ଆସନ୍ତାକାଲିଠୁ ନନ୍ଦନକାନନ ଚିଡ଼ିଆଖାନା ବନ୍ଦ
Advertisement
Article Detail0/zeeodisha/odisha892588

ଆସନ୍ତାକାଲିଠୁ ନନ୍ଦନକାନନ ଚିଡ଼ିଆଖାନା ବନ୍ଦ

କୋରୋନା ସଂକ୍ରମଣ ଦେଖି ୧୫ ଦିନ ପାଇଁ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ନଷ୍ପତି।

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ପୂର୍ବାବସ୍ଥାରୁ ଫେରିଲା କୋରୋନା ସ୍ଥିତି। ଆସନ୍ତାକାଲିଠୁ ପୁଣି ବନ୍ଦ ହେବ ନନ୍ଦନକାନନ ଚିଡ଼ିଆଖାନା। ଲଗାତାର ବୃଦ୍ଧି ହେଉଥିବା କୋରୋନା ସଂକ୍ରମଣ ଦେଖି ୧୫ ଦିନ ପାଇଁ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ନଷ୍ପତି।

ଜୀବନ ଜୀବିକା ସହ ଆମୋଦ ପ୍ରମୋଦର ମାଧ୍ୟମ ଉପରେ ଛାଇ ଗଲା ମହାମାରୀ କୋରୋନା (Coronavirus) ର କଳା ବାଦଲ। ଆସନ୍ତାକାଲିଠୁରୁ ୧୫ ଦିନ ପାଇଁ ନନ୍ଦନକାନନ ଚିଡ଼ିଆଖାନା (Nandankanan Zoo) ରେ ତାଲା ଝୁଲିବ। ଉଦ୍ୟାନ ଭିତରକୁ କେବଳ କର୍ମଚାରୀ ଯିବେ। କିନ୍ତୁ କୌଣସି ପର୍ଯ୍ୟଟକ (Visitors) ଙ୍କୁ ପ୍ରବେଶ କରାଯିବ ନାହିଁ। 

Also Read: Containment Returns to Bhubaneswar: କୋରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

 

ଆଜି ଏକ ନୋଟିସ ଜାରି କରି ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ନନ୍ଦନକାନନ ଚିଡିଆଖାନା ଓ ବୋଟାନିକାଲ୍ ଗାର୍ଡେନ (Botanical Garden) ବନ୍ଦ ହେଉଛି। ମେ ଏକ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ଚିଡିଆଖାନା ନିର୍ଦ୍ଦେଶକ ଦର୍ଶାଇଛନ୍ତି।

fallback