ଲେମ୍ବୁ ପାଇଁ କୃଷିମନ୍ତ୍ରୀ ହଟହଟା! ବିଧାନସଭାରେ କାହିଁକି ଦେଲେ ଏମିତି ତଥ୍ୟ?
Advertisement

ଲେମ୍ବୁ ପାଇଁ କୃଷିମନ୍ତ୍ରୀ ହଟହଟା! ବିଧାନସଭାରେ କାହିଁକି ଦେଲେ ଏମିତି ତଥ୍ୟ?

ଲେମ୍ବୁ ଉତ୍ପାଦନରେ ଓଡିଶା ଦେଶରେ ଏକ ନମ୍ବର, କିନ୍ତୁ ସେହି ରାଜ୍ୟର ରାଜଧାନୀରେ ଲେମ୍ବୁ ଗୋଟାକ ୧୦ ଟଙ୍କାରେ ପହଞ୍ଚିଛି । ରାଜ୍ୟ ବାହାରୁ ଓଡିଶାକୁ ଯଥେଷ୍ଟ ପରିମାଣର ଲେମ୍ବୁ ଆମଦାନୀ ହେଉ ନ ଥିବାରୁ ଏପରି ସ୍ଥିତି ଦେଖା ଦେଇଛି ବୋଲି  କଂଚା ପରିବା ବ୍ୟବସାୟୀ କହିଛନ୍ତି । 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଯେଉଁ ରାଜ୍ୟ ଲେମ୍ବୁ ଉତ୍ପାଦନ କରିବାରେ ଦେଶରେ ନମ୍ବର ୱାନ୍, ସେହି ରାଜ୍ୟରେ ଦୁଇ ଗୁଣା ଅଧିକ ଟଙ୍କା ଦେଇ ଲୋକେ ଲେମ୍ବୁ କିଣୁଛନ୍ତି। ଏଭଳି କିଛି ଦୃଶ୍ୟ ଏବେ ଓଡିଶା ବଜାରରେ ଦେଖିବାକୁ ମିଳିଛି। ଗତ ବିଧାନସଭା ଅଧିବେଶନରେ ଖୋଦ୍ କୃଷିମନ୍ତ୍ରୀ କହିଥିଲେ ଯେ, ଲେମ୍ବୁ ଉତ୍ପାଦନ କରିବାରେ ଓଡିଶା, ଦେଶରେ ପ୍ରଥମ। ଆଉ ଏବେ କେଉଁଠି ଏହି ଲେମ୍ବୁ ଚାଷ ହେଉଛି ଏବଂ ସେ ଲେମ୍ବୁ କୁଆଡେ ଯାଉଛି ବୋଲି ମନ୍ତ୍ରୀଙ୍କୁ ବ୍ୟବସାୟୀ ସଂଘ ପ୍ରଶ୍ନ କରିଛନ୍ତି। 

ଲେମ୍ବୁ ଉତ୍ପାଦନରେ ଓଡିଶା ଦେଶରେ ଏକ ନମ୍ବର, କିନ୍ତୁ ସେହି ରାଜ୍ୟର ରାଜଧାନୀରେ ଲେମ୍ବୁ ଗୋଟାକ ୧୦ ଟଙ୍କାରେ ପହଞ୍ଚିଛି । ରାଜ୍ୟ ବାହାରୁ ଓଡିଶାକୁ ଯଥେଷ୍ଟ ପରିମାଣର ଲେମ୍ବୁ ଆମଦାନୀ ହେଉ ନ ଥିବାରୁ ଏପରି ସ୍ଥିତି ଦେଖା ଦେଇଛି ବୋଲି  କଂଚା ପରିବା ବ୍ୟବସାୟୀ କହିଛନ୍ତି । ଓଡିଶାରେ ଚାଷ ହେଉଥିବା ଲେମ୍ବୁ ସମୁଦ୍ରକୁ ଶଙ୍ଖେ ବୋଲି ବ୍ୟବସାୟୀ ସଂଘ କହିଛି । ସେପଟେ କୃଷୀମନ୍ତ୍ରୀ ଅରୁଣ ସାହୁ ଗତ ବିଧାନସଭାରେ କହିଥିଲେ ଯେ, ଓଡିଶା ଲେମ୍ବୁ ଉତ୍ପାଦନରେ ଦେଶରେ ଏକ ନମ୍ବର । ତେବେ କେଉଁଠି ଏ ଲେମ୍ବୁ ଚାଷ ହେଉଛି ଏବଂ ସେ ଲେମ୍ବୁ କୁଆଡେ ଯାଉଛି ବୋଲି ଓଲଟା ମନ୍ତ୍ରୀଙ୍କୁ ବ୍ୟବସାୟୀ ସଂଘ ପ୍ରଶ୍ନ କରିଛନ୍ତି । ସେପଟେ ଏମିତି ଦିନ ଦେଖିବୁ ବୋଲି ଜଣା ନ ଥିଲା ବୋଲି ଗ୍ରାହକ କହିଛନ୍ତି । 

Also Read: ସହରରେ ଜଳ ସଙ୍କଟ; ଜିଲ୍ଲାପାଳ କହିଲେ, ସମସ୍ୟାର ସମାଧାନ ପାଇଁ ବର୍ଷେ ଲାଗିବ

ଲେମ୍ବୁ ଉତ୍ପାଦନରେ ଓଡିଶା ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଏପରି ଉତ୍ତର କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଉପସ୍ଥାପନା କରିବାର ମାତ୍ର ସାତ ଦିନ ପରେ ରାଜଧାନୀରେ ଲେମ୍ୱୁ ଗୋଟାକର ଦାମ ୧୦ ଟଙ୍କାରେ ପହଞ୍ଚିଛି । ସର୍ବାଧିକ ରିହାତି ପରେ ୩ଟା ଲେମ୍ବୁର ଦାମ ୨୫ ଟଙ୍କାରେ ବିକ୍ରି ହେଉଛି । ରାଜଧାନୀର ଦୈନିକ ଏକ ନମ୍ବର ହାଟରେ ଏହି ରେଟରେ ଲେମ୍ବୁ ବିକ୍ରି ହେଉଛି । ଲେମ୍ବୁ ବ୍ୟବସାୟୀ କହିଛନ୍ତି, ଓଡିଶାକୁ ତେଲେଙ୍ଗାନା ଓ ଆନ୍ଧ୍ରରୁ ଏବେ ଲେମ୍ବୁ ଆସୁଛି । ଓଡିଶାରେ ଲେମ୍ବୁ ଚାଷ ଓ ଉତ୍ପାଦନ ବହୁତ ଦୁର୍ବଳ ଅଛି। କାଁ ଭାଁ ଚାଷ ହୁଏ, ବିଶେଷ କରି ପାହାଡିଆ ଅଂଚଳରେ ଏହି ଚାଷ ହୁଏ ତାହା ପୁଣି ନଭେମ୍ବର ଓ ଡିସେମ୍ବର ମାସରେ ଅମଳ ହୁଏ । ସେହି ସମୟରେ ଦାମ କମ ରୁହେ । ଏବେ ଗ୍ରୀଷ୍ମ ଋତୁରେ ଲେମ୍ବୁ ଚାହିଦା ଅଧିକ । ଓଡିଶାରେ ଆବଶ୍ୟକ ମୁତାବକ ଲେମ୍ବୁ ଆମଦାନୀ ନାହିଁ କି ଉତ୍ପାଦନ ହେଉ ନାହିଁ, ତେଣୁ ରେଟ୍ ଅଧିକ ରହୁଛି ।

ଭୁବନେଶ୍ୱର ଏକ ନମ୍ବର ହାଟ କଞ୍ଚା ପରିବା ସଂଘ ସଭାପତି, କବିରାଜ ସ୍ବାଇଁ କହିଛନ୍ତି, 'ପ୍ରତିବର୍ଷ ଖରା ଦିନେ ଲେମ୍ବୁ ରେଟ୍ ଉଚ୍ଚା ରହିଥାଏ । ଓଡିଶାରେ ଲେମ୍ବୁ ଚାଷ ହେଉ ନ ଥିବାରୁ କେବଳ ଡିସେମ୍ବର ଓ ଜାନୁଆରୀ ମାସକୁ ଛାଡି ଦେଲେ ବାକି ୧୦ ମାସ ଦାମ ଅଧିକ ରୁହେ । ଲେମ୍ବୁ ଏଠାରେ ଚାଷ ହେଉନି, ବ୍ୟବସାୟୀ ବାହାର ରାଜ୍ୟରୁ ବର୍ଷ ତମାମ କିଣି ଏଠାରେ ବିକ୍ରି କରିଥାନ୍ତି । କୃଷି ମନ୍ତ୍ରୀ କେଉଁ ଆଧାରରେ ରାଜ୍ୟକୁ ଏକ ନମ୍ବବର କହିଲେ ତାହା ଜଣା ନାହିଁ ।' ଏଣେ ମୂଲ୍ୟ ନିୟନ୍ତ୍ରଣ କରିବାରେ ସରକାରଙ୍କ ଅପାରଗପଣିଆ ଯୋଗୁଁ କଳାବଜାରୀ ବୃଦ୍ଧି ପାଇଛି । ଲେମ୍ବୁର କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଲେମ୍ବୁ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହୋଇଥିବାବେଳେ କଣ ପାଇଁ ଲେମ୍ବୁ ମୂଲ୍ୟ ବଢ଼ିଚାଲିଛି । ବଜାରକୁ ପର୍ଯ୍ୟାପ୍ତ ଲେମ୍ବୁ ଆସିପାରୁ ନ ଥିବାରୁ ମୂଲ୍ୟ ଅଧିକ ରହୁଥିବା କାରଣରୁ ଏପରି ବଢିଛି ବ୍ୟବସାୟୀମାନେ କହିଛନ୍ତି। 

Also Read: କଲେଜ ପରିସରରେ ବଢ଼ିଲା କୁକୁରଙ୍କ ଉତ୍ପାତ, ପ୍ରିନ୍ସିପାଲ ନେଲେ ଏହି ପଦକ୍ଷେପ

ଜାତୀୟ ଉଦ୍ୟାନକୃଷି ବୋର୍ଡର ସୂତ୍ରାନୁସାରେ ଗତ ୪ ବର୍ଷରେ ଦେଶରେ ଲେମ୍ବୁ ଉତ୍ପାଦନରେ ଓଡିଶା ଲଗାତର ଷଷ୍ଠ ସ୍ଥାନରେ ରହି ଆସୁଛି। କେବଳ ୨୦୧୮-୧୯ରେ ଗୁଜୁରାଟ ସର୍ବାଧିକ ଲେମ୍ବୁ ଉତ୍ପାଦନ କରିଥିବା ବେଳେ ଅନ୍ୟ ତିନି ବର୍ଷ ଆନ୍ଧ୍ରପ୍ରଦେଶ ଶୀର୍ଷ ସ୍ଥାନ ହାସଲ କରିଛି। ତୃତୀୟରୁ ପଞ୍ଚମ ମଧ୍ୟରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରହିଛନ୍ତି। ଆନ୍ଧ୍ର ଏକ ନମ୍ବରରେ ଥିବା ବେଳେ ଗୁଜୁରାଟ ଦ୍ୱିତୀୟ ସ୍ଥାନରେ ରହୁଛି। ସେହିପରି ଲେମ୍ବୁ ଉତ୍ପାଦନରେ ସପ୍ତମ ସ୍ଥାନ ପାଇଁ ଆସାମ ଓ ତେଲେଙ୍ଗାନା ମଧ୍ୟରେ ପ୍ରତିଯୋଗିତା ଲାଗିଛି।