲା, ସରକାରଙ୍କ ଅଧିନସ୍ଥ ସମସ୍ତ ଗ୍ରୁପ ବି, ସି ଏବଂ ଡି ଶ୍ରେଣୀର କର୍ମଚାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ହେବେ ଏବଂ ସେମାନେ ' ବେସିକ + ଗ୍ରେଡ଼ପେ' ପାଇବେ। ସରାକାରଙ୍କ ଏହି ନିୟମ ଭାରତୀୟ ସାମ୍ବିଧାନିକର ଧାରା ୩୦୯କୁ ଭଙ୍ଗ କରୁଛି ବୋଲି ଅଭିଯୋଗ ହୋଇଥିଲା। ଫଳରେ ବିଜ୍ଞପ୍ତିର ମାସେ ନପୁରୁଣୁ ଅର୍ଥାତ ୧୫ ଫେବୃଆରୀ ୧୦୧୪ରେ ସରକାର ତାଙ୍କ ପୂର୍ବ ନିୟମରେ ପରିବର୍ତ୍ତନ କଲେ। ନୂଆ ନିୟମରେ ୫ଟି ବିଭାଗର କର୍ମଚାରୀଙ୍କୁ ବାଦ ଦିଆଗଲା। ସେହି ବିଭାଗ ଗୁଡିକ ହେଲା- ସଚିବାଳୟ, ରାଜ୍ୟପାଳଙ୍କ କାର୍ଯ୍ୟଳୟ, ଲୋକସେବା ଭବନରେ କାର୍ଯ୍ୟରତ ସହକାରୀ ବିଭାଗୀୟ ଅଧିକାରୀ, ଆଇନ ଏବଂ ରାଜ୍ୟସରକାରଙ୍କ ଅଧୀନରେ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟରତ ସହକାରୀ ଆଇନ ବିଭାଗୀୟ ଅଧିକାରୀ।

Also Read: Mahalaya 2022: ଆଜି ପବିତ୍ର ମହାଳୟା ଅମାବାସ୍ୟା, ବାଇଶି ପାହାଚରେ ଏବେ ବି ଲାଗିଛି କଟକଣା

ହେଲେ କଣ ହେବ, ସରକାରୀ ଠିକା କର୍ମଚାରୀଙ୍କ ପରିଶ୍ରମ ଅଧିକ ହେଲେ, ଦରମା କମ। ସେମାନଙ୍କୁ ସର୍ବନିମ୍ନ ଦରମା ମଧ୍ୟ ମିଳିପାରୁନାହିଁ। ପ୍ରତିଦିନ ଜଣେ ସାଧାରଣ ଶ୍ରମିକ ଠାରୁ ମଧ୍ୟ କମ ପାରିଶ୍ରମିକ ପାଉଥିବା ଠିକା କର୍ମଚାରୀ ବଞ୍ଚିବା ପାଇଁ ନୀତି ଦିନ ସଂଘର୍ଷ କରୁଛନ୍ତି। ଚାକିରି କରି ମଧ୍ୟ ସେମାନେ ଘର ଲୋକଙ୍କ ଟଙ୍କା ଉପରେ ନିର୍ଭର କରୁଛନ୍ତି। ଆଶା ରହୁଛି ଛଅ ବର୍ଷ ପରେ ସରକାର ନିୟମିତ କଲେ ସବୁ ଦୁଃଖ ଦୂର ହେବ। ଏହି ଛଅ ବର୍ଷରେ ନୀଇତି ଜିଇଁଵା ପାଇଁ ସରକାରୀ ଠିକା କର୍ମଚାରୀ ସଙ୍ଘର୍ଷ କରୁଛନ୍ତି। ଲୋକ ଏମିତି ବି ଅଛନ୍ତି ୧୫-୧୫ ବର୍ଷ ଖଟିଲା ପରେ ମଧ୍ୟ ଠିକା କର୍ମଚାରୀରୁ ସ୍ଥାୟୀ କର୍ମଚାରୀ ହେଇପାରନାହାନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଳାପଥର ଗ୍ରାମ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ମହାପାତ୍ର। ୨୦୦୭ ମସିହାରେ ଗ୍ରାମ ରୋଜଗାର ସେବକ ଭାବରେ ବୀରମହାରାଜପୁର ବ୍ଲକରେ ନିଯୁକ୍ତି ପାଇଥିଲେ। ସୁଶୀଲ ମାତ୍ର ଦୁଇ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ। ଦୁଇ ବର୍ଷ ପୂର୍ବେ ପ୍ରମୋସନ କରି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରିଦେଲେ। କିନ୍ତୁ ଆଜି ମଧ୍ୟ ସେ ସେହି ଠିକା କର୍ମଚାରୀ ହିଁ ଅଛନ୍ତି।  

ସୁଶିଲଙ୍କ ପରି ଭଞ୍ଜନଗରର ମାନସ ରଞ୍ଜନ ନାୟକ ୨୦୧୮ ମସିହାରେ କନ୍ଧମାଳ ଜିଲ୍ଲାର ତୁମୁଡ଼ି ବନ୍ଧରେ ଜୁନିୟର ଟିଚର ରୂପେ ନିଯୁକ୍ତି ପାଇଥିଲେ। ଚାକିରି ପାଇବା ପରେ ମନରେ ଖୁସିଥିଲା ସେ ଘରର ବଡ଼ ପୁଅ ହିସାବରେ ଘର ଘର ଚଳାଇବାରେ ତାଙ୍କ ଚାକିରି ସାହାଯ୍ୟ କରିବ। ହେଲେ ଏତେ ସ୍ୱଳ୍ପ ପାରିଶ୍ରମିକରେ ଭଞ୍ଜନଗରରୁ ଯାଇ କନ୍ଧମାଳରେ ଘର ଭଡା କରି ରହିବା ପୁଣି ଘରର ଘରକୁ ଦରମା ଟଙ୍କା ସମ୍ଭବ ହେଉନି। ଫଳରେ ସେ ଘରୁ ପ୍ରତିମାସରେ କିଛି ଅର୍ଥ ନେଇ କେବଳ ଚାକିରି ସ୍ଥାୟୀ ହେବା ଆଶାରେ ସେଠାରେ ସେ ପଡି ରହିଛି।

Also Read: DA hike: ସାଢେ ସାତ ଲକ୍ଷ କର୍ମଚାରୀଙ୍କୁ ନବୀନ ସରକାରର ପୂଜା ଭେଟି, ୭୦୦୦୦ ମାଗୁଛନ୍ତି ସ୍ଥାୟୀ ନିଯୁକ୍ତି

 

ବୌଦ୍ଧର ହୃଷୀକେଶ କଠାର ୧୯୯୩ ମସିହାରୁ ଏଯାବତ୍ କେନ୍ଦୁପତ୍ର ବିଭାଗର ବୌଦ୍ଧ ଜିଲ୍ଲା ଚାରିଛକ ରେଞ୍ଜ କାର୍ଯ୍ୟାଳୟ ରେ ପ୍ରଥମେ ରାତ୍ର ଜଗୁଆଳ ଏବଂ ପରେ ପ୍ରୋମୋସନ (ଟି.ଏସ) ଟେମ୍ପରାରି ଷ୍ଟାଟସ୍ ଭାବରେ ଏଯାବତ୍ ସଠିକ ଭାବେ ନିଜର ଦାୟିତ୍ଵ ତୁଲାଇ ଆସୁଛନ୍ତି । ଏଥିପାଇଁ ମାସକୁ ପାଉଛନ୍ତି ମାତ୍ର ୧୨ ହଜାର ୫୭୦ ଟଙ୍କା । ଘର ଚଳଣି ପାଇଁ ପାଉଥିବା ଦରମା କୁ କେଉଁଥିରେ କାଟ୍ କରିବେ ଯେ ଘର କରିବା ହେଉ ଅବା ପିଲାଛୁଆଙ୍କ ପାଠ ପଢିବାରେ ଖର୍ଚ୍ଚ କରିବେ । 

ସୁଶିଲ, ମାନସ କିମ୍ବା ହୃଷୀକେଶ ନୁହ ରାଜ୍ୟର ଅନେକ ବିଭାଗରେ ହଜାର ହଜାର କଣ୍ଟ୍ରାକଚୁଆଲ ସରକାରୀ କର୍ମଚାରୀ ଆଜି ବି ଚାକିରି କରି ସ୍ବଳ୍ପ ଦରମା ପାଇ ଦୟନୀୟ ଜୀବନ ଯାପନ କରୁଛନ୍ତି। ଦିନ ମୁଜୁରିଆ ଠାରୁ ବି କମ ଟଙ୍କାରେ ଏମାନେ ତାଙ୍କର ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ଏଭଳି କଣ୍ଟ୍ରାକଚୁଆଲ ଚାକିରି ଯୋଜନାକୁ ତୀବ୍ର ବିରୋଧ କରିଛନ୍ତି ବୁଦ୍ଧିଜିବୀ। ଏପରିକି ଏଭଳି ଯୋଜନାକୁ ବିକଳାଙ୍ଗ ଯୋଜନା ବୋଲି କରୁଛନ୍ତି। ସରକାର ତୁରନ୍ତ ଏଭଳି ଯୋଜନାକୁ ବାତିଲ କରି ସବୁ ସରକାରୀ ଚକିରିକୁ ସ୍ଥାୟୀ କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରାଯାଉଛି। 

ସରକାରଙ୍କ ଠିକା ନିଯୁକ୍ତି ନୀତି ଉଚ୍ଛେଦ ଦାବିରେ ଗତ ଅଗଷ୍ଟମାସରୁ ୭୦ ହଜାର ସରକାରୀ ଠିକା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଗତ ୧୧ ତାରିଖରେ ଲୋକସେବା ଭବନ ଆଗରେ ୪୦ ହଜାର ଠିକା କର୍ମଚାରୀ ବିକ୍ଷୋପ ପ୍ରଦର୍ଶନ ମଧ୍ୟ କରିଥିଲେ। ଶେଷରେ ସରକାର ଆନ୍ଦୋଳକାରୀଙ୍କ ଦାବି ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସରକାର ମାଗିଥିବା ସମୟ ସୀମା ପୂରଣ ହେବାକୁ ବସିଲାଣି। କିନ୍ତୁ ଠିକା କର୍ମଚାରୀଙ୍କ ଦାବି ଉପରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। କିନ୍ତୁ ଆଶା କରାଯାଉଛି ଯେ, ଏହି ପାର୍ବଣ ଋତୁରେ ସ୍ଥାୟୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ତିନି ପ୍ରତିଶତ ବଢାଇ ଯେଉଁଭଳି ପୂଜା ଭେଟି ଦେଇଛନ୍ତି, ସେହିଭଳି ଠିକା କର୍ମଚାରୀଙ୍କ ପାଇଁ ମଧ୍ୟ କିଛି ଖୁସି ଖବର ଆଣିବେ। 

Also Read: Contractual Job: ୧୧ ସେପ୍ଟେମ୍ବରରେ କମ୍ପିବ ଭୁବନେଶ୍ୱର, ୪୦,୦୦୦ ଠିକା କର୍ମଚାରୀଙ୍କୁ ସମ୍ଭାଳିବେ ତ ରାଜ୍ୟ ସରକାର?

ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଏବଂ ଚୁକ୍ତି ସମୟକୁ ମୂଳ ଚାକିରିରେ ଯୋଗ ଆଦି ୨ଟି ମୁଖ୍ୟ ଦାବି ଦାବି ନେଇ ଠିକା କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। "ଗତ ୧୫ ଦିନ ଭିତରେ ଠିକା କର୍ମଚାରୀ ସଙ୍ଘ ତିନି ଥର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ। ତଥାପି କୌଣସି ସନ୍ତୋଷ ଜନକ ଉତ୍ତର ପାଇନାହାନ୍ତି। ସୋମବାର କିମ୍ବା ମଙ୍ଗଳବାର ପୁଣି ଆଲୋଚନା ପାଇଁ ଡାକି ପାରନ୍ତିଷ କିନ୍ତୁ ଆମ ସମସ୍ୟାର ସମାଧାନ ହେବା ଭଳି ଲାଗୁନାହିଁ। ସରକାର ଜଣିଶୁଣି ସମୟ ଗଡାଇ ନେଉଛନ୍ତି। ଯଦି ଏଥର ଆମ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବ" ବୋଲି ରାଜ୍ୟ ସରକାରୀ ଠିକା କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ କିତିଶ କୁମାର ପଣ୍ଡା କହିଛନ୍ତି।