Covid19 Vaccination: ରାଜ୍ୟରେ ଜାରି ରହିବ ଟିକାକରଣ, ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ
Advertisement

Covid19 Vaccination: ରାଜ୍ୟରେ ଜାରି ରହିବ ଟିକାକରଣ, ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

Corona Vaccination: ମାଗଣା ଟିକାକରଣ ଅବଧି ଶେଷ ହୋଇ ଯାଇଥିଲେ ଏହାକୁ ଆଗକୁ ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବୁଷ୍ଟର ଡୋଜ ପ୍ରଦାନ କରିବା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି।

Covid19 Vaccination: ରାଜ୍ୟରେ ଜାରି ରହିବ ଟିକାକରଣ, ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ

Corona Vaccination in Odisha: ଅବଧି ସରି ଯାଇଥିଲେ ମଧ୍ୟ ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ। ଗତ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହୋଇଥିବା ବୁଷ୍ଟର ଡୋଜ ଟିକାକରଣ ଆଗକୁ ଜାରି ରହିବ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବ ପର୍ଯ୍ୟନ୍ତ ମାଗଣା ବୁଷ୍ଟର ଡୋଜ ଦେବା ଚାଲୁ ରହିବ। ଗତ ୧୫ ଜୁଲାଇରୁ ୩୦ ସେପ୍ଟେମ୍ବର ମଧ୍ୟରେ ୧ କୋଟି ୨୧ ଲକ୍ଷ ୫୦ ହଜାର ବୁଷ୍ଟର ଡୋଜ ଟିକାକରଣ ଶେଷ ହୋଇଛି। 

କୋରୋନ ଟିକା (Corona Vaccine) ପ୍ରଦାନ ପାଇଁ ଯେତିକି ସଂଖ୍ୟାକ  ଲୋକଙ୍କୁ ଧାର୍ଯ୍ୟ କରାଯାଇଛି ତାହା ମଧ୍ୟରୁ ୩୮ ପ୍ରତିଶତ ଲୋକଙ୍କୁ ଟିକାକରଣ (Corona Vaccination) ଶେଷ ହୋଇଛି। ରାଜ୍ୟରେ ପ୍ରଥମ ଡୋଜ ୯୭% (Corona Vaccine First Dose) ଏବଂ ଦ୍ଵିତୀୟ ଡୋଜ ୯୧% ଟିକାକାରଣ (Corona Vaccine Second Dose) ଶେଷ ହୋଇଛି। ଯେଉଁଥିପାଇଁ ସଂକ୍ରମଣ ମାମଲା ମଧ୍ୟ କମ ରହିଛି। ବର୍ତ୍ତମାନ ପାର୍ବଣ ଋତୁ ଜାରି (Parvan Season) ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଉଛି। ସଂକ୍ରମଣ (Covid19 Infection Case) କମିଥିବାରୁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଟିକା ପାଇଁ ଲୋକଙ୍କ ମଧ୍ୟରେ ରହିଥିବା ଆଗ୍ରହ ଏବେ ବୁଷ୍ଟର ଡୋଜ (Booster Dose) କ୍ଷେତ୍ରରେ କମିଛି। 

ବୁଷ୍ଟର ଡୋଜ ଦେବାରେ ଓଡିଶା ଦେଶରେ ସବୁ ରାଜ୍ୟ ଠାରୁ ଆଗରେ ରହିଛି। ରାଜ୍ୟରେ ମହଜୁଦ ରହିଥିବା ୩.୫ ଲକ୍ଷ ଟିକା ସରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହା ନିର୍ଦେଶ ଆସିବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ମାଗଣା ଟିକାକରଣ (Free Corona Vaccination) ଅବଧି ଶେଷ ହୋଇ ଯାଇଥିଲେ ଏହାକୁ ଆଗକୁ ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆ ଯାଇନାହିଁ। ବର୍ତ୍ତମାନ ରାଜ୍ୟରେ ଯେତିକି କୋରୋନା ଟିକା ମହଜୁଦ ରହିଛି ତାହା ଶେଷ ନ ହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ଜଣାଇଛି ରାଜ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।  

ବର୍ତ୍ତମାନ ରାଜ୍ୟରେ ୩.୫ ଲକ୍ଷ ଟିକା ମହଜୁଦ ଅଛି। ଏହା ସତ୍ତ୍ୱେ ବର୍ତ୍ତମାନ ରାଜ୍ୟକୁ ଆହୁରି ଟିକା ମିଳିବାର ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ଜନ ସଂଖ୍ୟାର ୯୭% ପ୍ରତିଶତ ଲୋକ ପ୍ରଥମ ଡୋଜ ଏବଂ ୯୧% ଲୋକ ଦ୍ୱିତୀୟ ଡୋଜ କୋରୋନା ଟିକା ନେଇ ସାରିଛନ୍ତି। ବୁଷ୍ଟର ଡୋଜ ପ୍ରଦାନ କରିବା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ବୁଷ୍ଟର ଡୋଜ ନେଇ ସାରିଛନ୍ତି। ପ୍ରାୟ ୧୧୫୦ ଟିକା କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି।

ଦେଶରେ ଗତ ୧୫ ଜୁଲାଇ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କୋରୋନା ଟିକାକରଣର ଅମୃତ (Covid Vaccine Amrut Mahotsav) ମହୋତ୍ସବ ଚାଲିଥିଲା। ଏହି କ୍ରମରେ ୧୮ ବର୍ଷରୁ ୫୯ ବୟସର ଲୋକଙ୍କ ମାଗଣା ଟିକାକରଣ କରା ଯାଇଥିଲା। ଅନ୍ୟ ପଟେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପୂର୍ବରୁ ମାଗଣା ଟିକାକରଣ କରା ଯାଇଥିଲା। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ୪୫% ଲୋକ ବୁଷ୍ଟର ଡୋଜ ନେଇଥିବା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।