ଆସନ୍ତାକାଲିଠାରୁ ବଜେଟ ଅଧିବେଶନ; ପୁଣି କମ୍ପିଉଠିବ ଗୃହ
Advertisement
Article Detail0/zeeodisha/odisha863937

ଆସନ୍ତାକାଲିଠାରୁ ବଜେଟ ଅଧିବେଶନ; ପୁଣି କମ୍ପିଉଠିବ ଗୃହ

ଶିମିଳିପାଳ ସହିତ ରାଜ୍ୟର ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତି ବିଗିଡିଛି।

ଆସନ୍ତାକାଲିଠାରୁ ବଜେଟ ଅଧିବେଶନ; ପୁଣି କମ୍ପିଉଠିବ ଗୃହ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ହେଲେ ଏହା ପୂର୍ବରୁ ବିଧାୟକଙ୍କ ସମେତ ବିଧାନସଭା କର୍ମଚାରୀଙ୍କ କରନା ଟେଷ୍ଟ ହୋଇଛି। ମନ୍ତ୍ରୀ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଧାନସଭା କର୍ମଚାରୀ ମଧ୍ୟ କୋରୋନା ପରୀକ୍ଷା କରାଇଛନ୍ତି। 

ଏହା ସହିତ ଆସନ୍ତାକାଲି ଠାରୁ ପୁଣି କମ୍ପିଉଠିବ ଗୃହ। ଶାସକ ଦଳକୁ ଘେରିବା ପାଇଁ ବିରୋଧିଙ୍କ ହାତରେ ରହିଛି ଲମ୍ବା ଅଭଯୋଗ।  ରାଜ୍ୟର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଉଭାହୋଇଥିବା ଶିମିଳିପାଳ ଜଙ୍ଗଲ ଜଳିବା (Similipal Forest Fire) ଘଟଣାରେ ବିଧାନସଭାରେ ସରକାରଙ୍କ ଠାରୁ ଜବାବ ମାଗିବେ ବିରୋଧି। 

Also Read: Odisha Budget 2021: ଜାଣନ୍ତୁ କିଏ ପାଇଲା କ'ଣ

 

ଶିମିଳିପାଳ ସହିତ ରାଜ୍ୟର ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତି ବିଗିଡିଛି। ଏହାକୁ ପ୍ରମୁଖ ଅସ୍ତ୍ର କରି ବିରୋଧି ବିଧାନସଭାରେ ଶାସକ ଦଳକୁ ଘେରିବାକୁ ପୁରା ପ୍ରସ୍ତୁତ। କେବଳ ଜଙ୍ଗଲ ନିଆଁ ନୁହେଁ ଆଇନଶୃଙ୍ଖଲା ପରିସ୍ଥିତିକୁ ନେଇ ସରଗରମ ହୋଇଉଠିବ ଗୃହ। ସରକାର ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ମଣ୍ଡିରେ ପଡି ରହିଛି ବସ୍ତାବସ୍ତା ଧାନ। ଚାଷୀ ଅସନ୍ତୋଷ ତାତି  ବିଧାନସଭାରେ ପ୍ରତିଫଳିତ ହେବ। 

Also Read: ଆଜିଠୁ ବଜେଟ ଅଧିବେଶନ

 

ଏହା ସହ ବେକାରୀ ସମସ୍ୟା, ପେଟ୍ରୋଲ ଡିଜେଲ ଗ୍ୟାସ ଦରବୃଦ୍ଧି ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧି। ସେପଟେ ଶାସକ ଦଳ କହିଛି ବିରୋଧିଙ୍କ ସମସ୍ତ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ। ଗଠନମୂଳକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ମାର୍ଚ୍ଚ ୧୨ ତାରିଖରୁ ଏପ୍ରିଲ ୯  ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ସବୁ ବିଭାଗର ଖର୍ଚ୍ଚ ଦାବି ଉପରେ ହେବ ଆଲୋଚନା।