ଶନିବାର ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ
Advertisement
Article Detail0/zeeodisha/odisha881537

ଶନିବାର ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ଟ୍ରିବୁନାଲର ଅନ୍ତରୀଣ ଆଦେଶ, କଲମା ବ୍ୟାରେଜ଼ର ଗେଟ ଖୋଲି ମହାନଦୀକୁ ୧.୭୪ ମିଲିଅନ ଫୁଟ ପାଣି ଛାଡିବା, ତଳ ମୁଣ୍ଡରେ ଜଳ ସଂରକ୍ଷଣ, ମହାନଦୀକୁ ପ୍ରଦୂଷଣ ଓ ଜବରଦଖଲରୁ ମୁକ୍ତ ଦାବିରେ ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନ।

ଶନିବାର ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ଶନିବାର ମହାନଦୀ ଟ୍ରିବୁନାଲ ୨୧ତମ ଶୁଣାଣୀ ହେବାକୁ ଯାଉଥିବାବେଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀରେ ଜଳରେ ଜଳ ସତ୍ୟାଗ୍ରହ କରିବାପାଇଁ  ନିଷ୍ପତି ହୋଇଛି। ମହାନଦୀରେ କଟକର ଯୋବ୍ରା ସମେତ ମହାନଦୀର କୂଳେ କୂଳେ ଅନ୍ୟ ସ୍ଥାନମାନଙ୍କରେ ଯଥା ପାରାଦ୍ୱୀପ, ବାଙ୍କୀ, ବୈଦେଶ୍ଵର, ଆଠଗଡ,କରବର, କଣ୍ଟିଲୋ, ବୌଦ୍ଧ, ସୋନପୁର, କନକତରା, ବରଗଡ଼ ଆଦି ସ୍ଥାନ ମାନଙ୍କରେ  ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଅନୁରୂପ ଭାବେ ଜଳ ସତ୍ୟାଗ୍ରହ କରାଯିବ ବୋଲି କୁହାଯାଇଛି।

ମହାନଦୀ ଟ୍ରିବୁନାଲ (Mahanadi Tribunal) ତିନିବର୍ଷ ଭିତରେ ଓଡିଶାର ସ୍ୱାର୍ଥ ଓ ନଦୀର ଅଧିକାରକୁ ସୁରକ୍ଷା ଦେବାରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତ। ଟ୍ରିବୁନାଲ ଆଜି ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ଦେଲେନାହିଁ। ଛତିଶଗଡରେ ମହାନଦୀ ଉପରେ ନିର୍ମିତ ବେଆଇନ ପ୍ରକଳ୍ପ ଗୁଡିକରେ ରୋକ ଲାଗିଲା ନାହିଁ। ଅଣମୌସୁମୀ ସମୟରେ ଓଡିଶା ଏବଂ ହୀରାକୁଦ (Hirakud) ପାଇଁ ଯେଉଁ ୧.୭୪ ମିଲିୟନ ଫୁଟ ପାଣିର ଆବଶ୍ୟକତା ଅଛି ସେଥି ପ୍ରତି ଟ୍ରିବୁନାଲ ଦୃଷ୍ଟି ଦେଲେନାହିଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ (Mahanadi Banchao Andolon) ଅଭିଯୋଗ ହୋଇଛି। 

Also Read: ଟିକା ମହୋତ୍ସବ; ବିନା ବରରେ କେମିତି ହେବ ବିବାହ? BJD, କଂଗ୍ରେସକୁ BJP ଦେଲା ଉତ୍ତର

ହୀରାକୁଦ ତଳ ମୁଣ୍ଡରେ ଜଳ ସଂରକ୍ଷଣ ପାଇଁ ୭ଟି ବ୍ୟାରେଜ଼ ନିର୍ମାଣର ଘୋଷଣା ଏକ ପ୍ରତାରଣାରେ ପରିଣତ ହୋଇଛି। ମହାନଦୀକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ  ସରକାରଙ୍କର କୌଣସି ଆନ୍ତରିକତା ପରିଲକ୍ଷିତ ହେଉନାହିଁ। ମହାନଦୀର ଜମି ସବୁଆଡେ ଜବରଦଖଲ ହେଉଛି। ନିଜେ ସରକାର କଟକ ଠାରେ ମହାନଦୀର ଜମିକୁ ଜବର ଦଖଲ କରିଛନ୍ତି। ଯାହା ଉପରେ NGT ଚିନ୍ତା ପ୍ରକଟ କରିଛି। ସବୁଜ ମହାନଦୀ ମିଶନ ଏକ ଫମ୍ପା ସ୍ଲୋଗାନରେ ପରିଣତ ହୋଇଥିବା ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ସଦସ୍ୟ ପ୍ରସନ୍ନ ବିଶୋଇ ଓ ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।