ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ମହେଶ୍ୱର, ଚିକିତ୍ସାରେ ବାଧା ସୃଷ୍ଟି କରୁଛି ଅର୍ଥାଭାବ
Advertisement

ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ମହେଶ୍ୱର, ଚିକିତ୍ସାରେ ବାଧା ସୃଷ୍ଟି କରୁଛି ଅର୍ଥାଭାବ

ଜୀବନ ମୃତ୍ୟୁର ଦୋଛକିରେ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି କେନ୍ଦୁଝରର ୨୦ ବର୍ଷୀୟ ଯୁବକ ମହେଶ୍ୱର ପେଡା । ରାଜଧାନୀର ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ମହେଶ୍ୱର। ମହେଶ୍ୱର କିଡନୀ ରୋଗରେ ପୀଡ଼ିତ। ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ଫଳରେ ଚିକିତ୍ସା ପାଇଁ ଗତ ୩ ଦିନ ତଳେ ରାଜଧାନୀକୁ ଆସିଥିଲେ। 

ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ମହେଶ୍ୱର, ଚିକିତ୍ସାରେ ବାଧା ସୃଷ୍ଟି କରୁଛି ଅର୍ଥାଭାବ

ଭୁବନେଶ୍ୱର: ଜୀବନ ମୃତ୍ୟୁର ଦୋଛକିରେ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି କେନ୍ଦୁଝରର ୨୦ ବର୍ଷୀୟ ଯୁବକ ମହେଶ୍ୱର ପେଡା । ରାଜଧାନୀର ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ମହେଶ୍ୱର। ମହେଶ୍ୱର କିଡନୀ ରୋଗରେ ପୀଡ଼ିତ। ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ଫଳରେ ଚିକିତ୍ସା ପାଇଁ ଗତ ୩ ଦିନ ତଳେ ରାଜଧାନୀକୁ ଆସିଥିଲେ। 

ମହେଶ୍ୱର ପ୍ରଥମେ ସମ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଚିକିତ୍ସା ପାଇଁ ୪୦ ହଜାର ଟଙ୍କାର ଆବଶ୍ୟକ ଥିବା ନେଇ ଡାକ୍ତର ମହେଶ୍ୱରଙ୍କୁ କହିଥିଲେ। ମାତ୍ର ତାହା ଯୋଗାଡ଼ କରିବାରେ ଅସମର୍ଥ ହୋଇଥିଲେ ମହେଶ୍ୱର। ମାତ୍ର ତାଙ୍କ ନିକଟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିବା କଥା ମଧ୍ୟ କହିଥିଲେ। ମାତ୍ର ତାହାର ଅବଧି ଶେଷ ହୋଇ ଯାଇଥିବାରୁ ଚିକିତ୍ସା ହୋଇ ପାରିନଥିଲା। ଫଳରେ ସେ ଅତି ଦୟନୀୟ ଅବସ୍ଥାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲା ଆକାଶ ତଳେ ପଡ଼ି ରହିଥିଲେ। 

ତେବେ ତାଙ୍କ ଏଭଳି ଅବସ୍ଥା ଦେଖିବା ପରେ ସାହାଯ୍ୟର ହାତ ବଢାଇଥିଲେ ନୀଳଗିରି ରାଣୀ ଜ୍ୟୋତ୍ସ୍ନା ଦେବୀ ସିଂହ ମର୍ଦ୍ଦରାଜ। ମହେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରାଣୀ ଜ୍ୟୋତ୍ସ୍ନା ଦେବୀ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶଙ୍କୁ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ଏହାପରେ ନବ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁଭାନନ୍ଦ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ । କିନ୍ତୁ ବାରମ୍ବାର ଯୋଗାଯୋଗ ପରେ ବି କୌଣସି ଫଳ ମିଳିନଥିବା ଯୁବକଙ୍କ ପରିବାର ସଦସ୍ୟ କହିଛନ୍ତି । ତେବେ ସଦ୍ୟ ସୂଚନା ଅନୁଯାୟୀ ତାଙ୍କୁ କିମସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।