ଆଜି ବିଧାନସଭାରେ କାମଚଳା ବଜେଟ୍; ଜାଣନ୍ତୁ, କେଉଁ ବିଭାଗକୁ କେତେ?
Advertisement
Article Detail0/zeeodisha/odisha1138112

ଆଜି ବିଧାନସଭାରେ କାମଚଳା ବଜେଟ୍; ଜାଣନ୍ତୁ, କେଉଁ ବିଭାଗକୁ କେତେ?

ମୋଟ କାମଚଳା ବଜେଟ୍‍ ଆକାର ପ୍ରାୟ ୬୦ ହଜାର କୋଟି ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଇଛି। ଚଳିତ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ମିଳିପାରେ। ବିଶେଷକରି କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ବ୍ୟାପକ ବ୍ୟୟବରାଦ କରାଯିବ। 

ଫାଇଲ ଫଟୋ

ଭୁବନେଶ୍ୱର: ବୁଧବାର ବିଧାନସଭାରେ ଉପସ୍ଥାପିତ ହେବ ୨୦୨୨-୨୩ର କାମଚଳା ବଜେଟ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି କାମଚଳା ବଜେଟ୍‍ ଆଗତ କରିବେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ଏହି ବଜେଟ୍ ଆଗତ ହେବ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକ କାମଚଳା ବଜେଟ୍‍କୁ ଅନୁମୋଦନ କରିଛି। ସାମାଜିକ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସଂକ୍ରାନ୍ତରେ ବୈଠକରେ  ନିଷ୍ପତ୍ତି ହୋଇଛି। 

ମୋଟ କାମଚଳା ବଜେଟ୍‍ ଆକାର ପ୍ରାୟ ୬୦ ହଜାର କୋଟି ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଇଛି। ଚଳିତ ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ମିଳିପାରେ। ବିଶେଷକରି କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ବ୍ୟାପକ ବ୍ୟୟବରାଦ କରାଯିବ। ମନରେଗା, ମୁକ୍ତା ଯୋଜନାକୁ ରାଜ୍ୟ ସରକାର ଅଧିକ ଅର୍ଥ ପ୍ରଦାନ କରିବାର ସମ୍ଭାବନା ରହିଛି। ପ୍ରାଥମିକ, ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲାଇଜେସନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇପାରନ୍ତି ।

Also Read: ଅର୍ଥନୀତି ପରିଚାଳନାରେ ବି ଓଡ଼ିଶା No-1, ମୁଣ୍ଡପିଛା ଋଣ କମିଲା 934 ଟଙ୍କା

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ବ୍ୟାପକ ବ୍ୟୟବରାଦର ଲକ୍ଷ୍ୟ ରଖାଯାଇଛି। ମନରେଗା, ମୁକ୍ତା ଯୋଜନାକୁ ରାଜ୍ୟ ସରକାର ଅଧିକ ଅର୍ଥ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ଉଭୟ ପ୍ରାଥମିକ, ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲାଇଜେସନକୁ ଗୁରୁତ୍ୱ ଦେଇପାରନ୍ତି। ଏହାସହ ୨୦୨୨-୨୩ ଆର୍ଥିକ ବର୍ଷରେ ସ୍କୁଲ ରୂପାନ୍ତରଣ, ମିଶନ ଶକ୍ତି ଗୃହ, ଯୌଥ ଚାଷ ପାଇଁ ଋଣ ବାବଦ ବ୍ୟୟବରାଦ ବୃଦ୍ଧି ଆଶା କରାଯାଉଛି। କେବଳ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଏବଂ ଜଳସମ୍ପଦ ବିଭାଗର ବ୍ୟୟବରାଦ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟପଟେ ବାଣିଜ୍ୟ ଓ ପରିବହନ ବିଭାଗ ବଜେଟ୍ ବଢ଼ିବା ନେଇ ଆଶା କରାଯାଉଛି। ଇଲେକ୍ଟ୍ରୋନିକ୍ସ ଯାନକୁ ବ୍ୟାପକ ପ୍ରୋତ୍ସାହନ ଦିଆଯିବାକୁ ସରକାର ଯୋଜନା କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ପାଇଁ ପ୍ରାୟ ୧୨,୫୦୦ କୋଟି ବ୍ୟୟବରାଦ କରାଯାଉଥିବା ସୂଚନା ରହିଛି। ସେହିପରି ସ୍ୱାସ୍ଥ୍ୟ ବଜେଟ୍ ୧୦ ହଜାର କୋଟି ଟଙ୍କା, ସାମାଜିକ କଲ୍ୟାଣ ଓ ପୁଷ୍ଟି ବାବଦ ବଜେଟର ପରିମାଣ ୯ ହଜାର କୋଟି ଟଙ୍କା ଏବଂ ଶିକ୍ଷା, ସଂସ୍କୃତି ଏବଂ କ୍ରୀଡ଼ା ବାବଦରେ ୨୫ ହଜାର କୋଟି ବ୍ୟୟବରାଦ କରାଯିବାର ଲକ୍ଷ୍ୟ ରଖାଯାଇଛି। ତେବେ କାମଚଳା ବଜେଟ୍‍ରେ ଏହି ବିଭାଗଗୁଡ଼ିକୁ କେତେ ଅର୍ଥ ବରାଦ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।