Bhubaneswar: ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଆୟୋଜିତ ହୋଇଯାଇଛି ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ।
Trending Photos
Make in Odisha Conclave 2022: ନଭେମ୍ବର ୩୦ ତାରିଖ ବୁଧବାର ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଠାରେ ଆୟୋଜିତ ହୋଇଯାଇଛି ଏହି କନକ୍ଲେଭ୍। ଉଦଘାଟନ ପରେ ଏହି ଅବସରରେ ଆୟୋଜିତ ହୋଇଥିବା ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରାୟ ୫ ଦିନ ଧରି ଏହି ଶିଳ୍ପ ମହାକୁମ୍ଭ ଅନୁଷ୍ଠିତ ହେଉଥିବା ବେଳେ, ବର୍ତ୍ତମାନ ମୋଟ୍ ୩୮ ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ।
ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂତନ ଜ୍ଞାନ କୌଶଳ କ୍ଷେତ୍ରରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବିଶେଷ କରି ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରେସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆ ଯାଇଛି। ଏହି କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ ଏମଡ଼ି ଟିଭି ନରେନ୍ଦ୍ରନ, ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଚୀନ୍, ଅଷ୍ଟ୍ରେଲିଆ, ଜାପାନ, ନରଓ୍ବେ, ନେପାଳ, ବାଂଲାଦେଶ, ଥାଇଲ୍ୟାଣ୍ଡ ପ୍ରଭୃତି ଦେଶର ନିବେଶକ ମଧ୍ୟ ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି।